ଶତ୍ରୁ ସମସ୍ୟାରୁ ରକ୍ଷା ପାଇବାକୁ ଶନିବାର ଦିନ କରନ୍ତୁ ଏହି ଉପାୟ

ମହାବୀର ହନୁମାନ ହେଉଛନ୍ତି ଜଣେ ଏପରି ଦେବତା ଯିଏକି ନିଜ ଭକ୍ତକୁ ଶତ୍ରୁ ମାନଙ୍କ ଠାରୁ ରକ୍ଷା କରିଥାନ୍ତି , ମଙ୍ଗଳ ଦୋଷ ଶାନ୍ତି ଏବଂ ସବୁପ୍ରକାରର ସଙ୍କଟରୁ ମଧ୍ୟ ରକ୍ଷା କରିଥାନ୍ତି । ତେଣୁ ଯେକୌଣସି ଉପାୟରେ ହନୁମାନଙ୍କ ପୂଜା ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ଯଦି ଆପଣ ଶନିବାର ଦିନ ହନୁମାନଙ୍କୁ ପୂଜା କରୁଛନ୍ତି ତେବେ ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ଶନି ଦଶା ଏବଂ ସାଢ଼େ ସାତି ସମସ୍ୟା ମଧ୍ୟ ଦୂରେଇ ଯାଏ ।

ଶନିବାର ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ । ଏହିଦିନ ଆପଣ ସବୁପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବେ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସମସ୍ୟାରୁ ମୁକ୍ତି ପାଇବାକୁ ଏବଂ ଶତ୍ରୁ ଠାରୁ ମୁକ୍ତି ପାଇବାକୁ କିଛି ବିଶେଷ ଉପାୟ ବିଷୟରେ କହିବୁ ।

୧ . ଯଦି ଶନିଦେବଙ୍କ ବକ୍ର ଦୃଷ୍ଟି ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଆପଣ ଶନିଦେବଙ୍କ ମନ୍ଦିରରେ ଦର୍ଶନ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଯେଉଁ ମୂର୍ତ୍ତିରେ ଶନିଙ୍କର ଚକ୍ଷୁ ତିଆରି ହୋଇଥିବ ସେହି ମୂର୍ତ୍ତିର ଦର୍ଶନ କରନ୍ତୁ ନାହିଁ । ନଚେତ ଯଦି ଚକ୍ଷୁ ଅଛି ତେବେ ଚକ୍ଷୁକୁ ଦେଖନ୍ତୁ ନାହିଁ । କାରଣ ଶନିଦେବଙ୍କ ଦୃଷ୍ଟିରେ ହିଁ ଦୋଷ ରହିଛି । ତେଣୁ ଶନିଦେବଙ୍କ ଶିଳା ଯେଉଁଠି ଅଛି ସେହିଠାରେ ହିଁ ପୂଜା କରନ୍ତୁ ।

୨ .ଯଦି ଶନି ଦଶା ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ସାତୋଟି ଶନିବାର ପର୍ଯ୍ୟନ୍ତ ଏହି ମହା ଉପାୟ କରନ୍ତୁ । ଉପାୟ ଅନୁଯାୟୀ ଚାରୋଟି ଦାନା କଳା ଉଡତ ନେଇ ସକାଳ ସମୟରେ ନିଜ ମୁଣ୍ଡ ଉପର ଦେଇ ଓଲଟା ତିନି ଥର ବୁଲାଇ କାଉକୁ ଖାଇବାକୁ ଦେଇ ଦିଅନ୍ତୁ କିମ୍ବା ଏପରି ଶୁନଶାନ ସ୍ଥାନରେ ରଖି ଦିଅନ୍ତୁ ଯାହାକୁ ଚଢ଼େଇ ଖାଇପାରିବ । ନଚେତ ଆପଣ ତାହାକୁ କୌଣସି ଗରିବ ଲୋକଙ୍କୁ ଦେଇ ଦିଅନ୍ତୁ ।

୩ . ଯଦି ଆପଣଙ୍କ ଜୀବନରେ ଅଗଣିତ ସମସ୍ୟା ଦେଖା ଦେଉଛି ତେବେ ଏକ ପାତ୍ରରେ କିଛି ସୋରିଷ ତେଲ ନେଇ ରାତିରେ ଶୋଇବା ସମୟରେ ବେଡ଼ ରୁମରେ ନିଜ ମୁଣ୍ଡ ପାଖରେ ରଖି ଶୋଇ ଯାଆନ୍ତୁ । ଆଗାମୀ ଦିନ ସକାଳୁ ସେଥିରେ ନିଜ ମୁହଁ ଦେଖି କୌଣସି ଗରିବକୁ ଦାନ କରି ଦିଅନ୍ତୁ କିମ୍ବା କୌଣସି ମନ୍ଦିରରେ ରଖି ଦିଅନ୍ତୁ ।

୪ . ଯଦି ଆପଣ ଚାହୁଁଛନ୍ତି ଯେ କୌଣସି ସମସ୍ୟା ନହେଉ ତେବେ ଏକ କଳା କପଡ଼ାରେ କଳା ଉଡ଼ତ ବାନ୍ଧି ନିଜ ଘରର କୌଣସି ସ୍ଥାନରେ ଏକ ଭାରି ବସ୍ତୁ ସାହାଯ୍ୟରେ ଦବାଇ ରଖି ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ ।

୫ . କୌଣସିବି କାର୍ଯ୍ୟ କରିବା ପୂର୍ବରୁ ସେହି ସ୍ଥାନରେ ନିଶ୍ଚୟ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ଏହାଦ୍ବାରା ମଧ୍ୟ କାମରେ ସଫଳତା ମିଳିଥାଏ । ଯଦି ଶତ୍ରୁ ଅଧିକ ସମସ୍ୟା ଉତ୍ପନ୍ନ କରୁଛି ତେବେ ୪୦ ଟି ଚାଉଳ ଏବଂ ଏକ ଉଡ଼ତ ଦାନା ନେଇ ମାଟିରେ ଗାତ ଖୋଳି ପୋତି ଦିଅନ୍ତୁ । ଏହା ଉପରେ ଏକ ଲେମ୍ବୁକୁ କାଟି ଚିପୁଡ଼ି ଦିଅନ୍ତୁ ଏବଂ ଚିପୁଡ଼ିବା ସମୟରେ ଶତ୍ରୁର ନାମ ନିଅନ୍ତୁ ।

ଦେଖିବେ ଶତ୍ରୁ ଆପଣଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ପାରିବ ନାହିଁ । ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ସନ୍ଧ୍ୟା ସମୟରେ କଳା ଉଡ଼ଦର ଦୁଇଟି ଦାନା ନେଇ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ସେଥିରେ ଟିକିଏ ଦହି ଏବଂ ସିନ୍ଦୁର ଲଗାଇ ଦିଅନ୍ତୁ । ଏପରି ଲଗାତାର ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ସବୁ ସମସ୍ୟା ଏବଂ ଶତ୍ରୁ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *