ସିନ୍ଦୁର ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ସ୍ୱାମୀକୁ ସଫଳ ହେବାରୁ କେହିବି ରୋକି ପାରିବେ ନାହିଁ :-

ସାଧରଣତଃ ମହିଳା ମାନେ ସିନ୍ଦୁର ଲଗାଇବା ସମୟରେ କିଛି ଭୁଲ କରିଥାନ୍ତି । ଯାହାକୁ ସେମାନେ ଜାଣିବା ସତ୍ତ୍ୱେବି ଅଣଦେଖା କରିଥାନ୍ତି । କିନ୍ତୁ ଏପରି ଭୁଲ କରିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ସ୍ୱାମୀଙ୍କ ଉପରେ ପଡ଼ିଥାଏ । ତେଣୁ ଆଜିକାର ଏହି ଲେଖାରେ ଆପଣଙ୍କୁ କହିବୁ ଯେ ମହିଳା ମାନେ ସିନ୍ଦୁର ଡବାରେ କେଉଁ ଗୋଟିଏ ଜିନିଷ ରଖିଦେଲେ ସୌଭଗ୍ୟ ହୋଇଥାଏ ଏବଂ ସିନ୍ଦୁର ଲଗାଇବା ସମୟରେ କେଉଁ ଭୁଲ କରିବା ଆଦୋୖ ଉଚିତ ନୁହେଁ ।

ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ପାଇଁ ସିନ୍ଦୁରର ଏକ ଖାସ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ସବୁ ମହିଳା ସିନ୍ଦୁର ଲଗାଇଥାନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଏହା ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ ବୋଲି ମାନାଯାଏ । ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧାନ ରହିଛି । ଯାହାପରେ ହିଁ ବିବାହ ସମ୍ପୂର୍ଣ୍ଣ ହୋଇଥାଏ ।

କିନ୍ତୁ ଆଜିକା ଯୁଗରେ କିଛି ମହିଳା ଏହି ମାନ୍ୟତାକୁ ମାନନ୍ତି ନାହିଁ । ତେବେ ଆମେ କହି ରଖୁଛୁ ଯେ ସିନ୍ଦୁର ଲଗାଇବା ସମ୍ବନ୍ଧରେ କେବଳ ଧାର୍ମିକ ମହତ୍ତ୍ୱ ନାହିଁ ବରଂ ବୈଜ୍ଞାନିକ ମହତ୍ତ୍ୱ ରହିଛି । ତେଣୁ ସବୁ ବିବାହିତ ମହିଳାଙ୍କୁ ଏହିସବୁ ନିୟମକୁ ବିଧି ପୂର୍ବକ ପାଳନ କରିବା ଉଚିତ । ନଚେତ ସେମାନଙ୍କ ସ୍ୱାମୀଙ୍କ ଜୀବନରେ ସମସ୍ୟା ଆସିଥାଏ ।

୧ . ବିବାହିତ ମହିଳାଙ୍କୁ ସବୁବେଳେ ନିଜ ପଇସାରେ ସିନ୍ଦୁର କିଣି ଲଗାଇବା ଉଚିତ । ଅନ୍ୟ କୌଣସି ବ୍ୟକ୍ତିର ଟଙ୍କାରେ କିଣାଯାଇଥିବା ସିନ୍ଦୁର ଲଗାଇବା ଆଦୋୖ ଉଚିତ ନୁହେଁ ।

୨ . କୌଣସିବି ପରିସ୍ଥିତିରେ ବିବାହିତ ମହିଳା ମାନେ ଅନ୍ୟ ବିବାହିତ ମହିଳାଙ୍କ ସିନ୍ଦୁର ଆଣି ଲଗାଇବା ଉଚିତ ନୁହେଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ନଚେତ ଏପରି କରୁଥିବା ମହିଳାଙ୍କ ସ୍ୱାମୀକୁ ଧନ ଅଭାବ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

୩ . ବିବାହିତ ମହିଳା ମାନେ ଉପହାରରେ ପାଇଥିବା ସିନ୍ଦୁର ଲଗାଇବା ଠାରୁ ବଞ୍ଚିତ ରହିବା ଉଚିତ । କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରର ଉପଯୋଗ କରିବା ବର୍ଜିତ ମାନାଯାଏ ।

୪ . ଏହାସହିତ କେବେବି ମହିଳାଙ୍କୁ ସିନ୍ଦୁର ଲଗାଇ ଗାଧୋଇବା ଉଚିତ ନୁହେଁ । ବରଂ ସ୍ନାନ କରି ପୂଜାପାଠ କରିସାରିବା ପରେ ସିନ୍ଦୁର ଲଗାଇବା ଉଚିତ । ସିନ୍ଦୁର ଲଗାଇବା ସମୟରେ ସବୁବେଳେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁ ଏବଂ ସଫଳତା ବିଷୟରେ ଚିନ୍ତା କରିବା ଆବଶ୍ୟକ । ଯାହାଦ୍ୱାରା ଭାଗ୍ୟ ଏବଂ ଶକ୍ତି ବୃଦ୍ଧି ହେବ । ମଥାରେ ସିନ୍ଦୁର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ସ୍ମରଣ କରିବା ଉଚିତ । କାରଣ ଅଖଣ୍ଡ ସୌଭଗ୍ୟବତୀର ବରଦାନ ମାତା ଲକ୍ଷ୍ମୀଙ୍କ ଠାରୁ ହିଁ ମିଳିଥାଏ ।

୫ . ପିରିୟଡ଼ସ ହୋଇଥିବା ସମୟରେ ସିନ୍ଦୁର ଲଗାଇବା ଉଚିତ ନୁହେଁ କାରଣ ଏହା ଅଶୁଭ ହୋଇଥାଏ ।

୬ .ସିନ୍ଦୁର ତଳେ ପଡ଼ିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ତେଣୁ ଏହାକୁ ସତର୍କତାର ସହିତ ଏପରି ଜାଗାରେ ରଖନ୍ତି ଯାହାକି ତାହା ଭୁଲରେବି କେବେ ତଳେ ପଡ଼ିବ ନାହିଁ ।

୭ . ସିନ୍ଦୁରକୁ କେବେବି କାହା ସାମ୍ନାରେ ଲଗାନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଏବଂ ଆପଣଙ୍କ ସ୍ୱାମୀଙ୍କ ସହିତ ସମ୍ପର୍କରେ ବାଧା ଆସିପାରେ । ଏଥିପାଇଁ ସିନ୍ଦୁର ଲଗାଇବା ସମୟରେ ସର୍ବଦା ମୁଣ୍ଡରେ ଓଢଣୀ ଲଗାଇ ସିନ୍ଦୁର ଲଗାନ୍ତୁ । ସର୍ବଦା ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ ମାତ୍ର ଲିକ୍ୟୁଡ଼ ସିନ୍ଦୁରର ବ୍ୟବହାର କରନ୍ତୁ ନାହିଁ ।

୮ . ଯଦି ଭୁଲରେ ସିନ୍ଦୁର ତଳେ ପଡ଼ି ଯାଉଛି ତେବେ ତାହାକୁ ଉଠାଇ ରଖନ୍ତୁ ଏବଂ ସର୍ବପ୍ରଥମେ ମାତା ପାର୍ବତୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।

୯ . ସିନ୍ଦୁରକୁ ରୂପା କାଠି କିମ୍ବା ଅନ୍ୟ କୌଣସି ଧାତୁରେ ଲଗାନ୍ତୁ । ହଳଦୀ କାଠିରେ ମଧ୍ୟ ଆପଣ ଲଗାଇ ପାରିବେ ।

୧୦ . ଶାସ୍ତ୍ର ଅନୁସାରେ ଯେଉଁ ମହିଳା ସିନ୍ଥିରେ ସିନ୍ଦୁରକୁ ଲୁଚାଇ ରଖନ୍ତି ସେହି ମହିଳାଙ୍କ ସ୍ୱାମୀଙ୍କ ଜୀବନ ଉପରେ ବିପଦ ଆସିଥାଏ । ଏହାଦ୍ବାରା ସମାଜରେ ମଧ୍ୟ କେବେ ମାନସମ୍ମାନ ମିଳିଥାଏ ।

୧୧ . ସିନ୍ଦୁରକୁ ସବୁବେଳେ ନାକ ସିଧା ସିନ୍ଥିରେ ପିନ୍ଧିବା ଉଚିତ । ବଙ୍କା ସିନ୍ଥିରେ ସିନ୍ଦୁର ଲଗାଇବା ଅଶୁଭ ହୋଇଥାଏ ।

୧୨ . ସିନ୍ଦୁର ଫରୁଆରେ ସର୍ବଦା ଏକ ମୁଦ୍ରା ପକାଇ ରଖନ୍ତୁ । ଏହାଦ୍ବାରା ସ୍ୱାମୀଙ୍କ ଭାଗ୍ୟ ବଦଳିବା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *