ଆଜିକା ସମୟରେ ସବୁ ଲୋକଙ୍କ ପାଇଁ ଟଙ୍କା ଭଗବାନ ହୋଇ ଯାଇଛି । ମଣିଷର ଜୀବନ ଯାପନ ପାଇଁ ଟଙ୍କା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ଆଜିକା ସମୟରେ ଏପରି ଲୋକ ବହୁତ କମ ଅଛନ୍ତି ଯାହାକୁ ଅର୍ଥ ସମ୍ବନ୍ଧୀୟ ସମସ୍ୟା ନାହିଁ । ପୁଣି କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ପାଖରେ ଗୁଜୁରାଣ ମେଣ୍ଟାଇବା ପାଇଁ ଟଙ୍କା ଥିଲେବି ସେମାନେ ଅଧିକ ଅର୍ଥ ଆଶା କରିଥାନ୍ତି ।
ଟଙ୍କା ଜିନିଷ ହିଁ ସେହିଭଳି ହୋଇଥାଏ । ତେବେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅନେକ ପରିଶ୍ରମ କରି ଟଙ୍କା ରୋଜଗାର କରିବା ସତ୍ତ୍ୱେବି ଟଙ୍କା ରହେନାହିଁ ଏବଂ ଖର୍ଚ୍ଚ ହୋଇଯାଏ । ତେଣୁ ଆଜିକାର ଏହି ଲେଖାରେ ମୟୁର ପରକୁ ନେଇ କିଛି ବିଶେଷ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କୁ ଆଉ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ
ପ୍ରଥମତଃ ମୟୁର ପରର ମହତ୍ତ୍ୱ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଆମର ପୁରୁଣା ଯୁଗର ମହର୍ଷି ଏବଂ ମୁନିଋଷି ମାନେ ମୟୁର ପରକୁ ହିଁ ଲେଖନୀ ରୂପରେ ବ୍ୟବହାର କରି ଅନେକ ପବିତ୍ର ଗ୍ରନ୍ଥ ଲେଖି ଆସିଛନ୍ତି । ମୟୁର ପରକୁ ଅତ୍ୟନ୍ତ ଶକ୍ତିଶାଳୀ ମାନା ଯାଇଛି । ଯାହାକୁ ଘରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରେ ନାହିଁ ।
ପୁଣି ତନ୍ତ୍ର ମନ୍ତ୍ରରେ ଏହାର ଉପଯୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ପୁଣି ଭଗବାନ ଶ୍ରୀକୃଷ୍ଣଙ୍କର ମୟୁର ପର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଆଜି ଆମେ କହିବୁ ଯେ ଜନ୍ମାଷ୍ଟମୀ ଦିନ ଘରର କେଉଁ ତିନୋଟି କୋଣରେ ମୟୁର ପର ରଖିଲେ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । ତେବେ ଚାଲନ୍ତୁ ଜାଣିନେବା ।
ଏସିଆ ମହାଦେଶର ଅଧିକାଂଶ ଦେଶର ଲୋକେ ମୟୁର ପରକୁ ଆଧ୍ୟାତ୍ମ ସହିତ ଯୋଡ଼ି ଥାଆନ୍ତି । ପୁଣି ଶ୍ରୀକୃଷ୍ଣଙ୍କ କାଳସର୍ପ ଦୋଷ ଥିବାରୁ ମାତା ଯଶୋଦା ତାଙ୍କ ମୁକୁଟରେ ଛୋଟ ବେଳୁ ମୟୁର ପର ଲଗାଉଥିଲେ । ଗ୍ରୀସ ଲୋକେ ମୟୁର ପରକୁ ସ୍ୱର୍ଗ ବୋଲି ମାନିଥାନ୍ତି । ସେହିଭଳି ବୌଦ୍ଧ ଧର୍ମରେ ମଧ୍ୟ ଏହାର ବିଶେଷ ବର୍ଣ୍ଣନା ରହିଛି । ସାଧରଣତଃ ପରିବାରରେ ଅନେକ ସମୟରେ କଳହ କ୍ଳେଶ ଦେଖା ଦେଇଥାଏ । ଯାହାର ମୁଖ୍ୟ କାରଣ ହେଉଛି ନକରାତ୍ମକତା । ତେଣୁ ଏହି ନକରାତ୍ମକତାକୁ ଦୂର କରିବା ପାଇଁ ମୟୁର ପରକୁ କିପରି ବ୍ୟବହାର କରାଯାଇ ପାରିବ ସେହି ବିଷୟରେ ଆମେ ଆଜି କହିବୁ ।
ସାଧରଣତଃ ସକାଳ ସମୟରେ ଆରତୀ ପରେ ମୟୁର ପରକୁ ଶୁନ୍ୟରେ ହଲାଇବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ନକରାତ୍ମକ ଶକ୍ତି ଦୂରେଇ ଯାଏ । ଘରର ଏପରି ସ୍ଥାନରେ ମୟୁର ପର ରଖିବା ଉଚିତ ଯେଉଁ ସ୍ଥାନରେ ସମସ୍ତଙ୍କ ନଜର ପଡୁଥିବା । ଏହାଦ୍ବାରା ନକରାତ୍ମକତା ଗୃହକୁ ପ୍ରବେଶ କରିପାରେ ନାହିଁ । ପୁଣି ଏହାକୁ ଯଦି ଚଳିତ ବର୍ଷ ଗଣେଶ ଚତୁର୍ଦ୍ଦଶୀ ପୂର୍ବରୁ ଘରେ ସ୍ଥାପିତ କରନ୍ତି ତେବେ ଏହାର ଖୁବ ଭଲ ଫଳ ପ୍ରାପ୍ତ ହେବ
ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ବିଦ୍ୟାର୍ଥୀଙ୍କ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ । ସେମାନେ ମୟୁର ପରକୁ ଅଭିମନ୍ତ୍ରିତ କରି ପୁସ୍ତକ ମଧ୍ୟରେ ରଖିଲେ ଅନେକ ଲାଭ ମିଳିଥାଏ । ମୟୁର ପରକୁ ଘରର ଭିନ୍ନ ଭିନ୍ନ କୋଠରୀରେ ରଖିଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଘରେ ଯଦି କେହି ଛୋଟ ପିଲା ଅଧିକ ଦୁଷ୍ଟାମୀ କରୁଥାନ୍ତି ତେବେ ତାଙ୍କୁ ମୟୁର ପର ସ୍ପର୍ଶ କରାଇଲେ ଧୀରେ ଧୀରେ ସେହି ଗୁଣ ଛାଡ଼ିଯିବ ।
ମୟୁର ପରକୁ ତାବିଜ ମଧ୍ୟରେ ରଖି ଛୋଟ ପିଲାଙ୍କ ମୁଣ୍ଡ ପାଖରେ କିମ୍ବା ତକିଆ ତଳେ ରଖିଲେ ନଜର ଦୋଷ ଦୂର ହୋଇଥାଏ ।ପିଲାର ପାଠ ପ୍ରତି ଆଗ୍ରହ ନଥିଲେ ପଢ଼ା ଘରେ ମୟୁର ପର ଲଗାନ୍ତୁ । ଏହାଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଏ । ଯଦି ଆପଣ ଘରର ପୂର୍ବ ଦକ୍ଷିଣ ଦିଗରେ ମୟୁର ପର ରଖନ୍ତି ତେବେ ଘରେ କେବେବି ଆର୍ଥିକ ସମସ୍ୟା ହେବ ନାହିଁ । ଏହାବ୍ୟତୀତ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୁରା ମଧ୍ୟ ହୋଇଯିବ । ଅକାଳ ଦୁର୍ଘଟଣାରୁ ମଧ୍ୟ ମୁକ୍ତି ମିଳିଥାଏ । ଦୋକାନର ଦକ୍ଷିଣ ପୂର୍ବ ଦିଗରେ ସ୍ଥାପିତ କଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ଏବଂ ଘରେ କେବେବି ଆର୍ଥିକ ସମସ୍ୟା ହୁଏନାହିଁ