ଜନ୍ମାଷ୍ଟମୀ ଶୁଭ ମୁହୂର୍ତ୍ତ,ମହତ୍ତ୍ୱ,ପୂଜା ବିଧି, ବ୍ରତ ନିୟମ…

ଅନେକ ଯୁଗରୁ ଭାରତରେ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଜନ୍ମାଷ୍ଟମୀ ର ପର୍ବ ରୂପେ ପାଳନ କରାଯାଉ ଆସୁଅଛି | ମାନ୍ୟତା ଅନୁସାରେ ଭାଇ କଂସଙ୍କ ଅତ୍ୟାଚାର ସହି କାରାଗାର ରେ ବନ୍ଦ ଥିବା ମାତା ଦେବକିଙ୍କ ଅଷ୍ଟମ ସନ୍ତାନ ରୂପେ ଭାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା | ଭଗବାନ ପୃଥିବୀ କୁ କଂସ ଙ୍କ ଆତଙ୍କରୁ ମୁକ୍ତି ଦେବା ପାଇଁ ଅବତାର ନେଇଥିଲେ |

ଏହି ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପର୍ବ ପାଳନ କରା ଯାଉଛି | ଏହି ବର୍ଷ ଭଗବାନ କୃଷ୍ଣଙ୍କର 5250ତମ ଜନ୍ମ ଦିନ ପାଳନ କରାଯାଉଛି | ଶାସ୍ତ୍ର ରେ ଏହି ବ୍ରତ କୁ ବ୍ରତ ରାଜ କୁହା ଯାଏ, ଏହି ଗୋଟିଏ ଦିନର ବ୍ରତ ରଖିବା ଦ୍ୱାରା ଅନେକ ବ୍ରତ ର ଫଳ ମିଳିଯାଏ | ଏହି ଦିନକୁ ଗୋକୁଳା ଅଷ୍ଟମୀ ମଧ୍ୟ କୁହାଯାଏ |

ଶ୍ରାବଣ ମାସର ସମାପନ ପରେ କାହ୍ନା ର ଜନ୍ମ ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ | ଜନ୍ମାଷ୍ଟମୀର ପର୍ବ ପୁରା ଦେଶ ରେ ଧୁମ ଧାମ ରେ ପାଳନ କରାଯାଏ | ଏହି ଦିନ ମନ୍ଦିରରେ କୃଷ୍ଣ ଙ୍କୁ ଝୁଲା ଝୁଲନ୍ତି,ଛୋଟ ଛୋଟ ପିଲାଙ୍କୁ ସଜେଇକି ବସାଯାଏ | ଏହି ଦିନ ଲୋକେ ମନ୍ଦିରକୁ ପୂଜା କରିବାକୁ ଆସିଥାନ୍ତି ବିଶେଷ କରି ମଥୁରା ଆଉ ବୃଦବନ ରେ ବଡ ଧୁମଧାମ ରେ ପାଳନ କରିଯାଏ |

କୃଷ୍ଣ ଭଗବାନଙ୍କୁ ପଞ୍ଚାମୃତ ଭୋଗ ବହୁତ ଭଲଲାଗେ | ଏହା ମଧ୍ୟ କୁହାଯାଏ ଯେ ବିନା ପଞ୍ଚାମୃତ ରେ ଭାଗବନ କୃଷ୍ଣଙ୍କ ପୂଜା ସମ୍ପୂର୍ଣ ହୁଏ ନାହିଁ | ପଞ୍ଚାମୃତ କ୍ଷୀର, ଦହି, ଘିଅ, ଚିନି, ମହୁ ଆଦିରୁ ତିଆରି ହୋଇଥାଏ | ଏବଂ ଭଗବାନ କୃଷ୍ଣଙ୍କୁ ପାଞ୍ଚମୃତ ଭୋଗ ଚଢେଇବା ନିହାତି ଆବଶ୍ୟକ ହୋଇଥାଏ |

ବନ୍ଧୁଗଣ ଅଷ୍ଟମୀ ତିଥିର ଆରମ୍ଭ ହେବ ରାତି 9ଟା ବାଜି 20 ମିନିଟରେ | ଏବଂ ଏହି ତିଥିର ଶେଷ ହେବ 19 ଅଗଷ୍ଟ ରାତି 10ଟା 59 ମିନିଟ ସମୟରେ | ତେବେ ବନ୍ଧୁଗଣ ତେବେ ଆପଣ ମାନଙ୍କ ମନରେ ଏହି ପ୍ରଶ୍ନ ଆସିବ ଯେ ଆମେ କେବେ ଜନ୍ମଷ୍ଟାମୀ ପାଳନ କରିବା

ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ 18 ଅଗଷ୍ଟକୁ ହିଁ ଆମେ ମାନେ ଜନ୍ମାଷ୍ଟମୀ ପାଳନ କରିବା | କାରଣ ଆମେ କୃଷ୍ଣଙ୍କ ଜନ୍ମ ଦିବସକୁ ହିଁ ଆମେ ଜନ୍ମଷ୍ଟାମୀ ରୂପେ ପାଳନ କରୁଥାଉ | ତେବେ ଏହି ଅନୁଯାୟୀ ଆମେ ଅଗଷ୍ଟ 18 ତାରିଖରେ ହିଁ ଆମେ ଶ୍ରୀ କୃଷ୍ଣ ଜୟନ୍ତୀ ମାନେ ଜନ୍ମାଷ୍ଟମୀ ପାଳନ କରିବା |

Leave a Reply

Your email address will not be published. Required fields are marked *