ଗୁରୁବାର ଦିନ କଦଳୀ ଗଛରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ସ୍ଥାୟୀ ଭାବରେ ବାସ କରିବେ ମାତା ଲକ୍ଷ୍ମୀ :-

ସାଧରଣତଃ ସବୁ ଗ୍ରହ ମାନଙ୍କ ମଧ୍ୟରେ ସ୍ୱାମୀ ଗୁରୁ ଗ୍ରହ ଅର୍ଥାତ ବୃହସ୍ପତି ମନୁଷ୍ୟର ସମସ୍ତ ସୁଖ ସମୃଦ୍ଧିର କାରକ ଅଟେ । ସନ୍ତାନ ସୁଖ ହେଉ କିମ୍ବା ଆର୍ଥିକ ସଞ୍ଚୟ ଜନିତ ସୁଖ ସବୁକିଛି ହିଁ ବୃହସ୍ପତିଙ୍କ ଆଶୀର୍ବାଦ କାରଣରୁ ହୋଇଥାଏ । ମାତ୍ର ଜନ୍ମ ଜାତକରେ ବୃହସ୍ପତି ନିଚ୍ଚରେ ଥିଲେ କିମ୍ବା ଦୁର୍ବଳ ଥିଲେ ଜୀବନରେ ସୁଖ ରହେନାହିଁ ଏବଂ ଅନେକ ସମସ୍ୟା ଦେଖାଦିଏ । ପୁଣି ଅର୍ଥ ସଞ୍ଚୟରେ ସମସ୍ୟା ଦେଖାଦିଏ । ତେବେ ଆଜିକାର ଲେଖାରେ ଆମେ ଗୁରୁବାର ଦିନ ଗୁରୁଗ୍ରହ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

ଗୁରୁବାର ଦିନ କଦଳୀ ଗଛରେ କିଛି ବିଶେଷ ଜିନିଷ ଅର୍ପିତ କରିବା ଦ୍ୱାରା ବୃହସ୍ପତି ଦେବ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନର ଛୋଟ ଛୋଟ କାଠ ଖଣ୍ଡ ଅର୍ପିତ କରନ୍ତି ତେବେ ବୃହସ୍ପତି ପ୍ରସନ୍ନ ହେବେ । ଏହି ଉପାୟରେ ଏକ ହଳଦିଆ କପଡ଼ାରେ ନଅ ଖଣ୍ଡ ଚନ୍ଦନ କାଠ ଗୁଡ଼ାଇ କଦଳୀ ଗଛରେ ବାନ୍ଧି ଦିଅନ୍ତୁ । ଏହି ଉପାୟକୁ କରିବା ପାଇଁ ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ଏହି ଉପାୟ କରନ୍ତୁ । ଏହାଦ୍ବାରା ଗୁରୁଗ୍ରହ ମଜବୁତ ହେବା ସହିତ ସବୁ ଆର୍ଥିକ ସମସ୍ୟା ଦୂରେଇ ଯିବ । ବ୍ୟାପାରରେ ଉନ୍ନତି ହେବ ଏବଂ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହେବ ।

ଯଦି ଆପଣଙ୍କୁ ଚାକିରୀ ମିଳିବାରେ ସମସ୍ୟା ହେଉଛି ଏବଂ ଆପଣଙ୍କ ଭାଗ୍ୟ ସାଥ ଦେଉନାହିଁ ତେବେ ଗୁରୁବାର ଦିନ ସକାଳୁ ସ୍ନାନ କରି ପାଣିରେ ଅଳ୍ପ ହଳଦୀ ମିଶାଇ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ମଜବୁତ ହେବା ସହିତ ସବୁ କ୍ଷେତ୍ରରେ ସଫଳତା ମିଳିବ । ଏହି ଉପାୟକୁ ପ୍ରତ୍ୟେକ ଗୁରୁବାର କଲେ ଭଲ ଫଳ ପ୍ରାପ୍ତ ହେବ ।

ଅନେକ ଲୋକଙ୍କ ଜୀବନରେ ଏପରି ସମସ୍ୟା ଥାଏ ଯେ ଅନେକ ପ୍ରଚେଷ୍ଟା ପରେବି ସେମାନଙ୍କ ପ୍ରଚେଷ୍ଟା ସଫଳ ହୋଇପାରେ ନାହିଁ । ତେଣୁ ଏପରି କ୍ଷେତ୍ରରେ ଗୁରୁବାର ଦିନ ସକାଳୁ ସ୍ନାନ କରି ଏକ ଲୋଟା ପାଣିରେ ଅଳ୍ପ ଗୁଡ଼ ଏବଂ ବୁଟ ଡାଲି ମିଶାଇ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକିବ ଏବଂ ସବୁ ଅଟକି ରହିଥିବା କାମ ପୂରଣ ହୋଇଯିବ ।

ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା ନୂଆ ଶିକ୍ଷା ଅର୍ଜନ କରିବାକୁ ଯାଉଛନ୍ତି ଏବଂ ଆପଣ ଚାହୁଁଛନ୍ତି ଯେ ସେଥିରେ କୌଣସି ପ୍ରକାରର ସମସ୍ୟା ନଆସୁ ତେବେ ଗୁରୁବାର ଦିନ ପାଣିରେ ଚିନି ମିଶାଇ ବୃହସ୍ପତି ମନ୍ତ୍ର କିମ୍ବା ଓଁ ନମଃ ଭଗବତେ ବାସୁଦେବାୟ ଜପ କରି ଅର୍ପିତ କରନ୍ତୁ । ଦେଖିବେ ଆପଣଙ୍କୁ ସେହି କାର୍ଯ୍ୟରେ କୌଣସି ପ୍ରକାରର ବାଧାଏ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଯଦି ଆପଣଙ୍କ ଘରେ ଅନେକ ଦିନ ହେବ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇ ପାରୁନାହିଁ , ଘରେ ନକରାତ୍ମକତା କାରଣରୁ ଅନ୍ୟାନ୍ୟ ସମସ୍ୟା ଦେଖା ଦେଉଛି କିମ୍ବା କରଜରେ ବୁଡ଼ି ରହିଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ହଳଦୀ ଗଣ୍ଠି ରଖି ଦିଅନ୍ତୁ । ଏପରି ୭ ଟି ଗୁରୁବାର ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଠିକ ହୋଇଯିବ । ଯଦି ଏହି ଉପାୟ ମନ୍ଦିରରେ ଥିବା କଦଳୀ ଗଛ ମୂଳରେ କରୁଛନ୍ତି ତେବେ ସେହି ହଳଦୀ ଗଣ୍ଠିକୁ ସେହିଠାରେ ଛାଡ଼ି ଦିଅନ୍ତୁ । ମାତ୍ର ଘରେ କରିଥିଲେ ପ୍ରତ୍ୟେକ ଗୁରୁବାର ନୂଆ ହଳଦୀ ଗଣ୍ଠି ଅର୍ପିତ କରନ୍ତୁ ।

ଯଦି ଆପଣ ଜୀବନରେ ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଟଙ୍କିଆ ମୁଦ୍ରାକୁ ଦବାଇ ଦିଅନ୍ତୁ । ମନ୍ଦିରରେ ଏହି ଉପାୟ କରୁଥିଲେ ଧ୍ୟାନ ଦେବେ ଯେପରି ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ନଦେଖନ୍ତି । ନଚେତ ତାହାର ଫଳ ମିଳିବ ନାହିଁ । ଏହି ଉପାୟକୁ କେବଳ ଥରେ ହିଁ କରନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ । କାରଣ କଦଳୀ ଗଛକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ କୁହାଯାଏ । ଏହାଦ୍ବାରା ଆପଣଙ୍କୁ ଆର୍ଥିକ ସମସ୍ୟା ହେବ ନାହିଁ ଏବଂ ଅଜସ୍ର ଧନ ପ୍ରାପ୍ତିର ବାଟ ଖୋଲିଯିବ ।

ଏହାଦ୍ବାରା ଚାକିରୀରେ ଆସୁଥିବା ବାଧା ମଧ୍ୟ ଦୂରେଇ ଯିବ । ସେହିପରି ବୈବାହିକ ଜୀବନରେ ସମସ୍ୟା ଥିଲେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳ ଅର୍ପିତ କରିବା ସହିତ ହଳଦୀ ଗଣ୍ଠି ମଧ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିବା ଆରମ୍ଭ ହୋଇଯିବ । ଅଳ୍ପ ଦିନ ମଧ୍ୟରେ ହିଁ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଯିବ । ଯଦି ସନ୍ତାନ ଏବଂ ବିବାହ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ଗୁରୁବାର ଦିନ ଜଳରେ ହଳଦୀ ମିଶାଇ ଅର୍ପଣ କରିବା ସହିତ ଏକ ହଳଦିଆ କପଡ଼ା ମଧ୍ୟ ବାନ୍ଧି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *