ଘରର ମନ୍ଦିରରେ ଏହି ଜିନିଷ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ , ନଚେତ ବର୍ବାଦ ହେବାରୁ କେହି ଅଟକାଇ ପାରିବେ ନାହିଁ :-

ଯଦି ଆପଣ ଘରେ ସୁଖ ସମୃଦ୍ଧି ଏବଂ ବୈଭବର କାମନା କରୁଛନ୍ତି ତେବେ ତିନୋଟି ଜିନିଷ ଘରେ ନିହାତି ରହିବା ଆବଶ୍ୟକ । ନଚେତ ଆସିଥାଏ ବର୍ବାଦି । ସେହିପରି କିଛି ଏପରି ଜିନିଷ ଅଛି ଯାହାକୁ ଘରର ପୂଜାଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ । ପ୍ରାୟ ସମସ୍ତଙ୍କ ଘରେ ପୂଜା ପାଇଁ ଏକ ସ୍ୱତନ୍ତ୍ର ମନ୍ଦିର ରହିଥାଏ । ଯେଉଁଠି ମନୁଷ୍ୟ ନିଜ ପ୍ରିୟ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖିବା ସହିତ ପୂଜାପାଠ ସମ୍ବନ୍ଧୀୟ ଅନ୍ୟାନ୍ୟ ସରଞ୍ଜାମ ରଖିଥାଏ । ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଘରର ପୂଜାଘରେ ରଖିବା ଉଚିତ ନୁହେଁ ।

୧ . ଦୀପ ଏବଂ ଧୂପଦାନୀ :-

ଭାରତର ପରମ୍ପରା ମାଟି ସହିତ ଜଡ଼ିତ ଅଛି । ତେଣୁ ପୂଜାଘରେ ପାରମ୍ପରିକ ମାଟିର ଦୀପ ନିଶ୍ଚିତ ରହିବା ଆବଶ୍ୟକ । ଯଦି ସେପରି ନମିଳେ ତେବେ ଧାତୁର ଦୀପ ମଧ୍ୟ ରଖି ପାରିବେ ।

୨ . ଘରର ମନ୍ଦିରରେ ସ୍ୱସ୍ତିକ ରହିବା ଆବଶ୍ୟକ । ଏହା ଘରର ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଅଟେ । ତେଣୁ ଘର ମନ୍ଦିରରେ ରୋଲିରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । କୌଣସି ଶୁଭ କାମ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କଳସ ହେଉଛି ସୁଖ ଏବଂ ସମୃଦ୍ଧିର ପ୍ରତୀକ । ତେଣୁ ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ବନାଇ ତାହା ଉପରେ କଳସ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଶାନ୍ତି ବଜାୟ ରହିଥାଏ ।

୪ . ଘରେ ଶଙ୍ଖ ରହିବା ଅତ୍ୟନ୍ତ ଶୁଭ ଅଟେ । ୧୪ ରତ୍ନ ମଧ୍ୟରେ ଶଙ୍ଖ ମଧ୍ୟ ରହିଛି ଯାହାକି ସମୁଦ୍ର ମନ୍ଥନ ସମୟରେ ବାହାରିଥିଲା । ଘର ମନ୍ଦିରରେ ଶଙ୍ଖ ରହିଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଶଙ୍ଖ ଧ୍ୱନି ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଏବଂ ବାତାବରଣ ଶୁଦ୍ଧ ହୋଇଥାଏ ।

୫ . ଘର ମନ୍ଦିରରେ ଘଣ୍ଟି ରହିବା ଆବଶ୍ୟକ । କାରଣ ଏହା ଅତ୍ୟନ୍ତ ପବିତ୍ର ଅଟେ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବାଜି ଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ଏବଂ ସେହି ଘରର ଆଖପାଖରେ ଥିବା ନକରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇଯାଏ ।

କେଉଁ ଜିନିଷ ଘରର ମନ୍ଦିରରେ ରଖିବା ଉଚିତ ନୁହେଁ ।

୧ . ଘରର ମନ୍ଦିରରେ ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ସର୍ବଦା ଘରର ମନ୍ଦିରରେ ଦୁଇଟି ଗଣେଶ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଆପଣ ଚାହିଁଲେ ଘରର ମୁଖ୍ୟ ଦ୍ୱାରର ଉପରେ ଗଣେଶ ମୂର୍ତ୍ତି ଲଗାଇ ପାରିବେ । ମାତ୍ର ଧ୍ୟାନ ଦେବେ ଯେପରି ଗଣେଶଙ୍କ ପିଠି ବାହାର ଦିଗକୁ ରହେ । ନଚେତ ଏହା ଘର ବର୍ବାଦିର କାରଣ ସାଜିଥାଏ । ନଚେତ ଆପଣ ବାହାରେ ଏବଂ ଭିତରେ ମଧ୍ୟ ଗଣେଷ ମୂର୍ତ୍ତି ଲଗାଇ ଦିଅନ୍ତୁ ।

୨ . ଘରର ମନ୍ଦିରରେ ଭଙ୍ଗା ଚାଉଳ କିମ୍ବା ବ୍ୟବହାର ହୋଇଥିବା ଅଧିକ ପୁରୁଣା ଚାଉଳ ରଖନ୍ତୁ ନାହିଁ । କାରଣ ଏହା ନକରାତ୍ମକତା ଆଣିଥାଏ । ମନ୍ଦିରରେ ଚାଉଳର ବ୍ୟବହାର ସର୍ବଦା ହଳଦୀରେ ଭିଜାଇ କରନ୍ତୁ । ଏହାଦ୍ବାରା ଅଧିକ ଶୁଭ ଫଳ ମିଳିଥାଏ ।

୩ . ଘରର ପୂଜାଘରେ ଦେବଦେବୀଙ୍କ ମୂର୍ତ୍ତି ବ୍ୟତୀତ ଅନ୍ୟ ଫୋଟ ରଖିବା ଉଚିତ ନୁହେଁ । ଯେମିତିକି ମୃତ ପରିଜନ କିମ୍ବା ଅନ୍ୟ ସାଧୁ ସନ୍ଥଙ୍କ ଫୋଟ ମଧ୍ୟ ଅଶୁଭ ହୋଇଥାଏ । କାରଣ ମନ୍ଦିରର ସ୍ଥାନ କେବଳ ଦେବଦେବୀଙ୍କ ପାଇଁ ହୋଇଥାଏ । ତେଣୁ ସେହି ଫୋଟକୁ ତୁରନ୍ତ ବାହାର କରି ଦିଅନ୍ତୁ ।

୪ . ଘର ମନ୍ଦିରରେ ଭୈରବ , ଶନିଦେବ କିମ୍ବା ମାତା କାଳିଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପୂଜା କରିବା ଉଚିତ ନୁହେଁ ।

ଏହିସବୁ ଜିନିଷ ପୂଜାଘରେ ରହିଲେ ହୋଇଥାଏ ଧନ ବର୍ଷା :-

୧ . ଗଙ୍ଗା ଜଳ :- ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର ଅଟେ । ଘରର ମନ୍ଦିରରେ ଗଙ୍ଗା ଜଳ ରଖିଲେ ପୂଜାଘରର ପବିତ୍ରତା ବଜାୟ ରହିଥାଏ । ତେଣୁ ପୂଜାଘରେ ନିଶ୍ଚିତ ଭାବରେ ଗଙ୍ଗା ଜଳ ଏକ ତମ୍ବା ପାତ୍ରରେ ଭରି ରଖନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଆର୍ଥିକ ଅବିବୃଦ୍ଧି ହୋଇଥାଏ ।

୨ . କଳସ :- ସବୁ ପୂଜାରେ କଳସ ସ୍ଥାପନା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । କାରଣ ପ୍ରାଚୀନ କାଳ ଅନୁଯାୟୀ କଳସ ସ୍ଥାପନା ଦେବାଦେବୀଙ୍କୁ ଆବାହନ କରିବା ପାଇଁ କରାଯାଏ । ତେଣୁ ଘର ମନ୍ଦିରରେ କଳସ ରଖିବା ନିତାନ୍ତ ଜରୁରୀ ଅଟେ । ତେଣୁ ଏଥିପାଇଁ ଆପଣ ତମ୍ବା କଳସରେ ଜଳ ଭରି ଈଶ୍ୱରଙ୍କ ସାମ୍ନାରେ ରଖି ପାରିବେ ।

Leave a Reply

Your email address will not be published. Required fields are marked *