ଦୁନିଆରେ ଜନ୍ମ ଏବଂ ମୃତ୍ୟୁ କେବଳ ଏହି ଦୁଇ ଶବ୍ଦ ହିଁ ସତ୍ୟ ଅଟେ । କାରଣ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ଅଟେ । ଯାହାକୁ କେହିବି ଟାଳି ପାରିବେ ନାହିଁ । ମୃତ୍ୟୁ ଆସିଲେ ମଣିଷକୁ ନିଜ ଶରୀରକୁ ତ୍ୟାଗ କରିବାକୁ ପଡ଼ିଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହନ୍ତି ଯେ ମନୁଷ୍ୟର ନିଜର ଆତ୍ମା ହି ତାର ନିଜର ନଚେତ ଆଉ କିଛି ତାର ନିଜର ନୁହେଁ । ଆତ୍ମା ଅମର ଅଟେ ଏବଂ ତାହାର କେବେ ଅନ୍ତ ହୁଏ ନାହିଁ । ସେ ନିଜ କର୍ମ ଅନୁସାରେ ବାରମ୍ବାର ଜନ୍ମ ନେଇଥାଏ । ମନୁଷ୍ୟର ଶରୀର ମଧ୍ୟ ତାର ନିଜର ନୁହେଁ ।
ତାହାକୁ ସେ କେବଳ କିଛି ସମୟ ପାଇଁ ହିଁ ପ୍ରାପ୍ତ କରିଥାଏ । ଯାହା କେବେ ନା କେବେ ପଞ୍ଚତତ୍ୱରେ ଲୀନ ହୋଇଯିବ । କିନ୍ତୁ ତଥାପି ମନୁଷ୍ୟ ଦୁନିଆର ଭୌତିକ ଜିନିଷର ମୋହରେ ପଡ଼ିଯାଏ । ମୃତ୍ୟୁ ପରେବି ସେହି ବସ୍ତୁ ପ୍ରତି ତାର ମୋହ ଛାଡ଼ି ନଥାଏ । ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଯେତେ ପର୍ଯ୍ୟନ୍ତ ମନୁଷ୍ୟ ସାଂସାରିକ ବସ୍ତୁର ମୋହକୁ ଛାଡ଼ି ଭଗବାନଙ୍କୁ ସମ୍ପୂର୍ଣ୍ଣ ରୂପରେ ଗ୍ରହଣ ନକରିଛି ସେତେବେଳେ ସେ ଭିନ୍ନ ଭିନ୍ନ ୟୁନିରେ ଜନ୍ମ ନେଇଥାଏ । କେବେକେବେ ସେହି ଜିନିଷ ପ୍ରତି ତାହାର ମୋହ ଏତେ ବଢ଼ିଯାଏ ଯେ ସେ ମୃତ୍ୟୁ ପରେ ବି ପୃଥିବୀ ଲୋକରେ ଘୁରିବୁଲିଥାଏ ।
ଅନେକ ସମୟରେ ମନୁଷ୍ୟ ନିଜର ମୃତ ପରିଜନଙ୍କ ମୃତ୍ୟୁ ପରେ ତାଙ୍କ ଜିନିଷକୁ ସ୍ମୃତି ଆକାରରେ ପାଖରେ ରଖିଥାଏ ଏବଂ ତାହାକୁ ବ୍ୟବହାର ମଧ୍ୟ କରିଥାଏ । ମାତ୍ର ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କର କୌଣସି ଜିନିଷ ବ୍ୟବହାର କରିବା ଆଦୋୖ ଉଚିତ ନୁହେଁ । କାରଣ ସେହି ବସ୍ତୁ ପ୍ରତି ମୃତ ବ୍ୟକ୍ତିଙ୍କ ମୋହ ରହିଥାଏ ଏବଂ ତାଙ୍କ ଶକ୍ତି ତାସହିତ ସଂଯୋଗ ହୋଇ ରହିଥାଏ । ଯଦି ଆପଣ ମୃତ ବ୍ୟକ୍ତିଙ୍କ ବସ୍ତୁ ବ୍ୟବହାର କରନ୍ତି ତେବେ ମୃତ ବ୍ୟକ୍ତିଙ୍କ ଆତ୍ମା ଆପଣଙ୍କ ଉପରେ ପ୍ରଭାବ ପକାଇ ପାରେ ।
ଯଦି ବ୍ୟକ୍ତି ସେହି ଜିନିଷକୁ ବ୍ୟବହାର କରି ତେବେ ତାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ମୃତ ବ୍ୟକ୍ତିର ଆତ୍ମା ତାକୁ ଅନେକ କଷ୍ଟ ଦେଇଥାଏ । ଗରୁଡ଼ ପୁରାଣରେ ସେହିପରି ତିନୋଟି ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି ।ଯେଉଁ ବ୍ୟକ୍ତିର ସେହି ବସ୍ତୁ ହୋଇଥାଏ ତାହାକୁ ବ୍ୟବହାର କରିବା ଦ୍ୱାରା ସେହି ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇ ନଥାଏ ।
୧ . ମୃତ ବ୍ୟକ୍ତିର ପୋଷାକ :-
ମୃତ ବ୍ୟକ୍ତିର ପୋଷାକ ବ୍ୟବହାର କରିବା ଉଚିତ ନୁହେଁ । କାରଣ ମୃତ ବ୍ୟକ୍ତିର ସେହି ଜିନିଷ ପ୍ରତି ମୋହ ରହିଥାଏ । ତେଣୁ ସେହି ଜିନିଷକୁ ବ୍ୟବହାର କରିବା ଦ୍ୱାରା ମୃତ୍ୟୁ ବ୍ୟକ୍ତିର ଆତ୍ମା ସେହି ବ୍ୟକ୍ତି ଉପରେ ଶାରୀରିକ ଏବଂ ମାନସିକ ପ୍ରଭାବ ପକାଇ ପାରେ । ଯାହାଦ୍ୱାରା ବ୍ୟକ୍ତିକୁ ବାରମ୍ବାର ମୃତ ବ୍ୟକ୍ତିର ଶକ୍ତିର ଆଭାସ ହେବାରେ ଲାଗିଥାଏ । ମୃତ ବ୍ୟକ୍ତି ବାରମ୍ବାର ତାର ସ୍ୱପ୍ନରେ ଆସି ତାକୁ ଦୁଃଖ ଯାତନା ଦେଇଥାଏ । ତେଣୁ ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ ବ୍ୟକ୍ତିର ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ଆପଣ ତାହାକୁ ଚାହିଁଲେ ସ୍ମୃତି ଆକାରରେ ରଖି ପାରିବେ କିମ୍ବା ନଦୀରେ ପ୍ରବାହିତ କରି ପାରିବେ ।
୨ . ମୃତ ବ୍ୟକ୍ତିଙ୍କ ଗହଣା :-
ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଗହଣାକୁ ବ୍ୟବହାର କରିବା ଉଚିତ ନୁହେଁ । ସାଧରଣତଃ ବିବାହିତ ମହିଳା ମାନେ ନିଜର ଗହଣାକୁ ଅଧିକ ପସନ୍ଦ କରିଥାନ୍ତି । ତେଣୁ ତାଙ୍କ ବିନା ଅନୁମତିରେ ଯଦି ଆପଣ ତାହାକୁ ବ୍ୟବହାର କରନ୍ତି ତେବେ ଆପଣଙ୍କ ଉପରେ ସେହି ଆତ୍ମା ପ୍ରଭାବ ପକାଇ ପାରେ । ଯଦି ଆପଣଙ୍କୁ ତାହା କୌଣସି ଉପହାର ସ୍ୱରୂପ ଦେଇଥାନ୍ତି କିମ୍ବା ମୃତ୍ୟୁ ପୂର୍ବରୁ ଗହଣା ବ୍ୟବହାର କରିବାର ଅନୁମତି ମିଳିଥାଏ ତେବେ ଆପଣ ତାହାକୁ ବ୍ୟବହାର କରି ପାରିବେ । ଆପଣ ଚାହିଁଲେ ସେହି ଗହଣାକୁ ବ୍ୟବହାର କରି ନୂତନ ଗହଣା ବନାଇ ମଧ୍ୟ ବ୍ୟବହାର କରି ପାରିବେ ।
୩ . ମୃତ ବ୍ୟକ୍ତିଙ୍କ ଘଣ୍ଟା :-
ମୃତ ବ୍ୟକ୍ତିଙ୍କ ଘଣ୍ଟା ମଧ୍ୟ ଭୁଲରେବି ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ମୃତ ବ୍ୟକ୍ତିଙ୍କ ଆତ୍ମା ବାରମ୍ବାର ସ୍ୱପ୍ନରେ ଆସି ଅନେକ କଷ୍ଟ ଯନ୍ତ୍ରଣା ଦେଇଥାଏ । ତାଙ୍କ ଅନୁମତିରେ ଆପଣ ତାହାକୁ ବ୍ୟବହାର କରି ପାରିବେ । ନଚେତ ଆପଣ ତାହାକୁ ସ୍ମୃତି ଆକାରରେ ରଖି ପାରିବେ । ପୁଣି ଗରୁଡ଼ ପୁରାଣ ଅନୁଯାୟୀ ଘଣ୍ଟା ମୃତ ବ୍ୟକ୍ତିର ଶକ୍ତି ସହିତ ସିଧାସଳଖ ଜଡ଼ିତ ଥାଏ । ତେଣୁ ତାହାକୁ ଆଦୋୖ ବ୍ୟବହାର କରିବା ଉଚିତ ନୁହେଁ ।