ଆପଣଙ୍କ ଘରର ଏହିସବୁ କାମ ଭବିଷ୍ୟତରେ ସମସ୍ୟା ଏବଂ ଦାରିଦ୍ର୍ୟତାର ସଙ୍କେତ ଦେଇଥାଏ । ନିଶ୍ଚୟ ଜାଣି ରଖନ୍ତୁ :-

ଘରେ ହେଉଥିବା ଅନେକ ଛୋଟ ଛୋଟ ଘଟଣାରୁ ଭବିଷ୍ୟତ ବିଷୟରେ ସୂଚନା ମିଳିଥାଏ । ଯଦି ମଣିଷ ସେହି ସଙ୍କେତ ବିଷୟରେ ଜାଣି ସତର୍କ ରହେ ତେବେ ଜୀବନ ଅତି ସହଜ ହୋଇଯାଏ । ଯଦି ଘରେ ଦାରିଦ୍ର୍ୟତା ଆସିବାର ସମ୍ଭାବନା ଥାଏ ତେବେ କିଛି ସଙ୍କେତ ପୂର୍ବରୁ ହିଁ ସେହି ଦିଗରେ ସୂଚନା ଦେଇଥାଏ । ଆଜିକାର ଏହି ଲେଖାରେ ଆମେ ଦାରିଦ୍ର୍ୟତା ସମ୍ବନ୍ଧୀୟ କିଛି ସୂଚନା ବିଷୟରେ କହିବୁ ।

ଘରକୁ କୌଣସି ବିପଦ ଆସିଲେ ତାହାର ପ୍ରଭାବ ପ୍ରଥମେ ଘରର ତୁଳସୀ ଗଛ ଉପରେ ପଡ଼ିଥାଏ । ଯାହାଦ୍ୱାରା ତୁଳସୀ ଗଛ ଶୁଖିଯାଏ । ଘରେ ଖାଦ୍ୟ ପଦାର୍ଥ ଉପରେ କଳା ପିମ୍ପୁଡ଼ି ପଡ଼ିବା ଏହାମଧ୍ୟ ଦାରିଦ୍ର୍ୟତା ଦିଗରେ ସୂଚନା ଦେଇଥାଏ । ଘରର ଗଛ ପତ୍ର ଆଦୋୖ ଶୁଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବୁଧ ଗ୍ରହ ଉପରେ ପ୍ରଭାବ ପଡ଼ିବା କାରଣରୁ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ଜୀବନରେ ଅନେକ ସମସ୍ୟା ଉପୁଜି ଥାଏ । ଘରେ ଗଛପତ୍ର ସବୁବେଳେ ସବୁଜ ଏବଂ ପରିପୂର୍ଣ୍ଣ ରହିବା ଉଚିତ । ତେଣୁ ଗଛରେ ପ୍ରତିଦିନ ପାଣି ଦେବା ଉଚିତ ଏବଂ ତାହାର ଯତ୍ନ ନେବା ଉଚିତ ।

ଘରର ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ ଯାହାକି ଦାରିଦ୍ର୍ୟତାକୁ ଦୂର କରିଥାଏ । ତେଣୁ ଝାଡ଼ୁ ଉପରେ ପାଦ ପକାଇବା ଲକ୍ଷ୍ମୀଙ୍କୁ ଅନାଦର କରିବା ସହିତ ସମାନ ହୋଇଥାଏ । ଯଦି ଘରେ ଛୋଟ ପିଲା ହଠାତ ଝାଡୁ ମାରିବାର ଦେଖାଯାଏ ତେବେ ଘରକୁ ହଠାତ କେହି ଅତିଥି ଆସିବାର ସଙ୍କେତ ମିଳିଥାଏ

ସୂର୍ଯ୍ୟାସ୍ତ ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେଁ କାରଣ ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ଝାଡୁକୁ ସର୍ବଦା ତଳେ ଶୁଆଇ ରଖିବା ଉଚିତ । ଏହାକୁ ଛିଡ଼ା କରି ରଖିବା ଅଶୁଭ ହୋଇଥାଏ । ଏହାଦ୍ବାରା ଘରେ କଳହ ଏବଂ କ୍ଳେଶ ବଢ଼ିଥାଏ । ଯାହାଦ୍ୱାରା ଘରେ ଅଶାନ୍ତି ଦେଖାଦେବା ସହିତ ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।

ଘରର କେହି ସଦସ୍ୟ ବାହାରକୁ ଯିବାର ତୁରନ୍ତ ଝାଡୁ କରନ୍ତୁ ନାହିଁ ବରଂ ଏକ କିମ୍ୱା ଦୁଇ ଘଣ୍ଟା ପରେ ଝାଡୁ ଲଗାନ୍ତୁ । ଝାଡୁକୁ ସର୍ବଦା ଲୋକଙ୍କ ନଜରରୁ ଲିଚେଇ ରଖିବା ଉଚିତ । ଏହାବ୍ୟତୀତ ଘରେ ଝାଡୁ ରଖିବା ପାଇଁ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିବା ଉଚିତ । ଯଦି ଝାଡୁକୁ ଏଣେତେଣେ ପକାନ୍ତି ତେବେ ତାହାଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦିଏ । ଗାଈ କିମ୍ବା ଅନ୍ୟ କୌଣସି ପଶୁକୁ ଝାଡୁରେ ମାରିବା ଉଚିତ ନୁହେଁ ।

ଯେଉଁ ଘରେ କ୍ଷୀର ଉତୁରି ପଡିଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଚାଲି ଯାଆନ୍ତି । ଏହାଦ୍ବାରା ଘରେ ଆର୍ଥିକ ସମସ୍ୟା ଦେଖାଦିଏ । କ୍ଷୀର ଉତୁରିବା ଶୁଭ ହୋଇଥାଏ ମାତ୍ର ଏପରି ପ୍ରତିଦିନ ହେବା ଅଶୁଭ ହୋଇଥାଏ । ଯଦି ଆପଣ କୌଣସି ସ୍ଥାନକୁ ବାହାରକୁ ଯାଇଛନ୍ତି ତେବେ ଯଦି ଘରକୁ ପ୍ରବେଶ କରିବା ସମୟରେ ଘରର ମୁଖ୍ୟଦ୍ୱାରରେ ହଠାତ ଝିଟିପିଟି ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ସମସ୍ୟାର ଆଗମନ ହେବାକୁ ଯାଉଛି ।

ଏପରି ପରିସ୍ଥିତିରେ ସତର୍କ ରୁହନ୍ତୁ ଏବଂ ପ୍ରତ୍ୟକ ପରିସ୍ଥିତିକୁ ସାହସର ସହିତ ସାମ୍ନା କରନ୍ତୁ । କାରଣ କୌଣସି ଖରାପ ସମୟ ସବୁଦିନ ପାଇଁ ରହେନାହିଁ । ଯଦି ଆପଣ କୌଣସି ନୂଆ ଘର ନେଉଛନ୍ତି ତେବେ ସେହି ଘରକୁ ପ୍ରବେଶ କରିବା ମାତ୍ରେ ଯଦି ମୃତ ଝିଟିପିଟି ଦେଖୁଛନ୍ତି ତେବେ ସେହି ଘରେ ପୂଜାପ6ଏବଂ ହୋମ ଆଦି କରନ୍ତୁ । ଏହିଭଳି ଶରୀରର ଅଙ୍ଗରେ ଝିଟିପିଟି ପଡ଼ିବା ମଧ୍ୟ ଅନେକ ପ୍ରକାରର ସଙ୍କେତ ନେଇ ଆସିଥାଏ । ଯେପରିକି ମୁଣ୍ଡରେ ପଡ଼ିବା ଆଗାମୀ ସମୟରେ ଖୁସିର ସଙ୍କେତକୁ ବ୍ୟକ୍ତ କରିଥାଏ । କିନ୍ତୁ ଯଦି ଏହା ଆପଣଙ୍କ କେଶରେ ପଡିଥାଏ ତେବେ ଏହା ଖରାପ ସଙ୍କେତ ଦେଇଥାଏ ।

Leave a Reply

Your email address will not be published. Required fields are marked *