ଜୁଲାଇ ୨୦ ଶ୍ରାବଣ ସପ୍ତମୀ : ଜଳ ଚଢ଼ାଇବା ପରେ ଅବଶ୍ୟ କରନ୍ତୁ ଏହି ଗୋଟିଏ କାମ,ଦେଖିବେ ଘରକୁ ପାଣି ପରି ବହି ଆସିବ ଟଙ୍କା,ସବୁ ଇଛା ସଙ୍ଗେସଙ୍ଗେ ପୂରଣ ହେବ !

କେବଳ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଆରାଧାନ କଲେ ପୁରା ବର୍ଷର ଫଳ ପ୍ରାପ୍ତ ହୋଇଥାଏ । କାରଣ ଏହି ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀ ପୃଥିବୀ ଭ୍ରମଣ କରନ୍ତି । ଏହି ମାସରେ ଭଗବାନ ଶିବ ନିଜ ଭକ୍ତଙ୍କ ପୂଜାରେ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ଅଭିଷେକ ସମୟରେ କିଛି ନିୟମ ପ୍ରତି ଦୃଷ୍ଟି ଦେବା ଉଚିତ । ଏହାବ୍ୟତୀତ ଭଗବାନ ଶିବଙ୍କୁ ଧଳା ଜିନିଷ ଅର୍ପିତ କରିବା ଉଚିତ ।

ତାଭିତରୁ କ୍ଷୀର , ଦହି , ଧୁତୁରା ଫୁଲ , ଅରଖ ଫୁଲ , ଧଳା ଲଡ଼ୁ ଇତ୍ୟାଦି । ଜଳାଭିଷେକ ସମୟରେ ବେଲପତ୍ର ମଧ୍ୟ ଅର୍ପିତ କରିବା ଉଚିତ । ଏହାଦ୍ବାରା ଭଗବାନ ଶିବ ଅଧିକ ପ୍ରସନ୍ନ ହୁଅନ୍ତି । ଏମିତିରେ ତ ଏହି ମାସରେ ଏକ ଲୋଟା ଜଳରେ ମାହାଦେବ ପ୍ରସନ୍ନ ହୋଇ ଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜୁଲାଇ ୨୦ ସପ୍ତମୀରେ କରିବାକୁ କିଛି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

୧ . ଭଗବାନ ଶିବଙ୍କୁ ସହଜରେ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ଜଳାଭିଷେକ କରନ୍ତୁ । ଜଳରେ ଅଳ୍ପ କ୍ଷୀର ମିଶାନ୍ତୁ ଯେପରି ଜଳର ରଙ୍ଗ ଧଳା ହୋଇଯିବ । ଏହାପରେ ସେହି ଜଳ ଦ୍ୱାରା ଶିବଲିଙ୍ଗର ଅଭିଷେକ କରନ୍ତୁ । ଏହାଦ୍ବାରା ଅତିଶୀଘ୍ର ମହାଦେବ ପ୍ରସନ୍ନ ହେବେ । ଏହାଦ୍ବାରା ମନ ଶାନ୍ତ ରହିବା ସହିତ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଦିନ ଶିବଲିଙ୍ଗରେ ଜଳ ଅର୍ପିତ କଲେ ସନ୍ତାନ ଜୀବନରେ କୌଣସି ସମସ୍ୟା ମଧ୍ୟ ଆସିବ ନାହିଁ । ଆପଣ ଚାହିଁଲେ ରୁଦ୍ରଭିଷେକ ମଧ୍ୟ କରି ପାରିବେ । ଏହାଦ୍ବାରା ମଧ୍ୟ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ ।

୨ . ଯଦି ଆପଣଙ୍କର କୌଣସି କାର୍ଯ୍ୟ ଭଲରେ ହେଉନାହିଁ କିମ୍ବା ବିଗିଡ଼ି ଯାଉଛି ତେବେ ଏକ ଜଳପାତ୍ରରେ ଦହି ମିଶାଇ ଅଭିଷେକ କରନ୍ତୁ । ଦେଖିବେ ପୁଣିଥରେ ଆପଣଙ୍କ କାମ ଆରମ୍ଭ ହୋଇଯିବ ଏବଂ ସବୁ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ଏହାଦ୍ବାରା ସଫଳତା ମିଳିବା ଆରମ୍ଭ ହୋଇଯିବ ଏବଂ ଉନ୍ନତିର ମାର୍ଗ ମଧ୍ୟ ପ୍ରସସ୍ଥ ହୋଇଯିବ ।

୩ . ଯଦି ଆପଣଙ୍କର କେହି ନିଜ ଲୋକ ରୋଗରେ ପୀଡ଼ିତ ଅଛନ୍ତି ତେବେ ମହୁରେ ମହାଦେବଙ୍କ ଅଭିଷେକ କରିବା ଉଚିତ । ଯଦି ଆପଣଙ୍କ କ୍ରୋଧ କାରଣରୁ ଆପଣଙ୍କ ଚତୁଃପାଶ୍ୱର ଲୋକ ଆପଣଙ୍କ ଠାରୁ ଦୂରେଇ ରହୁଛନ୍ତି ତେବେ ପାଣିରେ ମହୁ ମିଶାଇ ଅଭିଷେକ କରିବା ଦ୍ୱାରା ସ୍ୱଭାବର ବିନମ୍ରତା ଆସିଥାଏ ଏବଂ ଜୀବନର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଲୋକଙ୍କ ସହିତ ମିଳାମିଶା ମଧ୍ୟ ବଢ଼ିବ । ଏହାଦ୍ବାରା ସମାଜରେ ପ୍ରତିଷ୍ଠା ମଧ୍ୟ ବଢ଼ିଥାଏ ।

୪ . ଯଦି ଆପଣ ବ୍ୟବସାୟ କିମ୍ବା କାମ ସମ୍ବନ୍ଧୀୟ କୌଣସି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଆଖୁ ରସରେ ଶିବଲିଙ୍ଗର ଅଭିଷେକ କରାନ୍ତୁ । ଏହି ଉପାୟ ପାଇଁ ଏକ ପାତ୍ରରେ ପାଣି ନେଇ ସେଥିରେ ଆଖୁ ରସ ମିଶାଇ ଅଭିଷେକ କରନ୍ତୁ । ଏହାଦ୍ବାରା କାମରେ ଆସୁଥିବା ବାଧାର ସମାଧାନ ହେବା ସହିତ ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାସହିତ ଧନ ଆଗମନର ରାସ୍ତା ମଧ୍ୟ ଖୋଲିଯିବ , ଧନ ପ୍ରାପ୍ତିର ଅବସର ମଧ୍ୟ ପ୍ରାପ୍ତ ହେବ । ଆପଣ ଚାହିଁଲେ ପାଣିରେ ଚିନି ଭଲଭାବରେ ମିଶାଇ ଅଭିଷେକ କରି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଆଖୁ ରସରେ ଅନ୍ୟ କୌଣସି ରସ ଯେପରି ମିଶି ନଥାଏ ।

୫ . ଯଦି ଆପଣଙ୍କ ବୈବାହିକ ଜୀବନରେ କୌଣସି ସମସ୍ୟା ରହିଛି ତେବେ ଶ୍ରାବଣ ମାସରେ ଜଳରେ ଅତର ମିଶାଇ ଶିବଲିଙ୍ଗର ଅଭିଷେକ କରନ୍ତୁ । ଏହାଦ୍ବାରା ବୈବାହିକ ଜୀବନର ସମସ୍ୟା ଦୂରେଇ ଯିବ । ଯଦି ଆପଣ ମାନସିକ ଚିନ୍ତାଗ୍ରସ୍ତ ତେବେ ମଧ୍ୟ ଆପଣ ଏହି ଉପାୟକୁ କରି ପାରିବେ । ଏହାଦ୍ବାରା ମାନସିକ ଚିନ୍ତା ଜନିତ ସମସ୍ୟା ଦୂରେଇ ଯିବ । ଯଦି ଅତର ନଥାଏ ତେବେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରି ପାରିବେ ।

୬ . ଶ୍ରାବଣ ମାସରେ ଶୁଦ୍ଧ ଦେଶୀ ଘିଅରେ ମହାଦେବଙ୍କ ଅଭିଷେକ କରିବା ଦ୍ୱାରା ଘରେ ଉନ୍ନତି ଦେଖା ଦେଇଥାଏ ଏବଂ ରୋଗ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ହୋଇଯାଏ । ଯଦି ଆପଣଙ୍କର ବାରମ୍ବାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଉଛି ତେବେ ଜଳରେ ଦୁଇ ଚାରି ବୁନ୍ଦା ଘିଅ ମିଶାଇ ଜଳାଭିଷେକ କରନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ।

୭ . ଯଦି ଆପଣ ଦୁର୍ଭାଗ୍ୟର ଶିକାର ହୋଇଛନ୍ତି କିମ୍ବା ଆପଣଙ୍କୁ ପିତୃ ଦୋଷ ଲାଗିଛି ତେବେ ଆପଣ ଜଳରେ ତିଳ ମିଶାଇ ଶିବଲିଙ୍ଗରେ ଅଭିଷେକ କରନ୍ତୁ । ଏହାଦ୍ବାରା ପିତୃ ଦୋଷ ଦୂର ହେବା ସହିତ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *