ସବୁଠୁ ବଡ ମନ୍ତ୍ର ( କଣ ଅଟେ?) ଯାହାକୁ ଜପିବା ଦ୍ୱାରା ସବୁ ମନୋକାମନା ତୁରନ୍ତ ପୁରା ହୋଇଯାଏ..

ବନ୍ଧୁଗଣ ବହୁତ ଲୋକଙ୍କର ଏହି ଅଭିଯୋଗ ରହିଥାଏ କି ସେମାନଙ୍କ ଘରେ ଅଚାନକ ସବୁ ଓଲଟ ପାଲାଟ ହେବାକୁ ଲାଗୁଛି | ଯେମିତି ସବୁ କାମ ବନିକି ବିଗିଡି ଯାଉଛି, କୌଣସି ବି କାମ ତାଙ୍କ ଇଛା ଅନୁସାରେ ହେଉନାହିଁ | ଘରର ମାହୋଲ ଏତେ ନକାରାତ୍ମକ ହୋଇଯାଇଛି ଯେ ନିଜେ ଘରେ ହିଁ ଗୋଟିଏ ଅଲଗା ପ୍ରକାରର ଅଣନିଶ୍ୱାସୀ ଲାଗୁଚି | ଏବଂ ଏସବୁରୁ ଆପଣଙ୍କ ମୁକ୍ତି ଚାହୁଁଛନ୍ତି ଏବଂ ଆପଣଙ୍କର ମନ କୌଣସି କାର୍ଯ୍ୟ ରେ ଲାଗୁନାହିଁ | ଆପଣଙ୍କୁ ଖରାପ ଚିନ୍ତା ଆସୁଛି ଦିନ ସାରା ଟେନସନ ବନି ରହୁଛି | ତେବେ ଆପଣଙ୍କୁ ବାସ ଆବଶ୍ୟକତା ଅଛି ସକାଳ ସମୟରେ ଏହି ଶବ୍ଦ କହିବାର |

ତେବେ ବନ୍ଧୁଗଣ ଏମିତିରେ ତ ଭଗବାନ ଶିବ ସଚ୍ଚା ମନରେ, ଏବଂ ଜଳ ଅର୍ପଣ କରିବା ଦ୍ୱାରା ହିଁ ପ୍ରସନ୍ନ ହୋଇଯାନ୍ତି | ଏବଂ ଭକ୍ତ ଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି କିନ୍ତୁ ବନ୍ଧୁଗଣ ସକାଳୁ ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ଯାହା ବି ମନସ୍କାମନା ରହିଛି ତାହା ନିଶ୍ଚିନ୍ତ ପୁରା ହେବ | ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ତାହା ପାଇଁ ଆପଣଙ୍କୁ କେବଳ ଏହି ଶବ୍ଦ କହିବାକୁ ହେବ | ବିନା ପୂଜା ପାଠ ରେ ଆପଣଙ୍କୁ ଏତେ ଫଳ ମିଳିବ ଯାହାର ଆପଣ କଳ୍ପନା ବି କରିପାରିବେ ନାହିଁ |

ବନ୍ଧୁଗଣ ମାତା ଗୌରୀ ଏବଂ ମହାଦେବ ସଦା ସର୍ବଦା ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷେଇ ଥାନ୍ତି | ଯଦି ଆପଣ ତାଙ୍କ ମଧ୍ୟ ରୁ ଜଣଙ୍କୁ ବି ପ୍ରସନ୍ନ କରିଦେବେ ତେବେ ଆପଣଙ୍କୁ ସେହି ଲାଭ ମିଳିବ ଯାହା ଆପଣ ଜୀବନରେ ଇଛା କରିଛନ୍ତି | ଆପଣ ସକାଳୁ ଉଠି ଏହି ମନ୍ତ୍ର କୁ ଜପ କରିପାରିବେ ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି,ଛୋଟ ଛୁଆ ଅଟନ୍ତି ତଥାପି ମଧ୍ୟ ଆପଣ ଏହି ଉପାୟ କରିପାରିବେ | କେବଳ ଘରର ବଡ ଲୋକଙ୍କୁ ନୁହେଁ ପିଲାଙ୍କୁ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ, କାରଣ ଏହା ଦ୍ୱାରା ମାନସିକ ସ୍ଥିତି ଏତେ ଦୃଢ଼ ହେବ ଯେ ଆପଣ କେଉଁଠାରେ ବି ସଫଳତା ପାଇ ପାରିବେ |ଏହାକୁ ମହିଳାମାନେ ମଧ୍ୟ କରି ପାରିବେ |

ତେବେ ବନ୍ଧୁଗଣ ଏହି ଉପାୟ କରିବା ପାଇଁ ଆପଣଙ୍କୁ ସ୍ନାନ କରିବା ମଧ୍ୟ ଆବଶ୍ୟକ ନୁହେଁ | ଆପଣ ସକାଳୁ ଉଠି ଏହି ମନ୍ତ୍ର କୁ ଜପ କରିପାରିବେ | ଉତ୍ତମ ସନ୍ତାନ ପାଇଁ ଏହି ଉପାୟ ମହିଳା କରିପାରିବେ | ଯଦି ଆପଣ ବ୍ୟବସାୟ କରୁଛନ୍ତି, ଯଦି ଚାକିରୀ ରେ ଉନ୍ନତି ଚାହୁଁଛନ୍ତି ତେବେ ମଧ୍ୟ ଏହି ମନ୍ତ୍ର ଜପ କରନ୍ତୁ | ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବ୍ୟକ୍ତି ଧନୀ ହୋଇଯାନ୍ତି | କୌଣସି ସମସ୍ୟା କେବେ ବି ଆପଣଙ୍କୁ ବିବ୍ରତ କାରୀ ପାରେ ନାହିଁ | ଏହି ମନ୍ତ୍ର ଙ୍କୁ ଛୋଟ ପିଲା,ବୟସ୍କ, ମହିଳା ସମସ୍ତେ ଜପ କରିପାରିବେ | ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା କଣ କରିବାକୁ ହେବ..

ବନ୍ଧୁଗଣ ଆପଣଙ୍କୁ ସକାଳୁ ଉଠି ଦେବତା ମାନଙ୍କୁ ସ୍ମରଣ କରିବା ଉଚିତ | ଆପଣଙ୍କୁ ସକାଳୁ ଉଠି ଦୁଇ ହାତ ଯୋଡି ଏହି ଶବ୍ଦ କହିବାକୁ ହେବ ଯାହା ହେଉଛି, “ଓଁ ଯୁଂ ଶଃ ” ଏହା ଲହୁ ମହା ମୃତୁଞ୍ଜୟ ମନ୍ତ୍ର ଅଟେ | ଯଦି ଆପଣ ଏହି ମନ୍ତ୍ର ଜପ କରନ୍ତି ତେବେ ସବୁ ଅସୁବିଧାର ସମାଧାନ ହୋଇଥାଏ |ଏହା ବ୍ୟତୀତ ଆପଣ ଦୁଇ ହାତ ଯୋଡି, “କରାଗ୍ରେ ବଶତଃ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋଵିନ୍ଦଃ, ପ୍ରଭାତେ କର ଦର୍ଶନଃ” | ଅର୍ଥାତ ହାତରେ ଅଗ୍ର ଭାଗରେ ମା ଲକ୍ଷ୍ମୀ ବାସ କରନ୍ତି, ମଧ୍ୟ ଭାଗରେ ସରସ୍ବତୀ ବାସ କରନ୍ତି ତେବେ ସେହି ପରି କର ମୂଳରେ ଗୋବିନ୍ଦ ବାସ କରନ୍ତି | ଏହାକୁ କରିବା ଦ୍ୱାରା ଆପଣଙ୍କ ସବୁ ଇଛା ପୂର୍ଣ୍ଣ ହୋଇଥାଏ |

Leave a Reply

Your email address will not be published. Required fields are marked *