ଶୋଇବା ସମୟରେ ଭୁଲରେବି ରଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ ! ନଚେତ ଆସିଥାଏ ଦାରିଦ୍ର୍ୟତା :-

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେଉଁ ଜିନିଷ ରଖିବା ଆଦୋୖ ଉଚିତ ନୁହେଁ । ଶୋଇବା ସମୟରେ ମନୁଷ୍ୟର ଶରୀର କାର୍ଯ୍ୟରୋହିତ ହୋଇଥାଏ । ସେତେବେଳେ ପଞ୍ଚତତ୍ତ୍ୱ କାମ କରିଥାଏ । ତେଣୁ ମୁଣ୍ଡ ପାଖରେ ଯଦି ଏମିତି କିଛି ଜିନିଷ ରହେ ଯାହା ନକରାତ୍ମକ ଶକ୍ତି ସଞ୍ଚାର କରିଥାଏ ତେବେ ତାହା ଉଭୟ ଶରୀର ଏବଂ ମାନସିକତା ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏହାବ୍ୟତୀତ ଆମେ କହିବୁ ଯେ କେଉଁ ଜିନିଷ ରଖିଲେ ଆପଣଙ୍କ ନିଦ ଭଲ ହେବା ସହିତ ସକାରାତ୍ମକ ଶକ୍ତି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିବ ।

ଯଦି ଆପଣଙ୍କୁ ଶୋଇବାରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ରୁମାଲରେ କିଛି କର୍ପୂର ବାନ୍ଧି ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ତାହାକୁ ଆପଣ ଶୁଙ୍ଘି ପାରିବେ । କର୍ପୂର ସକାରାତ୍ମକ ଶକ୍ତିର ଉତ୍ସ ଅଟେ । ଏହାଦ୍ବାରା ମସ୍ତକ ଶାନ୍ତ ରହିଥାଏ । ଶୋଇବା ସମୟରେ ଖରାପ ଚିନ୍ତାଧାରା ମନକୁ ଅଧିକ ପ୍ରଭାବିତ କରିଥାଏ । ତାହାର କାରଣ କାହାରି ଖରାପ ନଜର କିମ୍ବା ଖରାପ ଶକ୍ତିର ପ୍ରଭାବ ହୋଇପାରେ । ସେଥିରୁ ବର୍ତ୍ତିବା ପାଇଁ ଶୋଇବା ସ୍ଥାନରେ ନିଜ ତକିଆ ତଳେ ତାହାକୁ ଏକ ରୁମାଲରେ ବାନ୍ଧି ରଖି ଦିଅନ୍ତୁ । ଚାଉଳ ଶୁଦ୍ଧତାର ପ୍ରତୀକ ହୋଇଥାଏ । ଏହାକୁ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସି ପାରିବ ନାହିଁ ।

ଶୋଇବା କକ୍ଷରେ ଶୁଦ୍ଧତାର ବାତାବରଣ ହେବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ନିଜ ରୁମରେ ବିଛଣା ପାଖରେ ମୟୁର ପର ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ସକାରାତ୍ମକ ବିଚାର ଆସିବା ଆରମ୍ଭ ହୋଇଯାଏ । ଏହାଦ୍ବାରା ଖରାପ ଶକ୍ତି ଆପଣଙ୍କ ନିକଟକୁ ଆସିବ ନାହିଁ ।

ଏହିସବୁ ଜିନିଷ ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ :-

୧ . ମଇଳା କପଡ଼ା :-

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ମଇଳା କପଡ଼ା ବାହାର କରି ନିଜ ବିଛଣା ପାଖରେ ହିଁ ରଖି ଦିଅନ୍ତି । ଯେଉଁ କାରଣରୁ ନକରାତ୍ମକ ଶକ୍ତି ବୃଦ୍ଧି ହେବାରେ ଲାଗିଥାଏ । ଏଥିପାଇଁ କୌଣସି ଶୁଭ କାର୍ଯ୍ୟରେ ପୁରୁଣା କିମ୍ବା ମଇଳା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ନିଜ ବିଛଣା ପାଖରେ ଜୋତା ଚପଲ ମଧ୍ୟ ରଖିବା ଉଚିତ ନୁହେଁ । ସମସ୍ତେ ମୋଜା , ଜୋତା ଚପଲ , ରୁମାଲ ଏବଂ ମାସ୍କ ବ୍ୟବହାର କରିଥାନ୍ତି । ମାତ୍ର ରାତିରେ ଶୋଇବା ସମୟରେ ଏହିସବୁ ଜିନିଷକୁ ନିଜ ବିଛଣା ଠାରୁ ଦୂରରେ ରଖିବା ଉଚିତ । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହାନୀ କାରକ ହୋଇଥାଏ ।

ଏହି ଭୁଲ ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଲାଗିପାରେ । ତେଣୁ ଏହିସବୁ ଜିନିଷକୁ ଘର ବାହାରେ ହିଁ ରଖିବା ଉଚିତ । ଲୁଣ , ହଳଦୀ , ସିନ୍ଦୁର ଏବଂ ଶୁଖିଲା ତୁଳସୀ ପତ୍ର ଯଦି ଆପଣ ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତି ତେବେ ଆପଣଙ୍କ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ । ଏସବୁ ନଜର ଉତାରିବା କାମରେ ବ୍ୟବହୃତ ହୋଇଥାଏ । ମାତ୍ର ରାତ୍ରି ସମୟରେ ଏହିସବୁ ଜିନିଷର ବ୍ୟବହାର ବର୍ଜିତ ମାନା ଯାଏ । ଏସବୁ ମଧ୍ୟରୁ କୌଣସିବି ଜିନିଷ ଆପଣ ନିଜ ପାଖରେ ରଖନ୍ତୁ ନାହିଁ ।

ତୁଳସୀ ପତ୍ରକୁ ସନ୍ଧ୍ୟା ସମୟରେ କିମ୍ବା ରାତି ସମୟରେ ତୋଳନ୍ତୁ ନାହିଁ । ବିଛଣାରେ ଏହିସବୁ ଜିନିଷର ଉପଯୋଗ କରନ୍ତୁ ନାହିଁ । ନିଜ ବିଛଣାରେ କେବେ ବହି ଖାତା ଶୋଇବା ସମୟରେ ରଖନ୍ତୁ ନାହିଁ । କାରଣ ଶୋଇବା ସମୟରେ ଭୁଲ ବଶତଃ ଏଥିରେ ପାଦ ଲାଗିଲେ ମାତା ସରସ୍ୱତୀଙ୍କ ଅପମାନ ହୋଇଥାଏ । ଶୋଇବା ସମୟରେ ମୋବାଇଲ , ଲାପଟୋପ , ବ୍ଲୁଟୁଥ , ହେଡ ଫୋନ ଏହିପରି କୌଣସି ଜିନିଷ ଲଗାଇ ଶୁଅନ୍ତୁ ନାହଁ । କାରଣ ଏହିସବୁ ଜିନିଷର ରେଡ଼ିଏସନ ବହୁତ ଅଧିକ ହୋଇଥାଏ । ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *