ମରିଯିବ କିନ୍ତୁ ” ଜନ୍ମାଷ୍ଟମୀ ” ରେ କେବେ ବି ଏହି ଫଳ ଖାଇବ ନାହିଁ ଶ୍ରୀକୃଷ୍ଣ କ୍ରୋଧିତ ହୋଇଯାନ୍ତି ଏହି 5ଟି ଭୁଲ କେବେ ବି କରିବ ନାହିଁ..

ଶାସ୍ତ୍ରରେ ଜନ୍ମାଷ୍ଟମୀ ର ପର୍ବକୁ ବଡ ମହତ୍ତ୍ୱପୂର୍ଣ ବୋଲି ବିଶ୍ୱାସ କରାଯାଏ | ଏହି ବ୍ରତ କୁ କରିବା ଦ୍ୱାରା ହଜାର ବ୍ରତ ଏବଂ ଅନେକ ଯଜ୍ଞ ର ଫଳ ଏକା ସାଙ୍ଗରେ ପ୍ରାପ୍ତି ହୋଇଥାଏ | ଏହି ବ୍ରତ ସାତ ଜନ୍ମ ପର୍ଯ୍ୟନ୍ତ ପାପର ନାଶ ହୋଇଯାଇଥାଏ,ଏହି ବ୍ରତ କରିବା ଦ୍ୱାରା ଭଗବାନ କୃଷ୍ଣଙ୍କ ହାତ ସଦା ସର୍ବଦା ଆପଣ ଙ୍କ ଉପରେ ରହିଥାଏ | ଏଥି ସହିତ ଧନର କେବେ ଅଭାବ ହୁଏ ନାହିଁ | ଏହି ବ୍ରତ କରିବା ଦ୍ୱାରା ସୁଶୀଲ ସନ୍ତାନର ପ୍ରାପ୍ତି, ଦୀର୍ଘ ଆୟୁ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ | ଜନ୍ମାଷ୍ଟମୀ ର ପର୍ବ ପାଳନ କରି ପ୍ରତ୍ୟେକ ମନୋକାମନା ପୁରା କରାଯାଇ ପାରେ |ଯେଉଁ ଲୋକଙ୍କର ଚନ୍ଦ୍ରମା ଠିକ ନଥାଏ ସେ ଏହି ବ୍ରତ କରିବା ଦ୍ୱାରା ବିଶେଷ ଫଳ ପାଇଥାନ୍ତି |

ଏହି ଦିନ ବ୍ରତ ଉପବାସ କରୁଥିବା ଲୋକ ଏହା ବୁଝିପାରନ୍ତି ନାହିଁ କି ଏହି ଦିନ କଣ ଖାଇବା ଉଚିତ ଆଉ କଣ ନୁହେଁ ? ଯାହା ଦ୍ୱାରା ବ୍ରତ କରିବାରେ କୌଣସି ପ୍ରକାରର ଅସୁବିଧା ନହେବ | ଏବଂ ଜନ୍ମାଷ୍ଟମୀ ଦିନ ଭଜନ କୀର୍ତ୍ତନ କରିବା ପାଇଁଉର୍ଜା ବନି ରହିବ, ତେବେ ଆସନ୍ତୁ ଜାଣିବା ଏହି ଦିନ କଣ ଖାଇବା ଉଚିତ ନୁହେଁ? କେଉଁ କେଉଁ ଜିନିଷ ଖାଇବା ଦ୍ୱାରା ଭଗବାନ କୃଷ୍ଣ କ୍ରୋଧିତ ହେଇଯାନ୍ତି ସେ ବିଷୟରେ ଜାଣିବା |

ସର୍ବ ପ୍ରଥମେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଯେଉଁ ଲୋକ ଏହି ଦିନ ବ୍ରତ ରଖୁନାହାନ୍ତି ସେମାନେ କଣ ଖାଇବା ଉଚିତ ନୁହେଁ? ଜନ୍ମାଷ୍ଟମୀ ଦିନ ବାଇଗଣ ଖାଇବା ଉଚିତ ନୁହେଁ, ମଶୁର ଡାଲି ଖାଇବା ଉଚିତ ନୁହେଁ | ମାଂସ ଆଉ ଅଣ୍ଡା ଖାଇବା ଉଚିତ ନୁହେଁ, ମଦ ଗୁଟୁଖା ଖାଇବା ଉଚିତ ନୁହେଁ |

ଏହି ଦିନ ପିଆଜ ଆଉ ରଶୁଣର ସେବନ ମଧ୍ୟ କରିବା ଉଚିତ ନୁହେଁ | ପାନ ସୁପାରୀ ତମ୍ବାଖୁ ସିଗାରେଟ ଆଦିର ସେବନ କରିବା ଉଚିତ ନୁହେଁ | ଏହି ଦିନ ସବୁଜ ପନି ପରିବା ବି ଖାଇବା ଉଚିତ ନୁହେଁ | ସେଥିରେ ବହୁତ ଛୋଟ ଛୋଟ ଜୀବ ଥାଇ ପାରନ୍ତି ସେଥିପାଇଁ ତାହା ଜୀବ ହତ୍ୟା ସହ ସମାନ ହୋଇଯାଏ | ତେବେ ଏହି ଦିନ ଜୀବ ହତ୍ୟା କିମ୍ବା ଜୀବଙ୍କର ଅସୁବିଧା କରିବା ଉଚିତ ନୁହେଁ |

ଏହା ଦ୍ୱାରା ବଡ ପାପ ଲାଗିଥାଏ, ଭଗବାନ କ୍ରୋଧିତ ହୋଇଯାନ୍ତି | ଆପଣଙ୍କୁ ସୁଦ୍ଧ ଶାକାହରୀ ଭୋଜନ କରିବା ଉଚିତ | ତେବେ ଯେଉଁ ମାନେ ବ୍ରତ କରୁଛନ୍ତି ଏହି ସବୁ ଜିନିଷ ସହ ଅନ୍ନ ଭୋଜନ ମଧ୍ୟ କରିବା ଉଚିତ ନୁହେଁ | ସାଧାରଣ ଲୁଣ ଖାଇବା ଉଚିତ ନୁହେଁ, ଯଦି ଅତ୍ୟନ୍ତ ଆବଶ୍ୟକ ତେବେ ସାମୁଦ୍ରିକ ଲୁଣ ଖାଇବା ଉଚିତ | ଏହି ଦିନ ହିଙ୍ଗ, ହଳଦୀ ସୋରିଷ ତେଲ ଆଦି ଖାଇବା ଉଚିତ ନୁହେଁ | ମଟର ବି ଖାଆନ୍ତୁ ନାହିଁ, ଗହମ, ଅଟା, ଚାଉଳ ଆଦି ଖାଇବା ଉଚିତ ନୁହେଁ |

ତେବେ ଏମିତି କିଛି ବି ଖାଦ୍ୟ ଖାଆନ୍ତୁ ନାହିଁ ଯେଉଁଥିରେ ଚାଉଳ ମିଶିଥିବ | ବେସନ ରେ ତିଆରି ମିଠା ଖାଆନ୍ତୁ ନାହିଁ,ଭଗବାନ କୃଷ୍ଣ କ୍ରୋଧିତ ହୋଇଥାନ୍ତି | ଏହି ଦିନ ଉର୍ଜା ବନେଇ ରଖିବା ପାଇଁ ଆପଣ ଶୁଖିଲା ଫଳ ଖାଇପାରିବେ, ତେବେ ବାଦାମ ମଧ୍ୟ ଖାଇପାରିବେ | ଏହି ପ୍ରକାରରେ ଆପଣ ତରଭୁଜ, ଅଙ୍ଗୁର ଭଳି ପାଣି ଜାତୀୟ ଫଳ ର ମଧ୍ୟ ସେବନ କରିପାରିବେ | ଏହା ବ୍ୟତୀତ ଆପଣ ପେଟ ଭରି ରଖିବା ପାଇଁ କଳଦୀ ଆଉ ସେଉ ମଧ୍ୟ ଖାଇପାରିବେ | ଜନ୍ମାଷ୍ଟମୀ ବ୍ରତ ରେ ଆପଣ ଦହି ଲସି ର ସେବନ ମଧ୍ୟ କରିପାରିବେ | ଏହା ଦ୍ୱାରା ଆପଣଙ୍କୁ ବାର ବାର ଶୋଷ ଲାଗିବ ନାହିଁ ଏବଂ ପେଟ ବି ଭରି ହୋଇ ରହିବ |

ଆପଣ ଚାହିଁଲେ ସାବୁ ଦାନାର ଖେଚେଡ଼ି ଆଉ କ୍ଷୀରି ମଧ୍ୟ ଖାଇପାରିବେ | ମନେ ରଖନ୍ତୁ ରାତିରେ ଏହି ବ୍ରତ ସରିବା ପରେବହୁତ ଜିନିଷ ଏକା ଥରେ ଖାନ୍ତୁ ନାହିଁ | ପକୁଡି, ବରା, ପିଆଜି ସିଙ୍ଗଡ଼ା ଖାନ୍ତୁ ନାହିଁ | ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ | ତେବେ ଏହି ଖାଦ୍ୟ ସେବନ କରିବାକୁ ଦୂରତା ରକ୍ଷା କରନ୍ତୁ |

Leave a Reply

Your email address will not be published. Required fields are marked *