ବର୍ଷା ପାଣିକୁ ନେଇ କରନ୍ତୁ ଏହି ଉପାୟ , ହୋଇଯିବେ କୋଟିପତି :-

ବର୍ଷାର ଆନନ୍ଦ କେବଳ ଛୋଟ ପିଲା ନୁହଁନ୍ତି ବରଂ ବଡ଼ ଏବଂ ବୃଦ୍ଧ ମାନେ ମଧ୍ୟ ନେଇଥାନ୍ତି । ଏପରି ମାନା ଯାଏ ଯେ ବର୍ଷା ପାଣିରେ ନିଶ୍ଚିତ ଥରେ ଭିଜିବା ଉଚିତ । ପୁରା ବର୍ଷାରେ ଥରେ ଭିଜି ମଜା ନେବା ସହିତ ଘରକୁ ଆସି ପୁଣିଥରେ ସ୍ନାନ କରିବାରେ କିଛିବି ଅସୁବିଧା ନାହିଁ । କାରଣ ଏପରି କରିବା ଦ୍ୱାରା ଯଦି ଆପଣଙ୍କ ଗ୍ରହ ଓଲଟା ଚାଲୁଥିବ ତେବେ ସେହି ଦୋଷ ବର୍ଷା ପାଣିରେ ଧୋଇ ହୋଇ ବୋହି ଯିବ ।

ଏହା ଶାସ୍ତ୍ର କହିଥାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଲଗାତାର ଏକ ବୋତଲରେ ବର୍ଷା ପାଣି ସଞ୍ଚୟ କରି ରଖନ୍ତି ତେବେ ତାହା ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦୂର ହୋଇ ପାରିବ । ଅଳ୍ପ ବର୍ଷା ପାଣି ନିଶ୍ଚିତ ଭାବରେ ସଞ୍ଚୟ କରି ରଖିବା ଉଚିତ । ଆପଣଙ୍କ ଜୀବନର ଭିନ୍ନ ଭିନ୍ନ ସମସ୍ୟା ଯେପରିକି ଚାକିରୀ , ବ୍ୟବସାୟ କିମ୍ବା ଧନ ସମ୍ବନ୍ଧୀୟ ସମସ୍ୟା ସବୁକିଛି ସେହି ବର୍ଷା ପାଣି କାରଣରୁ ଦୂର ହୋଇ ପାରିବ । ଯାହାର କିଛି ବିଶେଷ ଉପାୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ . ଯଦି ଆପଣ ମାନସିକ ଚିନ୍ତାରେ ପୀଡ଼ିତ ଅଛନ୍ତି ତେବେ ଏକ ଗ୍ଲାସରେ ବର୍ଷା ପାଣି ପୂର୍ଣ୍ଣ କରି ନିଅନ୍ତୁ ଏବଂ ନିଜେ ଶୋଉଥିବା ବିଛଣା ତଳେ ରଖି ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ କୌଣସି ନାଳ କିମ୍ବା ନର୍ଦମାରେ ପକାଇ ଦିଅନ୍ତୁ । ଏହି ଉପାୟ ଗୋଟିଏ ଦିନ ଅଧିକ ବର୍ଷା ପାଣି ନେଇ କରିବାକୁ ଚେଷ୍ଟା କରନ୍ତୁ । ଦେଖିବେ ଆପଣଙ୍କ ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ ।

୨ . ଯଦି ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏକ କାଚ ବୋତଲରେବର୍ଷା ପାଣି ପୂର୍ଣ୍ଣ କରି ବୋତଲକୁ ବନ୍ଦ କରି ଦିଅନ୍ତୁ । ଏହାପରେ ନିଜ ଜୀବନର ସମସ୍ୟା , ଦାମ୍ପତ୍ୟ ଜୀବନର ସବୁ ସମସ୍ୟାକୁ କହି ଶୋଇବା କକ୍ଷର କୌଣସି ଏକ କୋଣରେ ରଖି ଦିଅନ୍ତୁ । ଯେତେଦିନ ତାହା ସେହି ସ୍ଥାନରେ ପଡ଼ି ରହିବ ସେତେଦିନ ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ଭରି ଯିବ ।

୩ . ବାସ୍ତୁ ଦୋଷକୁ ମଧ୍ୟ ଏହି ବର୍ଷା ପାଣି ଦ୍ୱାରା ଦୂର କରାଯାଇ ପାରିବ । ବର୍ଷା ପାଣିକୁ ଏକ ପାତ୍ରରେ ସଞ୍ଚୟ କରି ନିଅନ୍ତୁ । ଏହାପରେ ଏକ ଆମ୍ବ ପତ୍ର ବୁଡ଼ାଇ ଘର ସାରା ସିଞ୍ଚନ କରନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯିବ । ପ୍ରତ୍ୟକ ବ୍ୟକ୍ତି ପୁରା ବର୍ଷରେ ଥରେ ନିଶ୍ଚୟ ବର୍ଷାରେ ଗାଧୋଇବା ଉଚିତ । ଏହାଦ୍ବାରା ଜୀବନର ତମାମ ସମସ୍ୟା ଦୂର ହୋଇଯିବ । ଗ୍ରହ ସମସ୍ୟା ମଧ୍ୟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *