ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଶିବ ମନ୍ଦିରରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ , ବର୍ଷ ସାରା ବର୍ଷିବ ଧନ :-

ଶ୍ରାବଣ ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାଦେବଙ୍କୁ ପ୍ରସନ୍ନ କରିବା । ତେଣୁ ଏହି ମାସରେ ମହାଦେବଙ୍କୁ ସଜା ଯାଇଥାଏ , ମହାଦେବଙ୍କ ପ୍ରିୟ ବସ୍ତୁ ଅର୍ପିତ କରାଯାଇଥାଏ । ଏହାବ୍ୟତୀତ ଏହି ମାସରେ ଲୋକେ କାଉଡ଼ି ଯାତ୍ରାରେ ଯାଆନ୍ତି । ଯାହାଦ୍ୱାରା ଭଗବାନ ବହୁତ ଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ସେହିପରି ଏହି ଶ୍ରାବଣ ମାସ ଶେଷ ହେଉ ହେଉ ଯଦି ଆପଣ କିଛି ବିଶେଷ ଜିନିଷ ଘରକୁ ନେଇ ଆସନ୍ତି ଏବେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ତେଣୁ ଆଜିକାର ଲେଖାରେ ଆମେ ସେହି ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ

୧ . ଭସ୍ମ :-

ଭସ୍ମ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହି ମାସରେ ଶିବ ମନ୍ଦିରରୁ ଭସ୍ମ ଆଣି ପୂଜା ସ୍ଥଳରେ ରଖନ୍ତୁ । ଏହାଦ୍ବାରା ମହାଦେବ ଆପଣଙ୍କ ଉପରେ ଶୀଘ୍ର ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ବଳକା ଭସ୍ମକୁ ସିନ୍ଧୁକ କିମ୍ବା ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ବୃଦ୍ଧି ହେବ ଏବଂ ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ ।

୨ . ରୁଦ୍ରାକ୍ଷ :-

ରୁଦ୍ରାକ୍ଷ ମଧାଦେବଙ୍କର ଅତ୍ୟନ୍ତ ପ୍ରିୟ ବସ୍ତୁ ଅଟେ । ରୁଦ୍ରାକ୍ଷ ଏକ ଫଳ ଅଟେ ଯାହାକୁ ମହାଦେବଙ୍କ ଅଂଶ ବୋଲି ମାନା ଯାଇଥାଏ । ଶ୍ରାବଣ ମାସରେ ମହାଦେବଙ୍କୁ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି । ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବାକୁ ଶ୍ରାବଣ ମାସ ଉତ୍ତମ ମାସ ଅଟେ । ଏହାଦ୍ୱାରା ଜୀବନରେ ସମସ୍ୟା ଦୂର ହୋଇଯାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରହେ ।

୩ . ଗଙ୍ଗା ଜଳ :-

ଗଙ୍ଗା ଜଳ ଏବଂ ସାଧାରଣ ଜଳ ମଧ୍ୟ ମହାଦେବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ସେଥିପାଇଁ ଶ୍ରାବଣ ମାସରେ ଏକ ଲୋଟା ଜଳ ଚଢ଼ାଇ ଦେଲେ ହିଁ ମହାଦେବ ପ୍ରସନ୍ନ ହୁଅନ୍ତି । ମହାଦେବ ନିଜ ଜଟରେ ଗଙ୍ଗାଙ୍କୁ ଧାରଣ କରିଛନ୍ତି ତେଣୁ ଏହି ମାସରେ ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କରାଇଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଆର୍ଥିକ ବୃଦ୍ଧି ହୋଇଥାଏ ଏବଂ ସବୁ ସମସ୍ୟାର ସମାଧାନ ହୋଇଥାଏ । ଶ୍ରାବଣ ମାସରେ ପୂଜାଘରେ ନିଶ୍ଚିତ ଭାବରେ ଗଙ୍ଗା ଜଳ ଆଣି ରଖିବା ଉଚିତ ।

୪ . ବେଲପତ୍ର :-

ଭଗବାନଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ବେଲପତ୍ର ଆଣିବା ଅସମ୍ଭବ ତେବେ ଏକ ଚାନ୍ଦିର ବେଲପତ୍ର ଆଣି ମହାଦେବଙ୍କୁ ଅର୍ପିତ କରନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ଏବଂ ଭଗବାନ ଶିବଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତ ହେବ ।

୫ . ପାରଦ ଶିବଲିଙ୍ଗ :-

ପାରଦ ଶିବଲିଙ୍ଗ ଘରେ ରଖିଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଘରୁ ରୋଗ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ ଏବଂ ଘର ପରିବାରରେ ଖୁସି ଦେଖିବାକୁ ମିଳିଥାଏ । ପାରଦ ଶିବଲିଙ୍ଗ ଘରେ ରଖିଲେ ଅନ୍ୟାନ୍ୟ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ଏବଂ ସେହି ଘରର ବ୍ୟକ୍ତିଙ୍କୁ ସ୍ୱୟଂ ମହାକାଳ ସବୁ ସମସ୍ୟାରୁ ମୁକ୍ତି କରିଥାନ୍ତି ।

୬ . ତ୍ରିଶୂଳ :-

ତ୍ରିଶୂଳ ତ୍ରିଦେବଙ୍କ ପ୍ରତୀକ ହୋଇଥାଏ । ତେଣୁ ଶ୍ରାବଣ ମାସରେ ତମ୍ବା କିମ୍ବା ଚାନ୍ଦିର ତ୍ରିଶୂଳ ଆଣି ଶିବଲିଙ୍ଗ ପାଖରେ ଅର୍ପିତ କରନ୍ତୁ । ଏହାପରେ ତାହାକୁ ନେଇ ଘରର ମନ୍ଦିରରେ କିମ୍ବା ଛାତ ଉପରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ ।

୭ . ଡମରୁ :-

ଭଗବାନ ଶିବଙ୍କର ଡମରୁ ଅତ୍ୟନ୍ତ ପ୍ରିୟ ଅଟେ । ଏହାର ଶବ୍ଦ ମଧ୍ୟ ନକରାତ୍ମକତା ଦୂର କରିଥାଏ ଏବଂ ସକାରାତ୍ମକତା ଆଣିଥାଏ । ତେଣୁ ଭଗବାନ ଶିବଙ୍କୁ ଡମରୁ ଅର୍ପିତ କରିବା ଉଚିତ । ଖାସ କରି ଶ୍ରାବଣ ମାସରେ ଏହି ଉପାୟ କଲେ ମହାଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ପଡ଼ିବ । ତେବେ ସେହି ଡମରୁକୁ ପ୍ରତ୍ୟେକ ଦିନ ସନ୍ଧ୍ୟା କାଳ ପୂଜା ସମୟରେ ବଜାନ୍ତୁ ।

୮ . ନାଗ :-

ଭଗବାନ ଶିବଙ୍କ ବେକରେ ନାଗ ଦେବତା ବିରାଜମାନ ହୋଇଥାନ୍ତି । କାରଣ ହିନ୍ଦୁ ଧର୍ମରେ ନାଗ ପୂଜାର ଅତ୍ୟନ୍ତ ମହତ୍ତ୍ୱ ରହିଛି । ଶ୍ରାବଣ ମାସରେ ଚାନ୍ଦି କିମ୍ବା ତମ୍ବା ନାଗ ଘରକୁ ଆଣନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ଆଖପାଖରେ ରଖି ଦିଅନ୍ତୁ । ଯଦି ଆପଣ ପିତୃ ଦୋଷରୁ ପୀଡ଼ିତ ଅଛନ୍ତି ତେବେ ଶ୍ରାବଣ ମାସ ପୂର୍ବରୁ ଏକ ନାଗ ନାଗୁଣି ଯୋଡ଼ା ଆଣି ରଖନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *