ଜନ୍ମାଷ୍ଟମୀରେ ସମସ୍ତେ ହିଁ ନିଜ ଘରକୁ ଆଣନ୍ତି ଏହି ଜିନିଷ । ହୋଇଥାଏ ଅସୀମ ଧନ ପ୍ରାପ୍ତି , ଆପଣ ବି ନିଶ୍ଚୟ ଆଣନ୍ତୁ :-

ଆମ ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅବସରରେ ପାଳିତ ହୋଇଥାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥାଏ । କାରଣ ଭଗବାନ ଶ୍ରୀକୃଷ୍ଣ ଏହିଦିନ ମଧ୍ୟରାତ୍ରରେ ଜନ୍ମ ହୋଇଥିଲେ । ଏହି ଦିନ ଶ୍ରୀକୃଷ୍ଣଙ୍କ ବାଳ ସ୍ୱରୂପର ପୂଜନ କରାଯାଏ । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦୋଳି ତିଆରି କରାଯାଏ ଏବଂ ରାତି ୧୨ ରେ ଜନ୍ମୋତ୍ସବକୁ ଲୋକେ ଖୁବ ଧୂମଧାମରେ ପାଳନ କରନ୍ତି ।

ଏହିଦିନ ବ୍ରତ ମଧ୍ୟ ରଖାଯାଏ ଯାହାକୁ ବ୍ରତରାଜ ବୋଲି କୁହାଯାଏ । ଏପରି କୁହାଯାଏ ଯେ ଏହିଦିନ ବ୍ରତ ରଖିଲେ ସବୁ ପ୍ରକାରର ସଙ୍କଟ ନାଶ ହୋଇଯାଏ ଏବଂ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଏହି ଉତ୍ସବକୁ ଚଳିତ ବର୍ଷ ଅଗଷ୍ଟ ୧୮ ତାରିଖ ରାତି ୧୨ ରେ ହିଁ ପାଳନ କରାଯିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଅହି ଜନ୍ମାଷ୍ଟମୀ ଦିନ କେଉଁ ସବୁ ଜିନିଷ ଆଣି ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ ।

ଜନ୍ମାଷ୍ଟମୀ ବିଷୟରେ ଚିନ୍ତା କଲେ ସର୍ବପ୍ରଥମେ ସମସ୍ତଙ୍କ ମନକୁ ଶ୍ରୀକୃଷ୍ଣଙ୍କ ବାଲ୍ୟାବସ୍ଥାର ଛବି ଆସିଯାଏ । ତେଣୁ ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଆଜି ଆମେ ଆପଣଙ୍କୁ ୮ ଟି ଜିନିଷ ବିଷୟରେ କହିବୁ ଯାହାକୁ ନିଶ୍ଚିତ ରୂପରେ ଜନ୍ମାଷ୍ଟମୀ ଦିନ ଘରକୁ ଆଣିବା ଉଚିତ ।

୧ . ମୟୁର ପର :-

ଭଗବାନ ଶ୍ରୀକୃଷ୍ଣଙ୍କଙ୍କର ମୟୁର ପର ଅତ୍ୟନ୍ତ ପ୍ରିୟ ଅଟେ । କୁହାଯାଏ ଯେ ରାଧାରାଣୀଙ୍କ ମହଲରେ ଅନେକ ମୟୁର ଥିଲେ । ରାଧାରାଣୀ ନାଚିବା ସମୟରେ ମୟୁର ମାନେ ମଧ୍ୟ ତାଙ୍କ ସହିତ ନୃତ୍ୟ କରୁଥିଲେ । ତେଣୁ ମୟୁର ନୃତ୍ୟ କରିବା ସମୟରେ ଏକ ପର ଖସି ପଡ଼ିବାରୁ ଭଗବାନ ଶ୍ରୀକୃଷ୍ଣ ତାହାକୁ ଉଠାଇ ନେଇ ନିଜ ମସ୍ତକରେ ଖୋସି ଦେଇଥିଲେ ।

ସେହି ଠାରୁ ହିଁ ମୟୁର ପର ତାଙ୍କ ମସ୍ତକରେ ଶୋଭା ପାଉଛି ବୋଲି କୁହାଯାଏ । ମାତ୍ର ଅନ୍ୟ ପଟେ ଶ୍ରୀକୃଷ୍ଣଙ୍କର କାଳସର୍ପ ଦୋଷ ଥିବାରୁ ମାତା ଯଶୋଦା ପିଲାବେଳୁ ତାଙ୍କ ମୁଣ୍ଡରେ ମୟୁର ପର ବାନ୍ଧୁଥିଲେ ବୋଲି ମଧ୍ୟ କୁହାଯାଏ । ତେଣୁ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଜନ୍ମାଷ୍ଟମୀ ପୂଜାରେ ମୟୁର ପର ନିଶ୍ଚୟ ସାମିଲ କରିବା ଉଚିତ ।

ଘରେ ମୟୁର ପର ରଖିଲେ ଅମଙ୍ଗଳ ଦୂର ହୋଇଯାଏ । ଏହାବ୍ୟତୀତ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରେ ମୟୁର ପର ରଖିଲେ ଅନେକ ପ୍ରକାରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ମୟୁର ପର ସକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ।

୨ . ମୁରଲୀ :-

ଭଗବାନ ଶ୍ରୀକୃଷ୍ଣଙ୍କର ମୁରଲୀ ଅତ୍ୟନ୍ତ ପ୍ରିୟ ଅଟେ । ଯାହାକି ପ୍ରେମ ଏବଂ ଆନନ୍ଦର ପ୍ରତୀକ ଅଟେ । ଏହି ଶବ୍ଦ ଶୁଣି ଗୋପାଳୁଣୀ ମାନେ ତାଙ୍କ ଦିଗରେ ଆକୃଷ୍ଟ ହୋଇ ଆସୁଥିଲେ । ତେଣୁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଶୃଙ୍ଗାରରେ ମୁରଲୀ ସାମିଲ କଲେ ଘର ପରିବାରରେ ଖୁସି ଆସିଥାଏ । ତେଣୁ ତାହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପିତ କରିବା ସହିତ ଘରେ ମଧ୍ୟ ଲଗାନ୍ତୁ ।

ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯାଏ । କିନ୍ତୁ ଧ୍ୟାନ ଦେବା ଉଚିତ ଯେ ମୁରଲୀ କେବେବି ସିଧା ଲଗାଇବା ଉଚିତ ନୁହେଁ । ବରଂ ଏହାକୁ ତିରଜକ ଲଗାଇଲେ ଲାଭ ମିଳିଥାଏ । ଘର ପରିବାରରେ କଳହ ଥିଲେ ତକିଆ ତଳେ ମୁରଲୀ ରଖି ଶୋଇଲେ ଏହି ସମସ୍ୟା ଦୂର ହୋଇଯାଏ ।

୩ . ଲହୁଣୀ :-

ଭଗବାନ ଶ୍ରୀକୃଷ୍ଣଙ୍କର ଲହୁଣୀ ଅତ୍ୟନ୍ତ ପ୍ରିୟ ଅଟେ । ଏପରି କୁହାଯାଏ ଯେ ଶ୍ରୀକୃଷ୍ଣ ଲହୁଣୀ ଚୋରୀ କରି ଖାଉଥିଲେ ତ କେତେବେଳେ ଦହି ହାଣ୍ଡି ଭାଙ୍ଗୁଥିଲେ । ତେଣୁ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଲହୁଣୀ ମିଶ୍ରୀ ନିଶ୍ଚିତ ଅର୍ପିତ କରନ୍ତୁ । ଏହାଦ୍ବାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।

୪ . ଝୁଲଣା :-

ଯେହେତୁ ଏହି ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଅବସରରେ ଅଟେ ତେଣୁ ଏହି ଦିନ ନିଶ୍ଚିତ ଭାବରେ ଏହିଦିନ ଭକ୍ତ ମାନେ ପରମ୍ପରା ଅନୁଯାୟୀ ଭାକ୍ତିର ସହିତ ଝୁଲଣାରେ ବାଳ ଗୋପାଳଙ୍କ ମୂର୍ତ୍ତିକୁ ଝୁଲାଇବା ଉଚିତ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ପ୍ରେମ ଏବଂ ଆନନ୍ଦ ପ୍ରାପ୍ତି ମଧ୍ୟ ହୋଇଥାଏ ।

୫ . ହଳଦିଆ ବସ୍ତ୍ର :-

ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାଇବା ପରେ ହଳଦିଆ ବସ୍ତ୍ର ପିନ୍ଧାଇବା ଉଚିତ । ଭଗବାନଙ୍କର ପିତାମ୍ବର ବସ୍ତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଏହା ପ୍ରେମ ଏବଂ ବୈରାଗୀର ପ୍ରତୀକ ଅଟେ ।

୬ . ଗାଈ ବାଛୁରୀ :-

ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗାଈ ବାଛୁରୀର ପୂଜା କରିବା ଅତ୍ୟନ୍ତ ସୁଖ ସମୃଦ୍ଧି ଦାୟକ ହୋଇଥାଏ । ଗାଈ ଭଗବାନଙ୍କ ସହଚର ଅଟେ । ପୁରାଣରେ ଗାଈକୁ ଧନର ପ୍ରତୀକ ମାନା ଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଈ ମଧ୍ୟରେ ଗୁରୁ ଗ୍ରହର ମଧ୍ୟ ବାସ ହୋଇଥାଏ । ତେଣୁ ଏହିଦିନ ଗାଈ ବାଛୁରୀ ମୂର୍ତ୍ତି ଆଣି ମଧ୍ୟ ପୂଜା କରି ପାରିବେ ।

Leave a Reply

Your email address will not be published. Required fields are marked *