ମନୁଷ୍ୟ ନିଜର ଜୀବନ ଅତିବାହିତ କରିବା ପାଇଁ ଧନ ଆବଶ୍ୟକ କରିଥାଏ । ଏବଂ ଏହା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଜୀବନରେ ୭୦ ପ୍ରତିଶତ ସମସ୍ୟାର ସମାଧାନ ଅର୍ଥ ଦ୍ୱାରା ହିଁ ହୋଇଥାଏ । ତେବେ ଧାନ ଉପାର୍ଜନ ପାଇଁ ଅନେକ ଲୋକ ଭଲ ରାସ୍ତା ଆପଣାଉଥିବା ବେଳେ ଆଉ କିଛି ଲୋକ ଅନ୍ୟାୟର ରାସ୍ତା ବାଛି ନେଇଥାନ୍ତି । ପୁଣି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭଲ ରୋଜଗାର କରିବା ସତ୍ତ୍ୱେବି ଟଙ୍କା ସେମାନଙ୍କ ପାଖରେ ରହେ ନାହିଁ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ଆର୍ଥିକ ସମସ୍ୟାରୁ ବର୍ତ୍ତିଯିବେ ଏବଂ ଦାରିଦ୍ର୍ୟତା ଆପଣଙ୍କୁ କେବେ ସ୍ପର୍ଶ କରିପାରିବ ନାହିଁ । ତେବେ ଏହା ଆପଣ ରୋଷେଇ ଘରେ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଅଟାକୁ ନେଇ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିନେବା ।
ପ୍ରଥମ ଉପାୟ ଗୁରୁବାର ଦିନ ଗୁରୁଗ୍ରହଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ କରି ପାରିବେ । କାରଣ ଗୁରୁଗ୍ରହ ପ୍ରସନ୍ନ ରହିଲେ ହିଁ ଜୀବନରେ ଧନର ଆଗମନ ଏବଂ ସୁଖ ସମୃଦ୍ଧି ଆସିଥାଏ । ସେହି ଉପାୟ ଅନୁଯାୟୀ ଆପଣ କେବଳ ଶନିବାର ଦିନ ହିଁ ଚକିରେ ଅଟା ପେଷନ୍ତୁ । ମନେ ରଖନ୍ତୁ ଯେ ଅଟା ପେଷିବା ସମୟରେ ସେଥିରେ ଗୋଲମରିଚ ମିଶାନ୍ତୁ । ଏହାଦ୍ବାରା ଗୁରୁଗ୍ରହ ପ୍ରସନ୍ନ ହେବେ । ତେବେ ଏହି ଉପାୟରେ ୧୦୦ ଗ୍ରାମ ଗୋଲମରିଚ ବ୍ୟବହାର କରନ୍ତୁ । ସେହି ଅଟା ଘରର ସବୁ ସଦସ୍ୟ ବ୍ୟବହାର କରିବା ଉଚିତ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ମାନମାଳିନ୍ୟତା ମଧ୍ୟ ଦୂର ହୋଇଥାଏ ।
ଯଦି ଆପଣଙ୍କର ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା କିମ୍ବା ଯଦି ଆପଣଙ୍କ ଘରେ କେହି ବଡ଼ ବ୍ୟକ୍ତିଙ୍କ ବିବାହ ହୋଇ ପାରୁ ନାହିଁ , ଘରେ କୌଣସି ପବିତ୍ର କାର୍ଯ୍ୟକ୍ରମ ହୋଇନାହିଁ କିମ୍ବା ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଳେଶ ରହିଛି ତେବେ ଗୁରୁବାର ଦିନ ଅଟାରେ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଆପଣଙ୍କର ଚାକିରୀ ସମସ୍ୟା ମଧ୍ୟ ଏହି ଉପାୟ ଦ୍ୱାରା ସମାଧାନ ହୋଇଯିବ । ଆର୍ଥିକ ସମସ୍ୟା ସହିତ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଗୁରୁବାର ଦିନ ରୁଟି ବନାଇବା ପୂର୍ବରୁ ଅଟା ଚକଟିବା ସମୟରେ ସେଥିରେ ଅଳ୍ପ ହଳଦୀ ମିଶାନ୍ତୁ । ସେଥିରେ ରୁଟି ବନାଇ ପ୍ରଥମ ରୁଟି ଗୋମାତାଙ୍କୁ ଭୋଗ ଲଗାନ୍ତୁ । ଦେଖିବେ ଆପଣଙ୍କର ସବୁ ପ୍ରକାରର ଆର୍ଥିକ ସମସ୍ୟା ଦୂରେଇ ଯିବ ।
ଅନେକ ଲୋକଙ୍କର ଶନି ସମ୍ବନ୍ଧୀୟ ସମସ୍ୟା ରହିଥାଏ । ଯଦି ଆପଣଙ୍କ ପରିବାରର କେହି ବ୍ୟକ୍ତି ଉପରେ ଶନି ଦୋଷ ରହିଛି କିମ୍ବା ହଠାତ ଦୁର୍ଘଟଣା କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହୁଛି ତେବେ ଶନିବାର ଦିନ କଳା କୁକୁର କୁ ସୋରିଷ ତେଲରେ ରୋଟି ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା କେବଳ ଶନି ସମ୍ବନ୍ଧୀୟ ସମସ୍ୟା ନୁହେଁ ବରଂ ଆର୍ଥିକ ସମସ୍ୟା ଏବଂ ଋଣ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହେବ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୁର୍ଣ୍ଣ ହେବ । ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ଉପରେ କରଜ ରହିଛି ତେବେ ଅଟା ଚକଟିବା ସମୟରେ ସେଥିରେ ସୋରିଷ ତେଲ ମିଶାଇ ଚକଟନ୍ତୁ ଏବଂ ସେଥିରେ ରୁଟି ବନାଇ କରଜ ଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଓଁ ସଂ ଶନିଶ୍ଚରାୟ ନମଃ ଜପ କରି ଆଖପାଖରେ କୌଣସି କଳା କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ତାସହିତ ଅଳ୍ପ ଗୁଡ଼ ମଧ୍ୟ ଖୁଆଇ ଦିଅନ୍ତୁ । ଦେଖିବେ କରଜ ସମସ୍ୟା ଦୂରେଇ ଯିବ ।
ଆଉ ଏକ ଉପାୟ ଦ୍ୱାରା ମଧ୍ୟ ଆପଣ ନିଜ ଜୀବନର ସବୁ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଦୂର କରି ପାରିବେ । ସେହି ଉପାୟ ଅନୁଯାୟୀ ବୁଧବାର ଦିନ ସନ୍ଧ୍ୟା ୮ ପରେ ଏକ ମାଟି ଦୀପରେ ଏକ ବତୀକୁ ତେଲରେ ଭିଜାଇ ଜଳାଇ ଦିଅନ୍ତୁ । ସେଥିରେ ଅଟା ଦେଇ ତାହାକୁ ତୁଳସୀ ଗଛ ମୂଳରେ ଜାଳି ଦିଅନ୍ତୁ ଏବଂ ତୁଳସୀ ମାତାଙ୍କ ମନ୍ତ୍ର ଜପ କରନ୍ତୁ । ଦେଖିବେ ଆପଣଙ୍କର ଅତି ବଡ଼ ଧନ ସମ୍ବନ୍ଧୀୟ ସମସ୍ୟା କିମ୍ବା ପାରିବାରିକ ସମସ୍ୟା ସବୁ ଦୂରେଇ ଯିବ । ଏହାବ୍ୟତୀତ ଆପଣ ଯାହାବି ମନସ୍କାମନା ରଖିବେ ସେସବୁକୁ ମାତା ତୁଳସୀ ପୁର୍ଣ୍ଣ କରିବେ । ଏହାବ୍ୟତୀତ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହେବେ । ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।