ସକାଳୁ ଉଠିବା ମାତ୍ରେ କେବଳ ଏହି ଗୋଟିଏ ଶବ୍ଦ କୁହନ୍ତୁ , ବିନା ପୂଜାରେ ମଧ୍ୟ ହେବ ସବୁ ଇଚ୍ଛା ପୂର୍ଣ୍ଣହେବ !

ହଠାତ ଅନେକ ଲୋକଙ୍କ ଜୀବନରେ ଏମିତି ସମସ୍ୟା ଆସିଥାଏ ଯେତେବେଳେ ସବୁକିଛି ଅଳଟା ହୋଇଥାଏ । ଯାହାକି ମନୁଷ୍ୟକୁ କିଛିବି ବୁଝା ଆସି ନଥାଏ । ଅନେକ ସମସ୍ୟା ହଠାତ ଆସିବା ଦ୍ୱାରା ମନୁଷ୍ୟ ଚିନ୍ତାଗ୍ରସ୍ତ ହୋଇପଡ଼େ । ଯାହାଦ୍ୱାରା ସେ ଦିନରାତି ନିଜ ପରିବାରକୁ ନେଇ ହେଉ କିମ୍ବା ଅନ୍ୟ କୌଣସି କାରଣକୁ ନେଇ ହେଉ ସବୁବେଳେ ଚିନ୍ତାରେ ବୁଡ଼ି ରହେ ।

କିମ୍ବା ଆର୍ଥିକ ସମସ୍ୟା ମଧ୍ୟ ତାର ଚିନ୍ତାର କାରଣ ହୋଇପାରେ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସକାଳ ସମୟରେ କେଉଁ ଗୋଟିଏ ଶବ୍ଦ କହିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ

ଏମିତିରେ ତ ମହାଦେବଙ୍କୁ କେବଳ ନିଷ୍ଠାର ସହିତ ପ୍ରତ୍ୟେକ ଦିନ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି । କିନ୍ତୁ ସକାଳ ସମୟରେ କେବଳ ଗୋଟିଏ ଶବ୍ଦ ମଧ୍ୟ ତାଙ୍କୁ ପ୍ରସନ୍ନ କରିପାରେ । ଏପରି କରିବା ଦ୍ୱାରା ଆହୁରି ଅନେକ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

ମହାଦେବ ଏବଂ ପାର୍ବତୀ ଉଭୟେ ନିଜ ଭକ୍ତଙ୍କ ପୂଜାରେ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଯେକୌଣସି ଜଣଙ୍କୁ ପ୍ରସନ୍ନ କରୁଛନ୍ତି ତେବେ ମଧ୍ୟ ଉଭୟଙ୍କ କୃପା ପ୍ରାପ୍ତ ହେବ । ତେଣୁ ଏହି ଉପାୟକୁ ଘରର ସମସ୍ତେ ଅର୍ଥାତ ଘରର ଗୁରୁଜନ , ବିଦ୍ୟାର୍ଥୀ , ମହିଳା , ପୁରୁଷ ସମସ୍ତେ ଉପଯୋଗ କରି ପାରିବେ । ଏହାର ସୁଫଳ ସମସ୍ତଙ୍କୁ ପ୍ରାପ୍ତ ହେବ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ସ୍ନାନ କରିବାର ମଧ୍ୟ ଆବଶ୍ୟକତା ନାହିଁ ।

ପ୍ରତ୍ୟେକ ଦେବଦେବୀଙ୍କୁ ପୂଜା କରିବା ଆଗରୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ଏହାପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ପରେ ଯାଇ ଉପାୟ କରି ପାରିବେ । ଯଦି ଘରର ନବବିବାହିତା ମହିଳା ଏହି ଉପାୟ କରନ୍ତି ତେବେ ସନ୍ତାନ ସୁଖ ପ୍ରାପ୍ତ ହେବା ସହିତ ଘର ଉପରେ ଭଗବାନଙ୍କ ଆଶୀର୍ବାଦ ବଜାୟ ରହିବ ।ଏହାବ୍ୟତୀତ ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ । ବୈବାହିକ ଜୀବନ ମଧ୍ୟ ଖୁବ ଭଲ ହୋଇଯିବ ।

ଏହାବ୍ୟତୀତ ବୟସ୍କ ଲୋକ ଦୀର୍ଘ ଆୟୁ ପାଇଁ କିମ୍ବା ବ୍ୟବସାୟୀ ମାନେ ବ୍ୟାପରରେ ଭଲ ଲାଭ ପାଇଁ ମଧ୍ୟ ଏହି ଉପାୟକୁ କରି ପାରିବେ । ଜଣେ ବ୍ୟକ୍ତି ଯଦି ନିଜ ଜୀବନରେ ଉତ୍ତମ ଢ଼ଙ୍ଗରେ ଗଢ଼ିବାକୁ ଚାହୁଁଥାଏ କିମ୍ବା ତାଙ୍କର କୌଣସି ଇଚ୍ଛା ଥାଏ ତେବେ ସେ ମଧ୍ୟ ଏହି ଉପାୟ କରି ପାରିବେ ।

ତେବେ ଏହି ଉପାୟ ଦ୍ୱାରା ମନୁଷ୍ୟକୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ । ପ୍ରଥମତଃ ସକାଳୁ ଉଠି ପ୍ରତ୍ୟେକ ମନୁଷ୍ୟକୁ ନିଜ ଦିନର ପ୍ରାରମ୍ଭ ଦେବଦେବୀଙ୍କ ପୂଜାପାଠରୁ କରିବା ଉଚିତ । ତେଣୁ ପ୍ରତ୍ୟେକ ଦିନ ସକାଳୁ ” ଓଁ ଜୁଙ୍ଗ ସ୍ୱାହା ” ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଜାତକରେ ଥିବା ଦୋଷ ମଧ୍ୟ ଟଳିଯିବ ।

ଏହା ବ୍ୟତୀତ ଆଉ ଏକ ମନ୍ତ୍ର ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କରଦର୍ଶନମ ” । ଆପଣ ଚାହିଁଲେ ଏହି ଦୁଇଟି ମନ୍ତ୍ର ମଧ୍ୟରୁ ଯେକୌଣସି ଗୋଟିଏ କରି ପାରିବେ କିମ୍ବା ଉଭୟ କରି ପାରିବେ । ଏହିପରି ଭାବରେ ମନୁଷ୍ୟ ନିଜ ଦିନର ଆରମ୍ଭ କରିବା ଉଚିତ ଯାହାଦ୍ୱାରା ତାକୁ ଦିନସାରା ଶୁଭ ଫଳ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *