ଯେଉଁ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବ ତାଙ୍କ କୃପା ବର୍ଷେଇ ଥାନ୍ତି ସେହି ବ୍ୟକ୍ତି ଧନବାନ ହୋଇଯାଇଥାଏ | ଏଥି ସହିତ ସେହି ବ୍ୟକ୍ତିର କୁଣ୍ଡଳୀରେ ରାହୁ କେତୁ ଏବଂ ଶନି ମଧ୍ୟ ପ୍ରସନ୍ନ ହୋଇ ଯାଇଥାନ୍ତି | ତେବେ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ, ସେହି ବ୍ୟକ୍ତି ମାଲାମାଲ ହୋଇଯାଏ | କିନ୍ତୁ ଏହିପରି ତିନି ଜଣ ମହିଳା ଅଛନ୍ତି
ଯିଏ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ପରିବାର ରେ ଅଶାନ୍ତି ଏବଂ ପରିବାର ନଷ୍ଟ ହୋଇଯାଇଥାଏ | ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ କଣ କଣ ସାବଧାନତା ଅବଲମ୍ବନ କରାଯିବା ଉଚିତ? ଯଦି ଜାଣିନାହାନ୍ତି ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ..
ବନ୍ଧୁଗଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବେ କି ଭୂମିରେ ପଡୁଥିବା ଜଳ ଯେମିତି ଆପଣଙ୍କ ପାଦରେ ନପଡେ | ଏହିପରି କରିବା ମହାପାପ ବୋଲି ବିଶ୍ୱାସ କରାଯାଏ,ସୂର୍ଯ୍ୟଦେବ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ସଦା ସର୍ବଦା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହାକୁ ମାନିବା ଉଚିତ ହୋଇଥାଏ |
ତେବେ ସ୍ନାନ ନକରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ହୋଇନଥାଏ | ଏହି ପରି କରିବା ଦ୍ୱାରା ପାପ ଲାଗିଥାଏ, ତେବେ ସୂର୍ଯ୍ୟଦେବ ମଧ୍ୟ କ୍ରୋଧିତ ହୋଇଥାନ୍ତି | ଭଗବାନ ମାଗିଥିବା ପ୍ରାଥନା ମଧ୍ୟ କେବେ ପୁରା ହୋଇନଥାଏ ତେବେ ସଦେବ ସ୍ନାନ ସାରି କରି ଜଳ ଅର୍ପଣ କରିବା ଉଚିତ ହୋଇଥାଏ
ବନ୍ଧୁଗଣ ଆଜି କାଲିର ସମୟରେ ଲୋକେ ଷ୍ଟିଲ, ପ୍ଲାଷ୍ଟିକ କିମ୍ବା କାଚ ପାତ୍ର ରେ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରୁଛନ୍ତି | କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ଉଚିତ ନୁହେଁ ସୂର୍ଯ୍ୟଦେବଙ୍କୁ ସର୍ବଦା ପିତ୍ତଳ କିମ୍ବା ତମ୍ଭା ପାତ୍ର ରେ ଜଳ ଅର୍ପଣ କରିବା ଉଚିତ ହୋଇଥାଏ | ଏହା ହିନ୍ଦୁ ଧର୍ମ ରେ ଉଚିତ ନୁହେ ଏଥିରେ ସୂର୍ଯ୍ୟଦେବ କ୍ରୋଧିତ ହୁଅନ୍ତି | ତେବେ ପିତଳ ରେ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି |
ସୂର୍ଯ୍ୟଦେବ ଙ୍କୁ ଚପଲ ପିନ୍ଧି କେବେ ବି ଜଳ ଅର୍ପଣ କରିବା ଉଚିତ ନୁହେଁ ପାପ ଲାଗିଥାଏ | ବନ୍ଧୁଗଣ ଜଳ ଅର୍ପଣ କରିବା ସମୟରେ ଜଳ ରେ ଫୁଲ ଆଦି ଭଗବାନ ଙ୍କୁ ଅର୍ପଣ କରିବା ଉଚିତ ଖାଲି ଜଳ ସୂର୍ଯ୍ୟଦେବ ଙ୍କୁ ଦିଅନ୍ତୁ ନାହିଁ | ତେବେ ବନ୍ଧୁଗଣ ସପ୍ତାହରେ କୌଣସି ଦିନ ଜଳ ଅର୍ପଣ କରନ୍ତୁ କି ନକରନ୍ତୁ କିନ୍ତୁ ରବିବାର ଦିନ ଅବଶ୍ୟ ଜଳ ଅର୍ପଣ କରନ୍ତୁ କାରଣ ଏହି ଦିନ ସୂର୍ଯ୍ୟଦେବ ଙ୍କ ଦିନ ହୋଇଥାଏ | ଏହି ଦିନ ଭଗବାନ ପ୍ରସନ୍ନ ହୋଇଥାନ୍ତି |
ବନ୍ଧୁଗଣ ମହିଳା ମାନେ ମାଶିକ ଧର୍ମ ସମୟରେ ଭଗବାନ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ | ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ଯେ କୌଣସି ମହିଳା କିମ୍ବା ଝିଅ ମାଶୀକା ଧର୍ମ ସମୟରେ ପୂଜା ପଠା କରିବା ଉଚିତ ନୁହେଁ | ଏଥି ସହିତ ଯଦି ଆପଣ କୋର୍ଟ ମ୍ୟାରେଜ କିମ୍ବା ହିନ୍ଦୁ ଧର୍ମ ଅନୁସାରେ ବିବାହ କରିନାହାନ୍ତି ତେବେ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ କାରଣ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ | ତେବେ ବନ୍ଧୁଗଣ ଯେଉଁ ବ୍ୟକ୍ତି ଗରିବଙ୍କୁ ଅତ୍ୟାଚାର କରେ କିମ୍ବା ପଶୁ ପକ୍ଷୀ ଙ୍କୁ ଆଦର କରେ ନାହିଁ ସେ ମଧ୍ୟ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ |