ଘରର ପୂଜା ଘରେ ଏହି ଗୋଟେ ଜିନିଷ ରଖିବାରେ ହିଁ ହେଇଯିବ ଆପଣଙ୍କର ଅଧାରେ ଥିବା ସମସ୍ତ କାର୍ଯ୍ୟ,ମାତା ଲଷ୍ମୀ ଆପଣଙ୍କ ଉପରେ ହେବ ପ୍ରଶନ |

ବନ୍ଧୁଗଣ ଆମ ସଂସ୍କୃତିରେ ଛୋଟ ହେଉ କିମ୍ଭା ବଡ଼ ଧାରଣର ପୂଜା କରିବାକୁ କିଛି ନିର୍ଦ୍ଧିଷ୍ଟ ନିୟମ ରହିଥାଏ | ଏବଂ ଏହି ନୀତି-ନିୟମ ମାନି ହିଁ ଆମକୁ ପୂଜା ପାଠ କରିବା ଉଚିତ | ଏବଂ ସବୁ ନିୟମ ମାନି ପୂଜା କରିବା ପରେ ହିଁ ଆମକୁ ଭଗବାନଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ | ବନ୍ଧୁଗଣ ଅନେକ ଥର ଆମେ ସମ୍ପୂର୍ଣ ଶ୍ରଦ୍ଧା ଏବଂ ନିଷ୍ଟାର ସହ ପୂଜା ପାଠ ତ କରିଥାଉ କିନ୍ତୁ ଆମକୁ ସେହି ପ୍ରକାରର ଫଳ ମିଳିନଥାଏ | ଆମ କଷ୍ଟର ନିବାରଣ ମଧ୍ୟ ହୁଏ ନାହିଁ | ଆମ ଇଚ୍ଛା ମଧ୍ୟ ପୁର୍ଣ ହୁଏନାହିଁ | ଏବଂ ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିନଥାଏ | କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି ଆମ ସହ କାହିଁକି ହୁଏ? କାହିଁକି ଆପଣଙ୍କୁ ନିଜ ମନ ଇଛା ଫଳ ମିଳେନି? ଏହାର କାରଣ ଏହା ମଧ୍ୟ ହୋଇପାରେ କି ବୋଧ ହୁଏ ଆପଣଙ୍କ ପୂଜା କରିବା ପ୍ରଣାଳୀ ଭୁଲ ହୋଇପାରେ କିମ୍ଭା ପୂଜା କରିବା ବେଳେ ଆପଣ କିଛି ଜରୁରୀ ଜିନିଷ କୁ ଭୁଲିଯାଉଛନ୍ତି | କିମ୍ଭା ଆପଣ କିଛି ଏମିତି ଭୁଲ କରୁଛନ୍ତି ଯାହା ଦ୍ୱାରା ଆପଣଙ୍କ ପୂଜା ଈଶ୍ୱରଙ୍କ ପାଖରେ ପହଞ୍ଚି ପାରୁନାହିଁ |

ବନ୍ଧୁଗଣ ଆମ ପୂଜା ଶାସ୍ତ୍ରରେ ଯେତେ ବି ପୂଜା ଜିନିଷ ବିଷୟରେ କୁହାଯାଇଛି ସେହି ସବୁ ବାସ୍ତୁଙ୍କର ନିଜର ହିଁ ଅଲଗା ଅଲଗା ବେଶେଷତ୍ୟ ଏବଂ ଅଲଗା ଅଲଗା ମହତ୍ୱ ରହିଛି | ସେ ସିନ୍ଧୁର ହେଉ କିମ୍ଭା ଚାଉଳ, କର୍ପୁର,ଧୂପ, ଦୀପ,ନୈବେଦ୍ୟ ଇତ୍ୟାଦି | ଯେତେବେଳେ ବି ଆମେ ପୂଜା କରିଥାଉ ଏହି ସମସ୍ତ ବାସ୍ତୁଙ୍କର ବ୍ୟବହାର ଏକ ନିର୍ଦ୍ଧିଷ୍ଟ ନିୟମ ରହିଥାଏ | ଏବଂ ଆମକୁ ସେହି ନିୟମ ମାନି ପୂଜା କରିବା ଆବଶ୍ୟକ ହୋଇଥାଏ | ଆମେ ଆଜି ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ପୂଜା କରିବା ହେଲେ ଆପଣଙ୍କୁ ଧ୍ୟାନରେ ରଖିବା ନିହାତି ଆବଶ୍ୟକ ଅଟେ | ଏହା ସହ ଭଗବାନ ଶ୍ରୀ କୃଷ୍ଣ କହିଥିବା ସେହି ଗୋଟେ ଜିନିଷ ଯାହା ପୂଜା ଘରେ ରଖିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ପ୍ରାପ୍ତ ହୋଇଥାଏ | ଚାଲନ୍ତୁ ଜାଣିନେବା |

ପୂଜା କରିବା ଆଗରୁ ଆପଣ ଏହା ନିଶ୍ଚିତ ଭାବେ ଦେଖିନିଅନ୍ତୁ କି ଆପଣଙ୍କ ଘରର ମନ୍ଦିର ଠିକ ଦିଗରେ ଅଛି କି ନାହିଁ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମନ୍ଦିର ସବୁବେଳେ ଘରର ଐଶାନ୍ୟ କୋଣରେ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ହେବ ଉଚିତ | ପ୍ରତିଦିନ ସକାଳୁ ଉଠି ନିଜ ନିର୍ତ୍ୟକ୍ରମ ସରିବା ପରେ ସ୍ୱଚ୍ଛ ପୋଷାକ ପିନ୍ଧି ସାରିବା ପରେ ହିଁ ସବୁ ନିୟମ ମାନି ପୂଜା କରିବା ଅବଶ୍ୟକ ଅଟେ | ଏବଂ ସକାଳ-ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଗୋଟେ ଦୀପ ଜଳିବା ଆବଶ୍ୟକ | ମନ୍ଦିରର ଆଖ-ପାଖ ଜାଗା ସଫା ରଖିବା ଆବଶ୍ୟକ | ଏବଂ ସକାଳୁ ଭଗବାନଙ୍କୁ ସ୍ନାନ କରେଇବା ପରେ ହିଁ ତାଙ୍କୁ ଚନ୍ଦନରେ ସଜେଇ ଫୁଲ ଚଢେଇବା ଅବଶ୍ୟ | ଯଦିଓ ସମସ୍ତଙ୍କ ଘରେ ପୂଜାର କିଛି ନିୟମ ଥାଏ ଏବଂ ସେହି ନିୟମକୁ ଧ୍ୟାନରେ ରଖି ଆପଣଙ୍କୁ ପୂଜା କରିବା ଆବଶ୍ୟକ ଅଟେ |

ମନେ ରଖିବେ କି ଭଗବାନଙ୍କୁ ଚଢ଼ାଉଥିବା ଭୋଗ, ଦୀପ, ଧୂପ, ନୈବେଦ୍ୟ କୁ କେବେ ବି ପୂଜା ଆଗରୁ ଶୂଙ୍ଘନ୍ତୁ ନାହିଁ | ଶାସ୍ତ୍ର ଅନୁଯାୟୀ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ | ବନ୍ଧୁଗଣ ଘରେ ଯେବେ ପୂଜା ହୁଏ ଘଣ୍ଟି ଏବଂ ଶଙ୍ଖକୁ ବ୍ୟକ୍ତି ନିଜ ଇଛା କିମ୍ଭା ଯେକୌଣସି ପ୍ରକାରରେ ମଧ୍ୟ ବଜାଇଥାଏ | କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଘଣ୍ଟି ଏବଂ ଶଙ୍ଖ ବଜେଇବାର କିଛି ନିର୍ଦ୍ଧିଷ୍ଟ ନିୟମ ଅଛି | ଆମକୁ କେବଳ ଆଳତି ସମୟରେ ହିଁ ଘଣ୍ଟି ଏବଂ ଶଙ୍ଖକୁ ବଜେଇବା ଉଚିତ | ଅନ୍ୟ ବେଳେ ଏହାକୁ ବଜନ୍ତୁନାହିଁ | ଏହା ଅଶୁଭ ହୋଇଥାଏ |

ବନ୍ଧୁଗଣ ଆମର ସବୁ ପୂଜାରେ କଳସର ଏକ ବିଶେଷ ମହତ୍ୱ ରହିଥାଏ | ଶାସ୍ତ୍ରରେ କଳସକୁ ପୂର୍ଣ୍ଣତାର ପ୍ରତୀକ ଭାବେ ବିବେଚନା କରାଯାଇଛି | ସେ ସତ୍ୟନାରାୟଣ ପୂଜା ହେଉ, କିମ୍ଭା ଦୀପାବଳି ପୂଜା କିମ୍ଭା ଅନ୍ୟ ଯେକୌଣସି ପ୍ରକାରର ପୂଜା ହେଉନା କାହିଁକି କଳସର ସ୍ଥାପନା କରିବା ବିନା ସବୁ ପୂଜା ଅଧା ରହିଯାଇଥାଏ | ପୂଜା ମାନଙ୍କରେ କଳସର ସ୍ଥାପନା ଦେବା-ଦେବୀଙ୍କୁ ଆଗମନ କରେଇବା ଉଦେଶ୍ୟରେ ସ୍ଥାପନା କରାଯାଇଥାଏ | ପୂଜା କରିବା ବେଳେ ଯଦି ଆମେ ତମ୍ଭାର କଳସରେ ପୁଣୀ ରଖି ପୂଜା କରେ ତେବେ ଏହାର ଅନେକ ଶୁଭ ଫଳ ଆମକୁ ପ୍ରାପ୍ତ ହୋଇଥାଏ | ମନେ ରଖିବେ ସବୁବେଳେ ତମ୍ଭାର କଳସରେ ହିଁ ପୂଜା କରିବେ ଏବଂ ସେହିଥିରେ ସ୍ୱସ୍ତିକ ଚି଼ହ୍ନ ବନେଇବା ସହ ସେହି ପାଣିରେ କିଛି ଗଙ୍ଗା ଜଳ ମିସେଇଦିଅନ୍ତୁ ଏବେ ଦେଖିବେ ଏମିତି କରି ପୂଜା କରିବା ଦ୍ୱାରା ଆପଣଙ୍କୁ ଖୁବ ଶୀଘ୍ର ଶୁଭ ଫାଳ ପ୍ରାପ୍ତ ହେବାରେ ଲାଗିବ |

ବନ୍ଧୁଗଣ ଏଥିସହ ଏହା ମଧ୍ୟ ଧ୍ୟାନ ଦେବେ କି ଆପଣଙ୍କ ମନ୍ଦିରରେ ସବୁ ବେଳେ ଦୀପ ଜଳେଇବେ | ଏମିତି କେବେ ବି ଏହି ଭୁଲ କରିବେନି ଦୀପ ନଜଳେଇବାର | କାରଣ ଘରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ | ଘରେ ଥିବା ନକାରାତ୍ମକ ଶକ୍ତିକୁ ସେ ସକାରାତ୍ମକ ଶକ୍ତିରେ ପରିଣତ କରେଇଥାଏ | ସବୁବେଳେ ଘରର ମନ୍ଦିରରେ ଦୀପ ନିଶ୍ଚିତ ଭେବ ଜଳେଇବେ | ସବୁବେଳେ ଧ୍ୟାନ ଦେବେ ସନ୍ଧ୍ୟା ସମୟରେ ଘିଅ ଦୀପ ଅର୍ପଣ କରିବାକୁ ଭଗବାନଙ୍କୁ | ଘିଅ ଦୀପ ଜଳିବା ଦ୍ୱାରା ଆପଣଙ୍କର ଘରେ ଥିବା ସମସ୍ତ ନେଗେଟିଭ ଉର୍ଜାକୁ ଘିଅ ଦୀପ ସକାରାତ୍ମକ କରେଇଥାଏ | ଏବଂ ଅପଣଂକ ମନକୁ ଶାନ୍ତି ଦେଇଥାଏ |

ଆପଣଙ୍କର ଘରର ଉନତି ହେବାରେ ଲାଗେ | ସବୁବେଳେ ଧ୍ୟାନ ଦେବେ ଠାକୁରଙ୍କ ଘରେ ଦୀପ ଜଳିବା ନିହାତି ଆବଶ୍ୟକ ହୋଇଥାଏ | ସବୁ ସନ୍ଧ୍ୟାରେ ଘିଅ ଦୀପ ଜଳିବା ଦ୍ୱାରା ମାତା ଲଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଈ ଆପଣଙ୍କର ଆର୍ଥିକ ସ୍ଥିତିକୁ ସୃଦୁଢ କରିଦେ | ଏବଂ ଅନ୍ୟ ଦେବା-ଦେବି ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିବେ ଯାହା ଦ୍ୱାରା ଆପଣଙ୍କ ଜୀବନରେ କେବେ ବି କିଛି ସମସ୍ୟା ଆସିବନି ଏବଂ ଆପଣଙ୍କର ଅଧା ରହିଯାଇଥିବା ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହୋଇଯିବ |

Leave a Reply

Your email address will not be published. Required fields are marked *