ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି 5ଟି ଭୁଲ,ଭୟଙ୍କର ହେବ ସର୍ବନାଶ |

ବନ୍ଧୁଗଣ ଶ୍ରାବଣ ମାସକୁ ବହୁତ ପୁର୍ଣ୍ୟ ର ମାସ ବୋଲି କୁହାଯାଇଥାଏ,ଏହା ଭଗବାନ ଶିବଙ୍କର ମାସ ହୋଇଥାଏ | କାର୍ତ୍ତିକ ମାସ ପରି ଏହା ମଧ୍ୟ ଅତ୍ୟନ୍ତ ଧାର୍ମିକ ମାସ ହୋଇଥାଏ | ଏହି ମାସ ରେ ଭଗବାନ ଶିବାଙ୍କର ପୂଜା କଲେ ବହୁତ ପୁର୍ଣ୍ୟ ମିଳିଥାଏ ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ତେଣୁ ଏହି ମାସରେ ଲୋକମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବାବାଙ୍କ ମସ୍ତକରେ ପାଣି ଢ଼ାଳନ୍ତି ଏବଂ ଅଭିଷେଖ କରନ୍ତି |

ତେବେ ଏହି ପରି ଏକ ଧାର୍ମିକ ମାସରେ ଏହି 5ଟି କାର୍ଯ୍ୟ ଭୁଲ ରେ ମଧ୍ୟ କରିବା ଉଚିତ ନୁହେଁ | ନହେଲେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡିପାରେ ଏବଂ ଭୟଙ୍କର ବି ହୋଇପାରେ ସର୍ବନାଶ | ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ କାମ ଭୁଲ ରେ ମଧ୍ୟ କରିବା କଥା ନୁହେଁ | ତେବେ ବନ୍ଧୁଗଣ ଶ୍ରାବଣ ମାସରେ ଏହି 5ଟି କାର୍ଯ୍ୟ କରିବା ଉଚିତ ନୁହେଁ ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ?

ଆମିଷ ଭୋଜନ କରିବା – ଏହି ମାସରେ ଆମିଷ ଭୋଜନ କରିବା ପାପ ହୋଇଥାଏ | ଆମିଷ ଭୋଜନ କରିବା ଦ୍ଵାରା ଭଗବାନ ଶିବ କୋପ ହୋଇଥାନ୍ତି ତେଣୁ ଏହି ମାସରେ ଆମିଷ ଖାଇବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ | ତେଣୁ ଏହି ମାସରେ ଆମିଷ ଖାଇବା ଉଚିତ ନୁହେଁ |

ପିଆଜ ରଶୁଣ ଖାଇବା – ପବିତ୍ର ଶ୍ରାବଣ ମାସରେ ପିଆଜ ରଶୁଣ ଖାଇବା ଉଚିତ ନୁହେଁ | କାରଣ ପୁରାଣ ରେ ବର୍ଣିତ ଅଛି ଯେତେବେଳେ ଶ୍ରୀକୃଷ୍ଣ ରାହୁ ଏବଂ କେତୁଙ୍କ ଚକ୍ର ପେଷି ଅଲଗା କରିଥିଲେ ଯାହା ମସ୍ତିଷ୍କ କୁ ରହୁ ଏବଂ ଦେହକୁ. କେତୁ ବୋଲି କୁହାଯାଏ ସେହି ସମୟରେ ରହୁ କେତୁଙ୍କ ରକ୍ତ ମାଟିରେ ପଡି ପିଆଜ ଏବଂ ରଶ଼ୁଣ ର ଉତ୍ପତ୍ତି ହୋଇଥିଲା ତେବେ ଏହା ଆମିଷ ରେ ଗଣନା କରାଯାଏ ତେବେ ଏହାକୁ ଖାଇବା ଉଚିତ ନୁହେଁ |

ଚୁଟି କାଟିବା ବା କ୍ଷର ହେବା – ଏହି ମାସ ଶିବଙ୍କର ମାସ ହୋଇଥାଏ, ଏହି ମାସ ଅତ୍ୟନ୍ତ ପବିତ୍ର ହୋଇଥାଏ ତେବେ ଏହି ମାସରେ କ୍ଷର ହେବା ଉଚିତ ହୋଇନଥାଏ ଯେମିତିକି ଚୁଟି,ଦାଢ଼ି, ନଖ ଏସବୁ କିଛି ବି କାଟିବା ଉଚିତ ନୁହେଁ | ମାସ ପୂର୍ବରୁ କିମ୍ବା ପରେ କାଟିବା ଉଚିତ ତେବେ ଏହି ମାସରେ ଚୁଟି କାଟିବା ଉଚିତ ହୋଇନଥାଏ |ମହାଦେବ କ୍ରୋଧିତ ହୋଇଥାନ୍ତି |

ତେଲ ଲଗାଇବା – ଏହି ମାସର ସୋମବାର ଦିନ ଦେହରେ ତେଲ ଲଗାଇବା ଉଚିତ ନୁହେଁ | ଏହା କରିବା ଆପଣଙ୍କ ଜୀବନରେ କ୍ଷତି ଘଟାଇ ପାରେ ତେବେ ଏହି ମାସରେ ପ୍ରତ୍ୟେକ ସୋମବାର ଅତ୍ୟନ୍ତ ଧାର୍ମିକ ହୋଇଥାଏ ତେଣୁ ଏହି ଦିନ ତେଲ ଲଗେଇବା ଉଚିତ୍ ହୋଇନଥାଏ | ମହାଦେବ କ୍ରୋଧୀତ ହୋଇଥାନ୍ତି |

ଶୋଇବା – ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ ନୁହେଁ | ଏହି ମାସରେ ସକାଳୁ ଉଠି ସ୍ନାନ ସାରି ଠାକୁର ପୂଜା କଲେ ଶୁଭ ଫଳ ମିଳିଥାଏ, ତେଣୁ ଏହି ମାସରେ ସକାଳୁ ଉଠି ମହାଦେବ ଙ୍କୁ ପୂଜା କଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି ତେଣୁ ଏହି ମାସରେ ଦିନରେ ଶୋଇବା ଉଚିତ ନୁହେଁ |

ବିବାହ କରିବା – ଶ୍ରାବଣ ମାସ ଅତ୍ୟନ୍ତ ଧାର୍ମିକ ମାସ ହୋଇଥାଏ ଏହି ମାସରେ ବିବାହ କରିବା ଏବଂ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ | ଏହା କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ,ତେବେ ଏହି ମାସରେ ବିବାହ କରିବା ଏବଂ ଶାରୀରିକ ସମ୍ପର୍କ ରଖିବା ନିଷେଧ ହୋଇଥାଏ |

କ୍ଷୀର ପିଇବା – ଶ୍ରାବଣ ମାସରେ କ୍ଷୀର ପିଇବା ନିଷେଧ ହୋଇଥାଏ ଏହି ମାସରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କ୍ଷୀର ସାହାଯ୍ୟରେ ଅଭିଷେକ୍ଷ କରାଯାଇଥାଏ | ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କ୍ଷୀର ତାଙ୍କ ମସ୍ତକ ରେ ଢଳାଯାଇଥାଏ ତେବେ ଏହି ମାସରେ ବିଶେଷ କରି କଞ୍ଚା କ୍ଷୀର ପିଇବା ନିଷେଧ ହୋଇଥାଏ |

ବାଇଗଣ ସେବନ କରିବା – ଏହି ମାସରେ ବାଇଗଣ ସେବନ କରିବା ଉଚିତ୍ ନୁହେଁ ଏହା କେଉଁଠାରେ ଉଲେଖ ନାହିଁ କିନ୍ତୁ ଲୋକ କଥା ଅଛି ଏହି ପାରିବ ଖାଇବା ଶ୍ରାବଣ ମାସରେ ନିଷେଧ ଅଟେ | ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ସବୁ ଜିନିଷ ଏହି ମାସରେ ନିଷେଧ କରିବା ଉଚିତ | ତେବେ ଏହି ଭୁଲ କରନ୍ତୁ ନହେଲେ ହେବ ସର୍ବନାଶ |

Leave a Reply

Your email address will not be published. Required fields are marked *