ଦାରିଦ୍ରତା ଆସିବାର 3 ସବୁଠାରୁ ବଡ ସଂକେତ? ଘରକୁ ଦରିଦ୍ରତା ଆସିବାର ଏହି କାରଣ ହୋଇଥାଏ..

କେବେ କେବେ ଭାଗ୍ୟ ସାଥ ଦେଇନଥାଏ ଅବା ଏହିପରି ହୋଇଥାଏ ଆପଣଙ୍କୁ ଲାଗିଥାଏ ତ ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଶେଷ ରେ ହାତ ଖାଲି ରହିଥାଏ | ଆପଣଙ୍କୁ ଲାଗିବ ଏତେ କରିକି ଆମକୁ କଣ ମିଳିଲା? ଏମିତି ପରିସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଠୁ ଅଧିକ ଗୁରୁତ୍ୱ ଘରର ବାସ୍ତୁ ଉପରେ ଦେବା ଉଚିତ | କାରଣ ଅନେକ ସମୟ ରେ ଏହିପରି ହୋଇଥାଏ କି ଘରର ବାସ୍ତୁ ଠିକ ରହିନଥାଏ ତେଣୁ ଏହିପରି ଅସୁବିଧା ହୋଇଥାଏ | ତେବେ ପ୍ରତ୍ୟେକ ମନୁଷ୍ୟ ଙ୍କୁ ସମାନ ପ୍ରକାରର ସଫଳତା ମିଳିନଥାଏ କିଏ କମ କଷ୍ଟରେ ଅଧିକ ସଫଳତା ପାଇଥାଏ ତ କିଏ ଅଧିକ ପରିଶ୍ରମ କରି ମଧ୍ୟ ସେତିକି ସଫଳତା ପାଇପାରେ ନାହିଁ | ଏହାର କାରଣ ବାସ୍ତୁ ଦୋଷ ହୋଇପାରେ ତେବେ ଆଜି ଆମେ ବାସ୍ତୁ ବିଷୟରେ କହିବାକୁ ଯାଉଛୁ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ଯେତେବେଳେ ସବୁକିଛି ଧୂଆଁ ଧୂଆଁ ଲାଗିବାକୁ ଲାଗୁଛି କିଛି ବୁଦ୍ଧି ବାଟ ଦିଶୁନି ସେତେବେଳେ ସର୍ବପ୍ରଥମେ ଆପଣ ଘରର ଠାକୁର ଘରକୁ ଦେଖନ୍ତୁ | ଘର ଉତ୍ତର ପୂର୍ବକୁ ଈଶାନ କୋଣ କୁହାଯାଏ ଆପଣ ସେହି ଥରେ ପୂଜା କରନ୍ତୁ ଏବଂ ଭଗବାନଙ୍କ ମୂର୍ତ୍ତି ଆଉ ଚିତ୍ର କୁ ଏହିପରି ରଖନ୍ତୁ | ଗଣେଶ ଜୀଙ୍କ ମୂର୍ତ୍ତି କୁ ଏହିପରି ରଖନ୍ତୁ ଯେମିତି ତାଙ୍କ ପିଠି ବାହାରକୁ ରହିବ କାରଣ ଗଣେଶ ଜୀଙ୍କ ପିଠିରେ ଦୈତ ବାସ କରନ୍ତି | ତେବେ କିଛି ନା କିଛି ଦାନ ନିଶ୍ଚିନ୍ତ କରନ୍ତୁ, ଏବଂ ଘରେ କୌଣସି ଭଙ୍ଗା ରୁଜା ଜିଣିଷ ରଖନ୍ତୁ ନାହିଁ ବିଶେଷ କରି ଆଇନା କୁ ଭଙ୍ଗା ଜମା ବି ରଖନ୍ତୁ ନାହିଁ | ଅନେକ ସମୟରେ ଦେଖାଯାଏ ବାସନ ବି ଭଙ୍ଗା ଦଦରା ଆମେ ଘରେ ରଖିଥାଉ ଏହାକୁ ମଧ୍ୟ ଭୁଲ ରେ ଘରେ ରଖନ୍ତୁ ନାହିଁ | ବନ୍ଦ ହୋଇଥିବା ଘଣ୍ଟା କିମ୍ଵା ଭାଙ୍ଗିଯାଇଥିବା ଘଣ୍ଟାକୁ ମଧ୍ୟ ରଖନ୍ତୁ ଏହା ଆପଣଙ୍କ ସମୟ ଖରାପ କରିଦେଇଥାଏ |

ଘରେ ଝାଡୁ ପୋଛା କରିବା ସମୟ ରେ ଲୁଣ ଏବଂ ଫିଟିକିରି ନିଶ୍ଚିନ୍ତ ବ୍ୟବହାର କରନ୍ତୁ | ଏବଂ ଘରେ ଭଙ୍ଗା ମୂର୍ତ୍ତି, ଭଙ୍ଗା ରୁଜା ଖେଳନା ଇତ୍ୟାଦି ବାହାର କରି ଫିଙ୍ଗିଦିଅନ୍ତୁ ଭୁଲ ରେ ମଧ୍ୟ ରଖନ୍ତୁ ନାହିଁ | ଘରେ କବାଡିଆ ଜିନିଷ ରଖନ୍ତୁ ଏହାକୁ ଘରେ କୌଣସି ଜାଗାରେ ଏକାଠି ମଧ୍ୟ ରଖନ୍ତୁ ନାହିଁ | କାରଣ ଏଥିରେ ରାହୁ ଏବଂ କେତୁ ବାସ କରିଥାନ୍ତି ସେହି ପରି ଝରକା କବାଟ ଯଦି ଶବ୍ଦ କରୁଛି ଟାକୁ ଠିକ କରନ୍ତୁ | ଘରେ ପୁରୁଣା ଅବ୍ୟବହାର ହେଉଥିବା ଝାଡୁ କୁ ଘରେ ରଖନ୍ତୁ ନାହିଁ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି | ସେହି ପରି ଅଦରକାରୀ ଜିଣିଷ କୁ କେବେ ହେଲେ ଘରେ ଜାଗା ଦିଅନ୍ତୁ ନାହିଁ | ଯଦି ଆପଣଙ୍କ ଝରକା କାଚ ଭାଙ୍ଗିଯାଇଛି କିମ୍ଵା କୌଣସି କାଚ ଜିଣିଷ ଭାଙ୍ଗିଯାଇଛି ଟାକୁ ମଧ୍ୟ ବାହାର କରିଦିଅନ୍ତୁ | ଭଙ୍ଗା ରୁଜା ଜିନିଷ ରେ ଶନି ବାସ କରିଥାନ୍ତି ତେଣୁ ଘରୁ ଧୀରେ ଧୀରେ ସବୁ କବାଡିଆ ଜିନିଷ ହଟେଇ ଦିଅନ୍ତୁ | ଘରେ ଉନ୍ନତି ହେବ, ଶନି ଦୋଷ କଟିଯିବ ଏବଂ ବାସ୍ତୁ ଠିକ ହେଇଯିବ

ଘରେ ପୁରୁଣା ଜିନିଷ ପୁଟୁଳି କରିକି ରଖନ୍ତୁ ହିଁ ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ଘରେ ପଡିଥାଏ | ଏହା ବ୍ୟତୀତ ଆହୁରି ଅନେକ ଜିଣିଷ ପ୍ରତି ଧ୍ୟାନ ଦେବା ଜରୁରୀ ଯେମିତି କି ଗଛ ମୂଳେ ପରିସ୍ରା କରନ୍ତୁ ନାହିଁ, ପିଇବା ପାଣି ରାତିରେ ଢାଙ୍କିକି ରଖନ୍ତୁ | ଏବଂ ଗୁରୁବାର ଦିନ ଭୁଲ ରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଧର୍ମ ଗ୍ରନ୍ଥ ସାମ୍ମନ ସହ ପଢନ୍ତୁ, ରୋଷେଇ ଘରେ ପରିସ୍ରା କରନ୍ତୁ ନାହିଁ, ରାତିରେ କାହାକୁ ପିଆଜ ରାଶୁନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଉନ୍ନତି ହୁଏନାହିଁ |

ଏଥିପାଇଁ ଯତ୍ନବାନ ହୁଅନ୍ତୁ,ରାତିରେ କ୍ଷୀର ଦହି ଏବଂ ଘିଅ ଭୁଲ ରେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଲକ୍ଷ୍ମୀ ଚାଲିଯାନ୍ତି | ଅତିଥିଙ୍କୁ ଅସମ୍ମାନ କରନ୍ତୁ ନାହିଁ, ଆବଶ୍ୟକତା ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ | ଚାଉଳ କାହାକୁ ଦିଅନ୍ତୁ ହିଁ କାରଣ ଏହା ଦ୍ୱାରା ତାନ୍ତ୍ରିକ ପ୍ରୟୋଗ କରାଯାଏ | ତେବେ ରାତିରେ କାହାକୁ ଲୁଣ ଦିଅନ୍ତୁ ନାହିଁ, ଲୁଣ ହାତ କୁ ହାତ ଦେବା ଉଚିତ ନୁହେଁ ଏହା ଦ୍ୱାରା ଉନ୍ନତି ହୁଏନାହିଁ | ତେଣୁ ଏହି ସବୁ ଜିନିଷ କରିବା ଠୁ ଦୁରେଇ ରୁହନ୍ତୁ |

ବନ୍ଧୁଗଣ କେବେ ବି ଫୁଙ୍କିକି ଦିପ ଲିଭାନ୍ତୁ ନାହିଁ, ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି | ଜୋତା ଚପଲ ଓଲଟା ରଖନ୍ତୁ ନାହିଁ, ମାତା ପିତା ଙ୍କୁ ଅସମ୍ମାନ କରନ୍ତୁ ନାହିଁ | ଅଭାବୀ ଲୋକ କୁ ସାହାଯ୍ୟ କରନ୍ତୁ, ଘରେ ବୁଢ଼ୀଆଣି ଜାଲ କୁ ସଫା କରନ୍ତୁ | ଏହିପରି ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଜୀବନ ରେ ଉନ୍ନତି କରିବେ | ତେବେ ବନ୍ଧୁଗଣ ସନ୍ଧ୍ୟା ସମୟ ରେ ଭୁଲ କରି ମଧ୍ୟ କାହାକୁ ଉଧାର ଦିଅନ୍ତୁ ନାହିଁ | ଏହି ସମୟରେ ଲକ୍ଷ୍ମୀ ମା ଘରକୁ ଆସିଥାନ୍ତି ତେବେ ଏହି ପରି ବାସ୍ତୁ ଦୋଷ କୁଠିକ କରିବା ଦ୍ୱାରା ଜୀବନରେ ଉନ୍ନତି ଆସିଥାଏ |

Leave a Reply

Your email address will not be published. Required fields are marked *