ଜନ୍ମାଷ୍ଟମୀ ରେ ଏହି 10 ଟଙ୍କିଆ ଜିନିଷକୁ ଘରକୁ ନେଇ ଆସନ୍ତୁ ବାସ ଏହା ହିଁ ଧନ ଟାଣି ଆଣିବାର ଚୁମ୍ଭକ ଅଟେ |

ଅନେକ ଯୁଗରୁ ଭାରତରେ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଜନ୍ମାଷ୍ଟମୀ ର ପର୍ବ ରୂପେ ପାଳନ କରାଯାଉ ଆସୁଅଛି | ମାନ୍ୟତା ଅନୁସାରେ ଭାଇ କଂସଙ୍କ ଅତ୍ୟାଚାର ସହି କାରାଗାର ରେ ବନ୍ଦ ଥିବା ମାତା ଦେବକିଙ୍କ ଅଷ୍ଟମ ସନ୍ତାନ ରୂପେ ଭାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା | ଭଗବାନ ପୃଥିବୀ କୁ କଂସ ଙ୍କ ଆତଙ୍କରୁ ମୁକ୍ତି ଦେବା ପାଇଁ ଅବତାର ନେଇଥିଲେ | ଏହି ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପର୍ବ ପାଳନ କରା ଯାଉଛି |

ଏହି ବର୍ଷ ଭଗବାନ କୃଷ୍ଣଙ୍କର 5250ତମ ଜନ୍ମ ଦିନ ପାଳନ କରାଯାଉଛି | ଶାସ୍ତ୍ର ରେ ଏହି ବ୍ରତ କୁ ବ୍ରତ ରାଜ କୁହା ଯାଏ,ଏହି ଗୋଟିଏ ଦିନର ବ୍ରତ ରଖିବା ଦ୍ୱାରା ଅନେକ ବ୍ରତ ର ଫଳ ମିଳିଯାଏ | ଏହି ଦିନକୁ ଗୋକୁଳା ଅଷ୍ଟମୀ ମଧ୍ୟ କୁହାଯାଏ |ଏହି ଦିନ ଭଗବାନଙ୍କର ବାଲ ଅବସ୍ଥାକୁ ପୂଜା କରାଯାଏ, ଶ୍ରୀକୃଷ୍ଣ ଙ୍କୁ ଝୁଲା ମଧ୍ୟ ଝୁଲା ଯାଇଥାଏ |

ତେବେ ଚାଲନ୍ତୁ ଜାଣିବା ଜନ୍ମାଷ୍ଟମୀ ପୂର୍ବରୁ କେଉଁ ଜିନିଷ ଘରକୁ ଆଣିବା ଦ୍ୱାରା ଧନ ଲାଭ ହୋଇଥାଏ | ଭଗବାନ କୃଷ୍ଣ ଙ୍କ କଥାଯେବେ ଆସେ ଆମ ଆଖିକୁ ଭଗବାନଙ୍କ ପିଲା ବେଳର ଏବଂ ଯୁବାବସ୍ଥା ର ଚିତ୍ର ଆସିଥାଏ | ମଥାରେ ମୟୁର ଏବଂ ଓଠରେ ବଇଁଶୀ ସତେ ଯେମିତି ପ୍ରଭୁ ସାକ୍ଷାତ ଆସିଯାଇଛନ୍ତି |

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି 8ଟା ଜିନିଷ ବିଷୟ ରେ କହିବାକୁ ଯାଉଛୁ ଯାହା ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ଅଟେ | ଯଦି ଆପଣ ଜନ୍ମାଷ୍ଟମୀ ଦିନ ଏହି ଜିନିଷ ଆଣି ଭଗବାନ ଙ୍କୁ ଅର୍ପଣ କରୁଛନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯାଏ | ଯଦି ସବୁ ଆଣିପାରୁ ନାହାନ୍ତି ତେବେ ଗୋଟିଏ ଆଣିଲେ ମଧ୍ୟ ବହୁତ ହୋଇଥାଏ, ଗୋଟିଏ ଆଣି ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣ ଙ୍କୁ ଅର୍ପଣ କରିବା ଦ୍ୱାରା ସବୁ କିଛି ମନସ୍କାମନା ପୁର୍ଣ ହୋଇଥାଏ |

ମୟୁର ପଙ୍ଖ – ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହେଉଛି ମୟୁର ପଙ୍ଖ, ଏହା ତାଙ୍କ ମସ୍ତକ ରେ ସଦା ସର୍ବଦା ରହିଥାଏ | କଥା ରେ ଅଛି ଯେତେବଳେ କୃଷ୍ଣ ବଇଁଶୀ ବଜାନ୍ତି ସେତେବେଳେ ବଇଁଶୀ ସୁରରେ ମୟୁର ମାନେ ନାଚିବାକୁ ଲାଗନ୍ତି ଏବଂ ମୟୁର ରାଧା ରାଣୀ ଙ୍କର ଅତି ପ୍ରିୟ | ସେଥିପାଇଁ କୃଷ୍ଣ ମସ୍ତକରେ ମୟୁର ପଙ୍ଖ ଲଗେଇଥାନ୍ତି | ତେବେ ଆପଣ ମଧ୍ୟ ଜନ୍ମାଷ୍ଟମୀ ପୂର୍ବରୁ ଏହାକୁ ଆଣି ଭଗବାନ ଙ୍କୁ ଅର୍ପଣ କରିପାରିବେ ଏହା କରିବା ଦ୍ୱାରା ଭଗବାନ ଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିଥାଏ |

ବଂଶୀ – ଭଗବାନ କୃଷ୍ଣ ଙ୍କର ଅତି ପ୍ରିୟ ବଂଶୀ | ଆପଣ ଏହାକୁ ଜନ୍ମାଷ୍ଟମୀ ପୂର୍ବରୁ କିଣିକି ଆଣି ପାରିବେ | ଏବଂ ଭଗବାନ କୃଷ୍ଣ ଙ୍କୁ ଅର୍ପଣ କରିପାରିବେ | ବଂଶୀ ହେଉଛି ପ୍ରେମ ଆଉ ଆନନ୍ଦର ପ୍ରତୀକ,ଭଗବାନ କୃଷ୍ଣ ବଂଶୀ ବଜେଇ ସମଗ୍ର ଦୁନିଆ ରେ ପ୍ରେମର ବାର୍ତା ଦେଉଥିଲେ | ଯଦି ପାରିବାରିକ ଅଶାନ୍ତି କିମ୍ବା ସମ୍ପର୍କ ରେ କୌଣସି ତିକ୍ତତା ରହିଛି ତେବେ ଆପଣ ଏହାକୁ ଭଗବାନ ଅର୍ପଣ କରିପାରିବେ | ଏହା କରିବା ଦ୍ୱାରା ଘରେ ଶାନ୍ତି ଆସିଥାଏ |

ମୟୂର ମୁକୁଟ – ଭଗବାନ କୃଷ୍ଣଙ୍କ ଉପରେ କଲସରପ ଦୋଷ ଥିଲା ଏବଂ ଏଥିପାଇଁ ସେ ସବୁବେଳେ ନିଜ ମୁକୁଟରେ ମୟୁର ପୂଛ ଧାରଣ କରୁଥିଲେ କାରଣ ସର୍ପର ସବୁଠୁ ବଡ଼ ଶତ୍ରୁ ହେଉଛି ମୟୁର ଏବଂ ସର୍ପ ମୟୁରକୁ ବହୁତ ଡରେ | ତେଣୁ ଭଗବାନ କୃଷ୍ଣଙ୍କ ପୂଜାରେ ଯଦି ଆମେ ମୟୁର ମୁକୁଟ ପିନ୍ଧେଇବା ତେବେ ଆମ ଉପରେ ଥିବା କାଳସର୍ପ ଦୋଷ ଦୂର ହୋଇଯାଇଥାଏ |

ଲହୁଣୀ-ମିଶ୍ରି :- ନନ୍ଦଙ୍କ ଲାଲ ଗୋପାଳଙ୍କୁ ଲହୁଣୀ ବହୁତ ପ୍ରିୟ ଅଟେ | କାରଣ ଯେଉଁଦିନ ଗୋପାଳଙ୍କ ଜନ୍ମ ହେଲା ସେହିଦିନ ଗୋପୀ ମନେ ସ୍ବପ୍ନ ଦେଖିଥିଲେ ଯେ କୃଷ୍ଣ ନିଜେ ଆସି ତାଙ୍କୁ ଲହୁଣୀ ମାଗୁଛନ୍ତି ବୋଲି | ନନ୍ଦଲାଲଙ୍କୁ ଲହୁଣୀ ଏତେ ପସନ୍ଦ ଥିଲା ଯେ ଛୁଆ ବେଳେ ସବୁ ଗୋପୀଙ୍କ ଠାରୁ ଚୋରି କରି ଲହୁଣୀ ଖାଉଥିଲେ | ଯେଉଁଥିପାଇଁ ତାଙ୍କର ଅନ୍ୟ ଏକ ନାମ ହେଉଛି ଲହୁଣୀଚୋର | ଏବଂ ଏହି ଦିନ ଭଗବାନ କୃଷ୍ଣଙ୍କୁ ଲହୁଣୀ ସହ ମିଶ୍ରି ଭୋଗ ଲଗାଇଲେ ଆରୋଗ୍ୟ ପ୍ରାପ୍ତ ହୋଇଥାଏ |

ଝୁଲା – ଭଗବାନ କୃଷ୍ଣ ଙ୍କର ଝୁଲା ବହୁତ ପ୍ରିୟ ହୋଇ ଥାଏ, କୃଷ୍ଣ ଙ୍କୁ ବାଲ ଅବସ୍ଥା ରେ ଝୁଲା ଝୁଲାଯାଏ | ଏହା କରିବା ଦ୍ୱାରା ଶ୍ରୀହରି ପ୍ରସନ୍ନ ହୋଇଥାନ୍ତି | ଆଉ ସୁଖ ସମୃଦ୍ଧି ରେ ଘର ପରିବାର କୁ ଭାରି ଦିଅନ୍ତି |

ସବୁଜ ବସ୍ତ୍ର – ଭଗବାନ ଶ୍ରୀକୃଷ୍ଣ ଙ୍କୁ ପିତାମ୍ବର ବସ୍ତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ | ତେବେ ବନ୍ଧୁଗଣ ଜନ୍ମାଷ୍ଟମୀ ପୂର୍ବରୁ ଏହି ଜିନିଷ ଭଗବାନ ଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ |

ବନ୍ଧୁଗଣ ଆପଣ ଏହି ସବୁକୁ ଜନ୍ମାଷ୍ଟମୀ ପୂର୍ବରୁ ହିଁ ନିଜ ଘରକୁ ନେଇ ଆସନ୍ତୁ |

Leave a Reply

Your email address will not be published. Required fields are marked *