ଶ୍ରାବଣ ମାସରେ ଶିବଲିଙ୍ଗରେ ଚଢ଼ାଇ ଦିଅନ୍ତୁ ଗୋଟିଏ ଲବଙ୍ଗ ଏବଂ ଅଳେଇଚ ! ହୋଇଯିବେ କୋଟିପତି !

ଆଜିକାର ଏହି ଲେଖାରେ ଆମେ ଲବଙ୍ଗ ଏବଂ ଅଳେଇଚ ପ୍ରୟୋଗ କରି କିପରି କୋଟିପତି ହୋଇପାରିବେ ସେହି ବିଷୟରେ କହିବୁ । ସାଧରଣତଃ ମନୁଷ୍ୟର କର୍ମ ଅନୁଯାୟୀ ହିଁ ଭାଗ୍ୟ ନିର୍ଦିଷ୍ଟ ହୋଇଥାଏ । କିନ୍ତୁ ମନୁଷ୍ୟ ନିଜର ଖରାପ ସମୟ ପଡ଼ିଲେ ତାହାକୁ ନିଜର ଭାଗ୍ୟ କିମ୍ବା ଦୁର୍ଭାଗ୍ୟର ନାମ ଦେଇଥାଏ । କିନ୍ତୁ ଲବଙ୍ଗର ଉପାୟ ଦ୍ୱାରା ସେହି ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ ।

ସାଧରଣତଃ ମନୁଷ୍ୟ କାର୍ଯ୍ୟରେ ହାରି ନଥାଏ ବରଂ ହାରିବାର ଭୟରେ ହାରି ଯାଏ । କେବଳ ପ୍ରୟାସର ଅଭାବ କାରଣରୁ ହିଁ ସଫଳତା ହାତଛଡ଼ା ହୋଇଯାଏ । କିନ୍ତୁ ଏସବୁର ସମାଧାନ ହେଉଛି ଧୌର୍ଯ୍ୟ । ଏପରି ସମୟରେ ଧୌର୍ଯ୍ୟ ଏବଂ ସାହସର ସହିତ ସମସ୍ୟାର ସାମ୍ନା କରିବା ଉଚିତ ।

ସନାତନ ଧର୍ମରେ ଲବଙ୍ଗର ପ୍ରୟୋଗ ପୂଜାପାଠରେ କରାଯାଇଥାଏ । ଏହା ରୋଷେଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବେଳେ ପୂଜାରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହାସହିତ ଲବଙ୍ଗକୁ ତନ୍ତ୍ରମନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ । କାରଣ ଲବଙ୍ଗ ଶକ୍ତିର କେନ୍ଦ୍ର ହୋଇଥାଏ ।

ନବରାତ୍ରୀ ଦିନ ସନ୍ଧ୍ୟା ସମୟରେ ଏକ ପାତ୍ରରେ ଦୁଇଟି ଲବଙ୍ଗ , ପାଞ୍ଚଟି କର୍ପୂର ଏବଂ ଦୁଇଟି ବଡ଼ ଅଳେଇଚ ନେଇ ତାହାକୁ ଜଳାଇ ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଭାବରେ ଜଳିଯିବା ପରେ ସେହି ଅଙ୍ଗାରକୁ ପାଣିରେ ମିଶାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଶୁକ୍ର ଗ୍ରହ ଉଚ୍ଚରେ ରହିବା କାରଣରୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ଯଦି ଶୁକ୍ର ଗ୍ରହ ଦୁର୍ବଳ ଥାଏ ତେବେ ପାଣିରେ ଦୁଇ ଚାମଚ ଅଳେଇଚ ପକାଇ ତାହାକୁ ଫୁଟାନ୍ତୁ ଏବଂ ସେହି ପାଣିକୁ ନିଜ ସ୍ନାନ ଯୋଗ୍ୟ ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ଶୁକ୍ର ଗ୍ରହର ସମସ୍ତ ଦୋଷ ଦୂର ହୋଇଯିବ । ଯଦି ଆପଣ କୌଣସି ବ୍ୟବସାୟ କିମ୍ବା ଚାକିରୀରେ ସଫଳତା ପାଇବାକୁ ଚାହୁଁଥାନ୍ତି ତେବେ ଏକ ଅଳେଇଚ ନେଇ ସେଥିରୁ ଦୁଇଟି ଦାନା ବାହାର କରି ସେଥିରେ ଚିନି ମିଶାଇ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ଅଶ୍ୱତ୍ଥ ଗଛ ସାମ୍ନାରେ ବସି ନିଜର ସମସ୍ତ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ । ଏହାପରେ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ । ଏହା ଆପଣ କୌଣସି ଦିନ କରି ପାରିବେ କେବଳ ଶୁକ୍ରବାରକୁ ଛାଡ଼ି ।

ଯଦି ଆପଣଙ୍କର କୌଣସି ଆର୍ଥିକ ସମସ୍ୟା ଥାଏ ତେବେ କୌଣସି ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସାମ୍ନାରେ ସୋରିଷ ତେଲରେ ଦୀପ ଜଳାନ୍ତୁ ଏବଂ ସେଥିରେ ଦୁଇଟି ଲବଙ୍ଗ ମଧ୍ୟ ପକାଇ ହନୁମାନଙ୍କୁ ନିଜ ସମସ୍ୟା ବିଷୟରେ ଜଣାନ୍ତୁ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ ପରିଶ୍ରମ କରନ୍ତୁ । ଦେଖିବେ ସଫଳତା ନିଶ୍ଚୟ ପ୍ରାପ୍ତ ହେବ ।

ଯଦି ବିବାହ ସମ୍ପର୍କିତ କୌଣସି ସମସ୍ୟା ଥାଏ ତେବେ ଶୁକ୍ରବାର ଦିନ ଦୁଇଟି ଅଳେଇଚ ଏବଂ ମିଶ୍ରି ନେଇ କୌଣସି ନଦୀ ପାଖକୁ ଯାଆନ୍ତୁ । ସେଠାରେ ଏକ ପତ୍ର ଉପରେ ତାହାକୁ ରଖି ନିଜର ମନସ୍କାମନା ସମ୍ବନ୍ଧରେ ପ୍ରାର୍ଥନା କରନ୍ତୁ । ଏହାପରେ ତାହାକୁ ଜଳାଶୟରେ ଭସାଇ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ଆପଣଙ୍କର ବିବାହ ଜନିତ ସମସ୍ୟା ଦୂରେଇ ଯିବ ।

ଯଦି ଆର୍ଥିକ ସମସ୍ୟା ଚରମରେ ରହିଛି ତେବେ ସବୁଜ ଅଳେଇଚ କୌଣସି କିନ୍ନରଙ୍କୁ ଦାନ କରି ଦିଅନ୍ତୁ ।ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ସମସ୍ୟା ରହିଛି ତେବେ ଶୁକ୍ରବାର ଦିନ ଶ୍ରୀକୃଷ୍ଣଙ୍କ ଆରାଧନା କରି ତିନୋଟି ଅଳେଇଚ ନିଜ ଦେହରେ ସ୍ପର୍ଶ କରାଇ ତାହାକୁ ଏକ ରୁମାଲରେ ବାନ୍ଧି ରଖି ଦିଅନ୍ତୁ । ଆଗାମୀ ଦିନ ଏହାକୁ ତରକାରୀରେ ପକାଇ ନିଜେ ଖାଇବା ସହିତ ନିଜ ପାର୍ଟନରଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ । ଦେଖିବେ ସବୁ ସମସ୍ୟା କିଛି ଦିନ ମଧ୍ୟରେ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *