ଅଗଷ୍ଟ ୮ ସୋମବାର ଦିନ ଶିବଲିଙ୍ଗରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଏବଂ ୨୪ ଘଣ୍ଟା ମଧ୍ୟରେ ଦେଖନ୍ତୁ ଚମତ୍କାର !

ଶ୍ରାବଣ ମାସ ମହାଦେବଙ୍କ ମାସ ଅଟେ । ଏହି ମାସରେ ଭଗବାନ ଶିବଙ୍କ କୃପା ପାଇବା ପାଇଁ ଭକ୍ତ ମାନେ ଅନେକ ପ୍ରକାରର ଉପାୟ କରିଥାନ୍ତି । କିନ୍ତୁ ସବୁଠାରୁ ଜରୁରୀ ହୋଇଥାଏ ନିଷ୍ଠା ଏବଂ ସମର୍ପଣ । ମନକୁ ଯେତେ ଏକାଗ୍ର ଏବଂ ନିଷ୍ଠାର ସହିତ ଭଗବାନ ଶିବଙ୍କ ପୂଜା କରାଯିବ ସେ ସେତେ ଶୀଘ୍ର ପ୍ରସନ୍ନ ହେବେ । ଯଦି ଆପଣଙ୍କର ବିବାହ ସମ୍ବନ୍ଧୀୟ , ଚାକିରୀ ସମ୍ବନ୍ଧୀୟ କିମ୍ବା ସନ୍ତାନ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ନିଶ୍ଚିତ ଭାବରେ ଭଗବାନ ଶିବଙ୍କ ଶରଣକୁ ଯିବା ଉଚିତ ଏବଂ ତାଙ୍କ ଆରାଧନା କରିବା ଉଚିତ ।

ଏଥିପାଇଁ ଲୋକେ ଷୋହଳ ସୋମବାର ବ୍ରତ ରଖିଥାନ୍ତି । କିନ୍ତୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ତାଙ୍କ ପସନ୍ଦର କିଛି ଜିନିଷ ଯେମିତିକି ବେଲ ପତ୍ର ଧୁତୁରା , କ୍ଷୀର , ଦହି ଏହିଭଳି କିଛି ଜିନିଷ ଅର୍ପିତ କଲେ ଅପାର କରୁଣା ଲାଭ ହୋଇଥାଏ । ତେବେ ଆଜି ଆମେ ଅଗଷ୍ଟ ମାସ ୮ ତାରିଖ ସୋମବାରରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ସବୁ ସମସ୍ୟା ଜୀବନରେ ଦୂରେଇ ଯିବ ।

୧ . ସୋମବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ମହାଦେବଙ୍କୁ ଅଭିଷେକ କରାଇ ପୂଜା କରିବା ଉଚିତ । ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ବାଧା ଆସୁଛି ତେବେ ସୋମବାର ଦିନ କଞ୍ଚା କ୍ଷୀରରେ କେଶର ମିଶାଇ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ବିବାହରେ ଆସୁଥିବା ସମସ୍ୟା ଦୂରେଇ ଯିବା ସହିତ ମନ ଇଚ୍ଛା ଜୀବନସାଥୀ ମଧ୍ୟ ମିଳିଥାଏ । ଏହାବ୍ୟତୀତ ବିବାହ ଯଦି କୌଣସି କାରଣରୁ ବାଧା ପ୍ରାପ୍ତ ହେଉଛି ତେବେ ତାହା ମଧ୍ୟ ସମାଧାନ ହୋଇଯିବ ।

୨ . ଯଦି ଆପଣ କୌଣସି ପ୍ରକାରର ଆର୍ଥିକ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ସୋମବାର ଦିନ ମାଛକୁ ଅଟା ଗୋଳି ତିଆରି କରି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଚାକିରୀ କିମ୍ବା ବ୍ୟବସାୟରେ ଆସୁଥିବା ବାଧା ଦୂରେଇ ଯିବ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିବ ।

୩ . ଯଦି ଆପଣଙ୍କର ଟଙ୍କା କେଉଁଠି ଫସି ରହିଛି କିମ୍ବା ଅନ୍ୟ କୌଣସି ସମସ୍ୟାର ଶିକାର ହେଉଛନ୍ତି ତେବେ ମହାଦେବଙ୍କୁ ପଞ୍ଚାମୃତରେ ଅଭିଷେକ କରନ୍ତୁ । ଏହାବ୍ୟତୀତ ୨୧ ଟି ବେଲପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ସେଥିରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ମହାଦେବଙ୍କୁ ଅର୍ପଣ କରନ୍ତୁ । ଏହାକୁ ଅର୍ପଣ କରିବା ସମୟରେ ମହାଦେବଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ ଏବଂ ନିଜ ସମସ୍ୟାକୁ କୁହନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧିତ ସମସ୍ୟା ଦୂରେଇ ଯିବ ।

୪ . ଯଦି ଆପଣ ସୁଖ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ଏବଂ ମାନସିକ ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମହାଦେବଙ୍କ ବାହାନ ନନ୍ଦୀଙ୍କୁ ସବୁଜ ଚାରା ଖୁଆନ୍ତୁ କିମ୍ବା ଗାଈକୁ ମଧ୍ୟ ଖୁଆଇ ପାରିବେ । ଏହାଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ ।

୫ . ଯଦି ଆପଣ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇବାକୁ ଚାହୁଁଛନ୍ତି ତେବେ ଦାନ ଧର୍ମ କରନ୍ତୁ । ଏପରିକି ସୋମବାର ଦିନ ଗରିବଙ୍କୁ ଭୋଜନ କରାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ଆପଣଙ୍କୁ ଅସୀମ ଧନ ମଧ୍ୟ ପ୍ରାପ୍ତ ହେବ ।

୬ . ଯଦି ଆପଣଙ୍କର ଗ୍ରହ ସମ୍ବନ୍ଧୀୟ କୌଣସି ଦୋଷ କିମ୍ବା ସମସ୍ୟା ରହିଛି ତେବେ ମହାଦେବଙ୍କୁ ଜଳରେ ତିଳ ମିଶାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଗ୍ରହ ଶାନ୍ତ ହେବା ସହିତ ମାନସିକ ଚିନ୍ତା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

୭ . ଯଦି ଆପଣ ଚାହୁଁଛନ୍ତି ଅଧିକ ଧନୀ ଏବଂ ବିତ୍ତଶାଳୀ ଭାବରେ ଜୀବନ ବଞ୍ଚିବାକୁ ତେବେ ଘରେ ପାରଦ ଶିବଲିଙ୍ଗ ରଖି ପୂଜା କରନ୍ତୁ । ଏହାଦ୍ବାରା ଭଗବାନ ଶିବ ଖୁବ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *