ଶ୍ରାବଣ ମାସରେ ଘରୁ ଯଦି ହଠାତ ଏପରି ପିମ୍ପୁଡ଼ି ବାହାରି ଆସେ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କୁ ଘରକୁ ମହାଦେବ ପ୍ରବେଶ କରିବାକୁ ଯାଉଛନ୍ତି :-

ଶ୍ରାବଣ ମାସ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅତ୍ୟନ୍ତ ଭଲ ମାସ ଅଟେ । କାରଣ ଏହି ମାସରେ ଭଗବାନ ଶିବ ସର୍ବତ୍ର ବିଦ୍ୟମାନ ଥାଆନ୍ତି । ଅଧିକାଂଶ ଲୋକ ଏହି ମାସରେ ଧନ ପ୍ରାପ୍ତି ପାଇଁ ଭଗବାନଙ୍କ ଉପାସନା କରିଥାନ୍ତି । ହୁଏତ ଜୀବନରେ ସବୁକିଛି ନୁହେଁ କିନ୍ତୁ ସବୁକିଛି ପାଇବା ପାଇଁ ଧନ ନିତାନ୍ତ ଆବଶ୍ୟକ ଅଟେ । ତେଣୁ କୁହାଯାଏ ଯେ ଗରିବ ଲୋକର କେହି ସାଥି ନିଥାନ୍ତି ଏବଂ ଧନୀ ଲୋକ ପାଖରେ ଟଙ୍କା ଅଛି ତ ସବୁକିଛି ଅଛି । ଧନର ଦେବୀ ହେଉଛନ୍ତି ଲକ୍ଷ୍ମୀ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା କଷ୍ଟକର ହୋଇଥାଏ । କିନ୍ତୁ ଥରେ ଯଦି ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ତେବେ ଜୀବନ ସାରା ଧନ ପ୍ରାପ୍ତି ହେବାକୁ କେହିବି ଅଟକାଇ ପାରନ୍ତି ନାହିଁ । କିନ୍ତୁ ଘରକୁ ମାତା ଲକ୍ଷ୍ମୀ ଆସିବାର ପୂର୍ବରୁ ହିଁ ଆଭାସ ମିଳିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମାତା ଲକ୍ଷ୍ମୀ ଘରକୁ ଆସିଲେ କେଉଁ ପ୍ରକାରର ସଙ୍କେତ ମିଳିଥାଏ ସେହି ବିଷୟରେ କହିବୁ ।

ଘରେ ନାଲି ଏବଂ କଳା ଏହି ଦୁଇ ପ୍ରକାରର ପିମ୍ପୁଡ଼ି ଦେଖା ଯାଇଥାଏ । ନାଲି ପିମ୍ପୁଡ଼ି ଅଶୁଭ ହୋଇଥାଏ । ମାତ୍ର କଳା ପିମ୍ପୁଡ଼ି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାଏ । ତେଣୁ ଯଦି ଆପଣଙ୍କୁ ଘରେ ହଠାତ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାର ଧାରଣ କରି ଘୁର୍ଣ୍ଣାୟ ମାନ ହେଉଥିବାର ଦେଖାଯାଏ ତେବେ ଏହା ମାତା ଲକ୍ଷ୍ମୀଙ୍କ ଆଗମନର ଏକ ସଙ୍କେତ ଅଟେ । ତେଣୁ ଯଦି ଆପଣ ଘରେ ଏପରି ପିମ୍ପୁଡ଼ି ଦେଖୁଛନ୍ତି ତେବେ ହଳଦୀ ଏବଂ ସିନ୍ଦୁର ଚଢାନ୍ତୁ ।ଏବଂ ପ୍ରଣାମ କରନ୍ତୁ । ଏହାଦ୍ୱାରା କରଜ କମିବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ତେଣୁ କଳା ପିମ୍ପୁଡ଼ିକୁ କେବେବି ଝାଡୁରେ ବାହାରକୁ ବାହାର କରନ୍ତୁ ନାହିଁ ।

ଯଦି ଆପଣ ଘରେ ତିନୋଟି ଝିଟିପିଟିକୁ ଏକାସହିତ ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଯଦି ଆପଣ ତିନୋଟି ଝିଟିପିଟି ପରସ୍ପରର ପିଛା କରୁଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ଏବଂ ଏହାସହିତ ଯଦି ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖୁଛନ୍ତି ତେବେ ଏହା ଧନ ପ୍ରାପ୍ତିର ଯୋଗ ଅଟେ । ତେଣୁ ଝିଟିପିଟିକୁ ହଳଦୀ ଏବଂ ସିନ୍ଦୁର ଅର୍ପଣ କରନ୍ତୁ । ଘରକୁ ଏପରି ଅନେକ ପକ୍ଷୀ ଅଛି ଯାହା ଆସିବା ଏକ ଶୁଭ ସଙ୍କେତ ଅଟେ । ଯଦି କୌଣସି ଚଢ଼େଇ ଆପଣଙ୍କ ଘରକୁ ଆସି ବସା ତିଆରି କରେ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । କିନ୍ତୁ ଯଦି ପକ୍ଷୀ ଆପଣଙ୍କ ଘରକୁ ବାରମ୍ବାର ଆସିଥାଏ ତେବେ ଏହା ଅଶୁଭ ସଙ୍କେତ ଦେଇଥାଏ ।

ଯଦି ମାତା ଲକ୍ଷ୍ମୀଙ୍କ ବାହନ ପେଚା ଆପଣଙ୍କ ଘରକୁ ଆସେ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଯଦି ଆପଣ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଶଙ୍ଖ ଧ୍ୱନି ଶୁଣୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ । ଯଦି ଆପଣଙ୍କ ଡାହାଣ ହାତ ପାପୁଲି ବାରମ୍ବାର କୁଣ୍ଡେଇ ହୁଏ ତେବେ ଏହା ମଧ୍ୟ ଧନପ୍ରାପ୍ତିର ସଙ୍କେତ ଅଟେ । ଏହା ମାତା ଲକ୍ଷ୍ମୀଙ୍କ ପ୍ରସନ୍ନତା ଦିଗରେ ଇଙ୍ଗିତ କରିଥାଏ । ଏହାବ୍ୟତୀତ ଯଦି ଆପଣ ସ୍ୱପ୍ନରେ ପେଚା , ଝାଡୁ , ନେଉଳ ଏହିଭଳି କିଛି ଜିନିଷ ବାରମ୍ବାର ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ବହୁତ ଜଲଦି ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି । ଯଦି ଆପଣ ଘରୁ ବାହାରକୁ ଯାଉଥିବା ସମୟରେ କୌଣସି ବ୍ୟଜ୍ଟିକୁ ସଫାସୁତୁରା କରୁଥିବାର ଦେଖୁଛନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ମିଳିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଜୀବନକୁ ଖରାପ ସମୟ ଆସିବା ପୂର୍ବରୁ ଅନେକ ସଙ୍କେତ ମିଳିଥାଏ । ତେଣୁ ଚାଲନ୍ତୁ ସେହି ବିଷୟରରେ ଜାଣିନେବା ।

ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ଗଛ ଅଟେ । ଯେଉଁ ଘରେ ତୁଳସୀ ଗଛ ସବୁଜ ଏବଂ ପରିପୂର୍ଣ୍ଣ ଥାଏ ସେହି ଘରେ ସୁଖ ସମୃଦ୍ଧି ରହିଥାଏ । କିନ୍ତୁ ତୁଳସୀ ଗଛ ହଠାତ ଶୁଖିଯିବା ଏବଂ ମରିଯିବା ଅଶୁଭ ସଙ୍କେତ ଦିଗରେ ସୂଚିତ କରିଥାଏ । ଏହାଦ୍ବାରା ସମସ୍ୟା ଟଳିଯାଏ । ଯେଉଁ ଘରକୁ ଗାଈ ହଠାତ ଆସିବା ବନ୍ଦ କରିଦିଏ ସେହି ଘର ଉପରେ ମାତା ଲକ୍ଷ୍ମୀ ରୁସ୍ଟ ଥିବାର ସଙ୍କେତ ମିଳିଥାଏ । ଯଦି ହଠାତ କ୍ଷୀର ପାତ୍ର ଆପଣଙ୍କ ହାତରୁ ଖସି ପଡ଼ୁଛି ତେବେ ତାହା ମଧ୍ୟ ଅତ୍ୟନ୍ତ ଅଶୁଭ ଅଟେ ।।

Leave a Reply

Your email address will not be published. Required fields are marked *