ପିତୃ ପକ୍ଷରେ ଘରକୁ ଏହି ତିନୋଟି ପ୍ରାଣୀ ଆସିଲେ ମିଳିଥାଏ ଏହି ସଙ୍କେତ

ଚଳିତ ବର୍ଷ ପିତୃ ପକ୍ଷର ଆରମ୍ଭ ସେପ୍ଟେମ୍ବର ୧୦ ରୁ ଆରମ୍ଭ ହେଉଛି ଏବଂ ସେପ୍ଟେମ୍ବର ୨୫ ଅମାବାସ୍ୟାରେ ଶେଷ ହେଉଛି । ଗରୁଡ଼ ପୁରାଣ ଅନୁଯାୟୀ ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତାକୁ ଜମଲୋକକୁ ଯିବାକୁ ପଡ଼ିଥାଏ । ଯମାଲୋକକୁ ରାସ୍ତା ଅତ୍ୟନ୍ତ କଠିନ ହୋଇଥାଏ । ତେଣୁ ପ୍ରିୟଜନ ଯେତେବେଳେ ଶ୍ରାଦ୍ଧ ଦେଇଥାନ୍ତି ସେତେବେଳେ ଯମଲୋକକୁ ଯିବାକୁ ମାର୍ଗ ସହଜ ହୋଇଯାଏ । ଯେତେବେଳେ ମନୁଷ୍ୟ ପୃଥିବୀରେ ନିଜ ପିତୃଙ୍କୁ ଭୋଗ ଚଢ଼ାଇ ଥାଏ ତାହାକୁ ପ୍ରାଣୀ ମାନେ ଗ୍ରହଣ କରିଥାନ୍ତି । ସେହି ଭୋଜନ ଜୀବଜନ୍ତୁଙ୍କ ଦ୍ୱାରା ପିତୃଙ୍କୁ ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ସେମାନେ ଯମଲୋକକୁ ଯିବା ରାସ୍ତାରେ ଭୋକିଲା ରହନ୍ତି ନାହିଁ ।

ପୁରାଣ ଅନୁଯାୟୀ ପିତୃ ଲୋକ ଅଶ୍ୱତ୍ଥ ବୃକ୍ଷ ମାଧ୍ୟମରେ ପୃଥିବୀକୁ ଆସିଥାନ୍ତି ଏବଂ ନିଜ ପରିଜନଙ୍କ ସହିତ ସାକ୍ଷାତ କରନ୍ତି । ନିଜ ପରିଜନଙ୍କ ଦ୍ଵାରା ଦିଆଯାଇଥିବା ଶ୍ରାଦ୍ଧରେ ପ୍ରସନ୍ନ ହୋଇ ପୁଣିଥରେ ଯମଲୋକକୁ ଫେରି ଯାଆନ୍ତି । ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼କୁ ପିତୃଙ୍କୁ ଦିଆଯାଉଥିବା ଶ୍ରାଦ୍ଧ ସମ୍ପର୍କରେ ବିଭିନ୍ନ କଥା କହିଛନ୍ତି । ହିନ୍ଦୁ ଧର୍ମରେ ଏହାର ଅତ୍ୟନ୍ତ ମହତ୍ତ୍ୱ ରହିଛି । ପିତୃ ପକ୍ଷରେ ଯେଉଁ ବ୍ୟକ୍ତି ନିଜ ପିତୃଙ୍କୁ ଶ୍ରାଦ୍ଧ ଦେଇଥାଏ ସେ ଅନେକ ଫଳ ପ୍ରାପ୍ତି କରିଥାଏ ।

ତେଣୁ ଏହାକୁ ଶ୍ରାଦ୍ଧ ପକ୍ଷ ମଧ୍ୟ କୁହାଯାଏ । ଏହି ସମୟରେ ଘରକୁ ଏହି କିଛି ପ୍ରାଣୀ ଆସିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହାଦ୍ବାରା ପିତୃ ନିଜ ପରିଜନଙ୍କ ଉପରେ ପ୍ରସନ୍ନ ରହିବାର ସଙ୍କେତ ମିଳିଥାଏ । ତେବେ ଚାଲନ୍ତୁ ସେହି ପ୍ରାଣୀ ମାନଙ୍କ ବିଷୟରେ ଜାଣିନେବା ।

ମନୁଷ୍ୟର ମୃତ୍ୟୁ ପରେ ଆତ୍ମା ବାୟୁ ସଦୃଶ ରହିଥାଏ । ଯାହାକି ଭିନ୍ନ ଭିନ୍ନ ପଶୁ ରୂପରେ ପୃଥିବୀ ପୃଷ୍ଠରେ ଘୁରି ବୁଲିଥାଏ । ତେଣୁ ଏହି ସମୟରେ ଘରକୁ ଆସୁଥିବା ଜୀବଜନ୍ତୁଙ୍କୁ ଅନାଦର କରିବା ଉଚିତ ନୁହେଁ ।

୧ . କାଉ :-

ଯଦି ପିତୃ ପକ୍ଷରେ କାଉ ଆସି ଆପଣଙ୍କ ଘର ଉପରେ କିମ୍ବା ଗଛରେ ବସି ରାବୁଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପୂର୍ବଜ ଆପଣଙ୍କୁ ସାକ୍ଷାତ କରିବା ପାଇଁ କାଉ ରୂପରେ ଆସିଛନ୍ତି । ଏପରି କୁହାଯାଏ ଯେ ପୂର୍ବଜ କାଉ ରୂପରେ ଶ୍ରାଦ୍ଧ ଗ୍ରହଣ କରିବାକୁ ଆସିଥାନ୍ତି । ଯଦି ଏପରି କାଉ ଆସି ରାବୁଛି ଏବଂ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଭୋଜନ ଏବଂ ଜଳ ଗ୍ରହଣ କରୁଛି ତେବେ ଏହାର ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବାକୁ ଯାଉଛି । ମାତ୍ର ଯଦି ପିତୃ ପକ୍ଷରେ କାଉ ଆସି ଜୋର ଜୋର ରେ ଚିତ୍କାର କରିବାକୁ ଲାଗେ ତେବେ ଏହାର ଅର୍ଥ ଆପଣଙ୍କ ପିତୃ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । ତେଣୁ ତୁରନ୍ତ ଶ୍ରାଦ୍ଧ ଅର୍ପଣ କରନ୍ତୁ । ନଚେତ ପିତୃ ଦୋଷ ଦ୍ୱାରା ଭୟଙ୍କର ସ୍ଥିତି ଉତ୍ପନ୍ନ ହେବ ।

୨ . କୁକୁର :-

ଯଦି ପିତୃଙ୍କୁ ଶ୍ରାଦ୍ଧ ଦେବା ସମୟରେ ହଠାତ ଦ୍ୱାରକୁ କୌଣସି କୁକୁର ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ପିତୃ କୁକର ରୂପରେ ଆପଣଙ୍କ ଶ୍ରାଦ୍ଧରେ ପ୍ରସନ୍ନ ହୋଇ ଆପଣଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ତେଣୁ ତାହାକୁ ଅନାଦର କରନ୍ତୁ ନାହିଁ ଏବଂ ଖାଇବାକୁ ଦିଅନ୍ତୁ । ନଚେତ ଆପଣଙ୍କ ପିତୃ ଆପଣଙ୍କ ଉପରେ କ୍ରୋଧିତ ହେବେ । ପିତୃ ପକ୍ଷରେ ଦ୍ୱାରକୁ କୁକୁର ଆସିବାର ଅର୍ଥ ଆପଣଙ୍କର ସବୁ ଦୋଷର ନାଶ ହେବାକୁ ଯାଉଛି ।

୩ . ଗାଈ :-

ଯଦି ପିତୃ ପକ୍ଷରେ ଘରର ଦ୍ୱାରକୁ ଗାଈ ଆସୁଛି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । କାରଣ ଗୋମାତା ରୂପରେ ଆସୁଥିବା ପିତୃ ଅତ୍ୟନ୍ତ ପୁଣ୍ୟବାନ ହୋଇଥାଏ । ତେଣୁ ଏହା ସୁଖ ସମୃଦ୍ଧିର ସଙ୍କେତ ହୋଇଥାଏ । ତେଣୁ ଦ୍ୱାରକୁ ଆସିଥିବା ଗୋମାତାଙ୍କ ଅପମାନ କରନ୍ତୁ ନାହିଁ । ବରଂ ଆଦର କରି ଭୋଜନ କରାନ୍ତୁ ଏବଂ ହାତ ଯୋଡ଼ି ନିଜର ମନସ୍କାମନା କରନ୍ତୁ । ଏହାଦ୍ବାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *