ଆମ ହିନ୍ଦୁ ଧର୍ମରେ ଗୋମାତାଙ୍କ ସେବା କରିବାକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଏ । କାରଣ ଗୋମାତାଙ୍କ ଶରୀରରେ ୩୫ କୋଟି ଦେବଦେବୀ ବାସ କରନ୍ତି । ହିନ୍ଦୁ ଧର୍ମରେ ଗାଈକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଏ । ଗାଈକୁ ଯଦି ନିଃସ୍ୱାର୍ଥପର ଭାବରେ ଯତ୍ନ ନିଅନ୍ତି ଏବଂ ଖାଇବାକୁ ଦିଅନ୍ତି ତେବେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ସବୁ ଦେବଦେବୀ ମଧ୍ୟ ଖୁସି ହୋଇଥାନ୍ତି । ଏମିତିରେ ତ ଘରେ ଗାଈ ପାଳିବା ଅତ୍ୟନ୍ତ ଧର୍ମର କାମ ହୋଇଥାଏ ।
ମାତ୍ର ଯଦି ଆପଣ ଗାଈ ପାଳିବାକୁ ସମର୍ଥ ନୁହନ୍ତି ତେବେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଗାଈକୁ ଗୋଟିଏ ରୁଟି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଘରେ ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ତେବେ ଆମେ ଆପଣଙ୍କୁ କହିବୁ ଯେ ଗାଈକୁ କଣ ଏବଂ କେଉଁଦିନ ଖାଇବାକୁ ଦେଲେ ଗୋମାତା ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏହାବ୍ୟତୀତ ଗାଈକୁ କେଉଁ ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ ସେହି ବିଷୟରେ ମଧ୍ୟ କହିବୁ ।
ଗୁରୁବାର ଦିନ ଗାଈକୁ ରୁଟି ଖୁଆଇଲେ ଗୁରୁ ଗ୍ରହ ମଜବୁତ ହୋଇଥାଏ । ଏହିଦିନ ଅଟାରେ ଅଳ୍ପ ହଳଦୀ ମିଶାଇ ରୁଟି ପ୍ରସ୍ତୁତ କରି ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହେବା ସହିତ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ । ଏହାବ୍ୟତୀତ ରୁଟିରେ ଗୁଡ଼ ମିଶାଇ ଗାଈକୁ ଦେଲେ ଶୁକ୍ର ମଜବୁତ ହୋଇଥାଏ ଯାହା ଜୀବନରେ ଖୁସି ଆଣିଥାଏ । ତେବେ ଗାଈକୁ କିଛି ଜିନିଷ ଖାଇବାକୁ ଦେବା ମଧ୍ୟ ଉଚିତ ନୁହେଁ । ଯେମିତିକି ବାସୀ ଏବଂ ପଚା ସଢ଼ା ଖାଦ୍ୟ ଗାଈକୁ ଦେବା ଉଚିତ ନୁହେଁ ।

ଏହାବ୍ୟତୀତ ବଳକା ଖାଦ୍ୟ ଆକାରରେ ଗାଈକୁ ଖାଇବାକୁ ଦେଲେ ତାର ଅପମାନ ହୋଇଥାଏ । ଏପରି କୁହାଯାଏ ଯେ ଅନେକ ୟୁନିର ଜନ୍ମ ପରେ ଶେଷ ୟୁନିରେ ମଣିଷ ଗାଈ ରୂପରେ ଜନ୍ମ ହୋଇଥାଏ ଏବଂ ତାପରେ ମଣିଷ ରୂପରେ ଜନ୍ମ ହୋଇଥାଏ । ଗାଈକୁ ତ୍ରେତୟା ଯୁଗରୁ ସୀତାଙ୍କ ଅଭିଶାପ କାରଣରୁ ଅଇଁଠା ଖାଇବାକୁ ପଡ଼ିଥାଏ ।
ଗାଈ ଆମ ଜୀବନରେ ଅତ୍ୟନ୍ତ ଶୁଭ ହୋଇଥାଏ । ଯେମିତି ଯଦି ଆପଣ କୌଣସି ସ୍ଥାନରେ ଘର ତିଆରି କରିବାକୁ ଚାହୁଁଛନ୍ତି ତେବେ ସେଠାରେ ଏକ ସପ୍ତାହ ପର୍ଯ୍ୟନ୍ତ ଗାଈ ଏବଂ ବାଛୁରୀ ବାନ୍ଧି ଦିଅନ୍ତୁ । ସେହି ସ୍ଥାନରେ ଯଦି କୌଣସି ନକରାତ୍ମକ ଶକ୍ତି ଥିବ ତେବେ ତାହା ଦୂର ହୋଇଯିବ । ଯାହାଦ୍ୱାରା ସେଠାରେ ଘର ବନାଇଲେ କୌଣସି ବାସ୍ତୁ ଦୋଷ ମଧ୍ୟ ରହିବ ନାହିଁ । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ତେବେ ଯଦି ରାସ୍ତାରେ ଉଭୟ ଗାଈ ବାଛୁରୀକୁ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ ।
ଆପଣ ନିଶ୍ଚିତ କାର୍ଯ୍ୟରେ ସଫଳ ହେବେ । ଯଦି ଆପଣଙ୍କ ଘରକୁ ହଠାତ ଗାଈ ଦ୍ୱାରକୁ ଆସୁଛି ତେବେ ଗାଈକୁ ଅନାଦର ନକରି ଖାଇବାକୁ ଦିଅନ୍ତୁ । ଯଦି ବାରମ୍ବାର ଆପଣଙ୍କ ଘର ଚାରିପାଖରେ ଗାଈ ଘୁରି ବୁଲୁଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଖୁବଶୀଘ୍ର ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଗାଈକୁ ପ୍ରତ୍ୟେକ ଦିନ ରୁଟି ଖୁଆଇଲେ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଗାଈ ପାଖକୁ ଗଲେ କାଶ ଏବଂ ସର୍ଦ୍ଧି ଭଳି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ଯଦି ଆପଣ କୌଣସି ସହରରେ ରହୁଛନ୍ତି ଏବଂ ଗାଈ ରଖିବାକୁ ସକ୍ଷମ ନୁହନ୍ତି ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ ଶେଷରେ କିଛି ବର୍ଷ ପରେ ସେହି ଟଙ୍କାରେ ଗରିବାକୁ ଖାଇବାକୁ ଦିଅନ୍ତୁ । କିମ୍ବା ରୁଟି ବନାଇ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ । ମାତ୍ର ସମ୍ଭବ ନହେଲେ କୌଣସି ଗରିବ କିମ୍ବା ଅନାଥକୁ ମଧ୍ୟ ଦେଇ ପାରିବେ । ଏହାଦ୍ବାରା ସମାନ ଫଳ ପ୍ରାପ୍ତ ହୋଇଥାଏ । ମାତ୍ର ଗାଈ ପ୍ରତି କେବେ ଅନାଦର କିମ୍ବା ଘୃଣା ଭାବ ଆଣନ୍ତୁ ନାହିଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।
ଗାଈ ଶରୀରରେ ପିତୃ ମଧ୍ୟ ବାସ କରନ୍ତି । ଏପରି କୁହାଯାଏ ଯେ ପିତୃ ପକ୍ଷରେ ଗାଈକୁ ଭୋଜନ କରାଇବା ଉଚିତ । ଏହାଦ୍ବାରା ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏପରି କୁହାଯାଏ ଯେ ପିତୃ ପକ୍ଷରେ ପିତୃ ଗାଈ ରୂପରେ ନିଜ ପ୍ରିୟଜନଙ୍କୁ ସାକ୍ଷାତ କରିବାକୁ ଆସନ୍ତି । ତେଣୁ ପିତୃ ପକ୍ଷରେ ଦ୍ୱାରକୁ ଗାଈ ଆସିଲେ ଭୋଜନ କରାଇବା ସହିତ ହାତ ଯୋଡ଼ି ପ୍ରଣାମ କରନ୍ତୁ ଏବଂ ନିଜ ମନସ୍କାମନା କରନ୍ତୁ । ମାତ୍ର ଯଦି ଆପଣ ଅନାଦର କରନ୍ତି ତେବେ ପିତୃ କ୍ରୋଧିତ ହୁଅନ୍ତି ଏବଂ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ । ଏହା ସହିତ ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।
