ଶ୍ରାଦ୍ଧ ପକ୍ଷ ସମୟରେ ଖାଇବାର ଭୁଲ କରନ୍ତୁ ନାହିଁ , ନଚେତ ଲାଗିଥାଏ ଦୋଷ :-

ଶ୍ରାଦ୍ଧରେ ପାଞ୍ଚଟି ମୁଖ୍ୟ କର୍ମ କରିବା ସର୍ବୋତ୍ତମ ମାନା ଯାଇଛି । ତେଣୁ କିଛି ଜିନିଷ ଅଛି ଯାହାକୁ ଏହିଦିନ ଖାଇବା ଉଚିତ ନୁହେଁ । ଆମ ହିନ୍ଦୁ ଧର୍ମରେ ବ୍ୟକ୍ତିର ମୃତ୍ୟୁ ପରେ ଶ୍ରାଦ୍ଧ କରିବା ଅତ୍ୟନ୍ତ ଜରୁରୀ ମାନା ଯାଇଛି । କାରଣ ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତିର ମୃତ୍ୟୁ ପରେ ବିଧି ପୂର୍ବକ ଶ୍ରାଦ୍ଧ କରାନଯାଏ ତାଙ୍କୁ ଏହି ଦୁନିଆରୁ ମୁକ୍ତି ମିଳିପାରେ ନାହିଁ । ବ୍ରହ୍ମ ଦୈତ ପୁରାଣ ଅନୁଯାୟୀ ମନୁଷ୍ୟ ଭଗବାନଙ୍କୁ ପ୍ରସନ୍ନ କରିବା ପୂର୍ବରୁ ପିତୃଙ୍କୁ ପ୍ରଥମେ ପ୍ରସନ୍ନ କରିବା ଉଚିତ । ଜ୍ୟୋତିଷ ଅନୁଯାୟୀ ପିତୃ ଦୋଷ ହିଁ ସବୁଠାରୁ ବଡ଼ ଦୋଷ ହୋଇଥାଏ । ତେଣୁ ପ୍ରତ୍ୟକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅମାବାସ୍ୟା କାଳକୁ ପିତୃ ପକ୍ଷ ଶ୍ରାଦ୍ଧ କୁହାଯାଏ । ଏପରି ମାନ୍ୟତା ରହିଛି ଯେ ଏହି ଦିନ ଯମରାଜ କିଛି ସମୟ ପାଇଁ ପୁର୍ବଜଙ୍କୁ ଆଜାଦ କରି ଦିଅନ୍ତି ଯାହାଦ୍ୱାରା ସେମାନେ ନିଜ ସମ୍ପର୍କୀୟଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରି ପାରିବେ ।

ବ୍ରହ୍ମ ପୁରାଣ ଅନୁସାରେ ଯାହାବି ଜିନିଷ ଉଚିତ କାଳ ଏବଂ ସ୍ଥାନ ପୂର୍ବକ ବ୍ରାହ୍ମଣଙ୍କୁ ଶ୍ରଦ୍ଧା ପୂର୍ବକ ଦିଆଯାଏ ତାହା ଶ୍ରାଦ୍ଧ ହୋଇଥାଏ । ଯାହା ପିତୃଙ୍କୁ ପିଣ୍ଡ ସ୍ୱରୂପ ଭୋଜନ ଦିଆଯାଏ । ଯାହା ପିଣ୍ଡ ଦାନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏପରି କୁହାଯାଏ ଯେ ଯଦି ପିତୃ ରୁସ୍ଟ ହୁଅନ୍ତି ତେବେ ମନୁଷ୍ୟକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ପିତୃଙ୍କ ଅଶାନ୍ତି କାରଣରୁ ଧନ ହାନୀ , ସନ୍ତାନ ହୀନତା ଭଳି ସମସ୍ୟା ଦେଖା ଦେଇଥାଏ । ଯଦି ପିତୃ ଦୋଷ ଥାଏ ତେବେ ବ୍ୟକ୍ତିର ରାଜିଗାର ହୁଏନାହିଁ , ସନ୍ତାନ ପ୍ରାପ୍ତି ହୁଏ ନାହିଁ । ପିଣ୍ଡ ଦାନ କାମ ପୁତ୍ର , ନାତି ଏମିତିକି ମହିଳା ମାନେ ମଧ୍ୟ କରିବାକୁ ଯୋଗ୍ୟ । ଏପରି କୁହାଯାଏ ଯେ କାଉ ପିତୃ ରୂପରେ ପିଣ୍ଡ ଦାନ ସମୟରେ ଘରକୁ ଆସିଥାନ୍ତି । ତେଣୁ ଶ୍ରାଦ୍ଧର ପ୍ରଥମ ଅଂଶ କାଉକୁ ଦିଆଯାଏ । ତେଣୁ ଘରେ କୌଣସି ପ୍ରକାରର ସମସ୍ୟା ଯେମିତିକି ପାରିବାରିକ କଳହ , ସନ୍ତାନ ନହେବା , ବ୍ୟବସାୟରେ କ୍ଷତି , ରୋଜଗାର ନହେବା , ଦୁର୍ଘଟଣା ହେବା ଏହିସବୁର କାରଣ ପିତୃ ଦୋଷ ହୋଇଥାଏ ।

ଏହା କୌଣସି ବ୍ରାହ୍ମଣଙ୍କ ସହାୟତାରେ କରି ପାରିବେ ନଚେତ ଆପଣ ନିଜେ ମଧ୍ୟ କରି ପାରିବେ । ଏଥିପାଇଁ ଆବଶ୍ୟକୀୟ ଜିନିଷ ଚାଉଳ , ଧଳା ବସ୍ତ୍ର , ୧୧ ସୁପାରି , କ୍ଷୀର , ଜଳ , ମାଳା ଇତ୍ୟାଦି । ପୂର୍ବକୁ ମୁହଁ କରି ବସନ୍ତୁ ଏବଂ ଧଳା କପଡ଼ା ଉପରେ ୧୧ ସୁପାରି ରଖି ୧୦୮ ଥର ମାଳା ଜପ କରନ୍ତୁ । ଏହାବ୍ୟତୀତ ସୁଖ ସମୃଦ୍ଧି ନିମିତ୍ତ ପ୍ରାର୍ଥନା ଏବଂ କ୍ଷମା ପ୍ରାର୍ଥନା କରନ୍ତୁ । ଜଳରେ ତିଳ ମିଶାଇ ସାତ ଥର ଅଞ୍ଜଳି ଦିଅନ୍ତୁ । ଏହାପରେ ଅନ୍ୟାନ୍ୟ ଜିନିଷକୁ କପଡ଼ାରେ ବାନ୍ଧି ଭସାଇ ଦିଅନ୍ତୁ । ଶ୍ରାଦ୍ଧରେ ପାଞ୍ଚଟି ମୁଖ୍ୟ କାମ ନିଶ୍ଚିତ କରିବା ଉଚିତ । ଯେମିତିକି ତର୍ପଣରେ ତିଳ , ଦୁବ ପୁଷ୍ପ ମିଶାଇ ପିତୃଙ୍କୁ ଅର୍ପିତ କରନ୍ତୁ । ପିଣ୍ଡଦାନ କରି ଭୋକିଲାଙ୍କୁ ଭୋଜନ ଦିଅନ୍ତୁ , ନିବସ୍ତ୍ରଙ୍କୁ ବସ୍ତ୍ର ଦାନ କରନ୍ତୁ , ବିନା ଦକ୍ଷିଣାରେ ଫଳ ମିଳି ନଥାଏ ।

ପିତୃଙ୍କ ନାମରେ ସମାଧି ଦେବା ମଧ୍ୟ ଉଚିତ । ଯେଉଁଦିନ ତାଙ୍କର ନିଧନ ହୋଇଥିବ ସେହିଦିନ ହିଁ ଶ୍ରାଦ୍ଧ ଦେବାର ବିଧାନ ରହିଛି । ଯଦି ନିଧନର ଦିନ ଜଣା ନାହିଁ ତେବେ ପୁରୁଷଙ୍କ ଶ୍ରାଦ୍ଧ ଅଷ୍ଟମୀ ଏବଂ ମହିଳାଙ୍କ ଶ୍ରାଦ୍ଧ ନବମୀରେ କରଯାଏ । ଯେଉଁ ମାନଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବ ସେମାନଙ୍କ ଶ୍ରାଦ୍ଧ ଚତୁର୍ଦ୍ଦଶୀରେ କରାଯାଏ । ନଚେତ ଶେଷ ଦିନ ଅମାବାସ୍ୟାରେ କରି ପାରିବେ । ଯଦି ଆପଣଙ୍କର ମାତା ପିତା ଅଛନ୍ତି ତେବେ ପିତୃ ଶ୍ରାଦ୍ଧ ପାଳନ କରନ୍ତୁ ନାହିଁ । ଏହିଦିନ ଅନେକ କିଛି ଖାଇବାର ବିଧାନ ନାହିଁ । ଯଦି ଆପଣ ଗୟାରେ ପିଣ୍ଡ ଦାନ କରିଛନ୍ତି ତେବେ ଏସବୁ କରିବାର ଆବଶ୍ୟକତା ନାହିଁ । ଏହି ସମୟରେ ପିଆଜ ରସୁଣ ସେବନ କରନ୍ତୁ ନାହିଁ । ମାଂସ ଏବଂ ଅଲକୋହଲର ସେବନ କରନ୍ତୁ ନାହିଁ । ବାସୀ ଭୋଜନ ଏବଂ ମସୁରି ଡାଲି ଖାଇବେ ନାହିଁ । ନଚେତ ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆଣିପାରେ । ମୂଳା , କଳା ଲୁଣ ଖାଇବା ମଧ୍ୟ ବର୍ଜିତ ଅଟେ । ଆପଣ ଚାହିଁଲେ ସାଧାରଣ ଲୁଣ ଖାଇ ପାରିବେ ।

Leave a Reply

Your email address will not be published. Required fields are marked *