ଏହି ଅଙ୍ଗାରେ କଳା ସୂତା ବାନ୍ଧିଲେ ମିଳିଥାଏ ଶୁଭ ଫଳ , ଜାଣି ରଖନ୍ତୁ

ଶନିଦେବଙ୍କୁ ହିନ୍ଦୁ ଧର୍ମରେ ନ୍ୟାୟର ଦେବତା କୁହାଯାଏ । ମନୁଷ୍ୟର କର୍ମ ଅନୁଯାୟୀ ହିଁ ଶନିଦେବ ଆଶୀର୍ବାଦ କିମ୍ବା ଦଣ୍ଡ ଦେଇଥାନ୍ତି । ପାପୀ ମାନଙ୍କ ପାଇଁ ଶନି ଖୁବ କଷ୍ଟ କାରକ ଅଟନ୍ତି । ମାତ୍ର ଭଲ କାମ କରୁଥିବା ଲୋକଙ୍କ ଉପରେ ସେ ସର୍ବଦା ନିଜର କୃପା ବଜାୟ ରଖନ୍ତି । ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ କଳା ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ଶନିବାର ଦିନ କଳା ଜିନିଷର ଦାନ କରିଥାଏ ସେହି ବ୍ୟକ୍ତି ଉପରେ ଶନିଦେବ ସର୍ବଦା ନିଜର କୃପା ବର୍ଷଣ କରନ୍ତି । କଳା ରଙ୍ଗରେ ନକରାତ୍ମକ ଶକ୍ତିକୁ ଅବଶୋଷଣ କରିବାର ଶକ୍ତି ରହିଛି ।

ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁବେଳେ କଳା ରଙ୍ଗର ସୂତା ଧାରଣ କରିବାକୁ କୁହାଯାଇଥାଏ । ଯଦି ଆପଣଙ୍କୁ କୌଣସି କାମରେ ସଫଳତା ମିଳିଛି ତେବେ ହାତରେ ଏକ କଳା ସୂତା ବାନ୍ଧିବା ଆବଶ୍ୟକ । ଯାହା ଲୋକଙ୍କ ଖରାପ ନଜରରୁ ଆପଣଙ୍କୁ ରକ୍ଷା କରିଥାଏ । ଅନେକ ସମୟରେ ଏପରି ହୋଇଥାଏ ଯେ ମନୁଷ୍ୟକୁ ହଠାତ ଧନ ପ୍ରାପ୍ତି ହୋଇଥାଏ ମାତ୍ର କିଛି ମୁହୁର୍ତ୍ତରେ ତା ସହିତ କିଛି ଏପରି ଘଟଣା ଘଟଯାଏ ଯାହାଦ୍ୱାରା ସବୁ ଧନ ନଷ୍ଟ ହୋଇଯାଏ । ଏସବୁ ଅନ୍ୟର ଖରାପ ନଜର କାରଣରୁ ହିଁ ହୋଇଥାଏ । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଶନିବାର ଦିନ କଳା ରଙ୍ଗର ସୂତା ଧାରଣ କରିବା ଉଚିତ ।

ତେଣୁ ଚାଲନ୍ତୁ ଜାଣିନେବା କଳା ସୂତା ଧାରଣ କରିବାର ମହତ୍ତ୍ୱପୂର୍ଣ୍ଣ ନିୟମ ବିଷୟରେ । ଶାସ୍ତ୍ର ଅନୁଯାୟୀ କଳା ରଙ୍ଗ ନକରାତ୍ମକତାକୁ ଦୂରେଇ ଦେଇଥାଏ । ଯାହାଦ୍ୱାରା ସେହି ନକରାତ୍ମକତା ମଣିଷର ଆଉ କୌଣସି କ୍ଷତି କରିପାରେ ନାହିଁ । ଏହା ମଣିଷ ଭିତରକୁ ନକରାତ୍ମକ ଶକ୍ତିର ପ୍ରବେଶକୁ ରୋକିଥାଏ । କଳା ସୂତା ହାତରେ ବାନ୍ଧିବା ପୂର୍ବରୁ ତାହାକୁ ପ୍ରଥମେ ଶନି ମନ୍ଦିରକୁ ଯାଇ ଅଭିମନ୍ତ୍ରିତ କରିବା ଉଚିତ । ଏହାଦ୍ବାରା ଶନିଙ୍କ ସୁଲଭ କୁଦୃଷ୍ଟିରୁ ରକ୍ଷା ମିଳିଥାଏ । ତେଣୁ ଶନିବାର ଦିନ ଶନି ମନ୍ଦିରକୁ ଯାଇ କଳା ସୂତାକୁ ଶନି ମନ୍ଦିରରେ ରଖି ତାହାକୁ ଧାରଣ କରିବା ଉଚିତ । ଏହି ସୂତା ଖରାପ ନଜରରୁ ରକ୍ଷା କରିଥାଏ ।

କଳା ସୂତାକୁ ମହିଳା ମାନେ ନିଜର ବାମ ଗୋଡ଼ରେ ଏବଂ ପୁରୁଷ ମାନେ ନିଜର ଡାହାଣ ଗୋଡ଼ରେ ବାନ୍ଧିବା ଆବଶ୍ୟକ । ତେବେ ଯାଇ ଏହା ଶୁଭ ପ୍ରଭାବ ପ୍ରକଟ କରିବ । ଯଦି କେହି ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛି ତେବେ ତାକୁ ନିଜର ବୃଦ୍ଧ ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । କଳା ସୂତାକୁ ଅଭିମନ୍ତ୍ରିତ କରି ନିଜ ଘରର ମୁଖ୍ୟଦ୍ୱାରରେ କିମ୍ବା ଦୋକାନର କବାଟରେ ବାନ୍ଧିବା ଉଚିତ । ଧନ ରଖୁଥିବା ସ୍ଥାନରେ ମଧ୍ୟ ଏହା ରଖିବା ଆବଶ୍ୟକ । ଏହାଦ୍ବାରା ସେହି ବସ୍ତୁ ଗୁଡ଼ିକୁ ଖରାପ ନଜରରୁ ମୁକ୍ତି ମିଳିବ । କଳା ସୂତା କେବେବି ଶରୀରରେ ଢାଙ୍କି ହୋଇଥିବା ସ୍ଥାନରେ ବାନ୍ଧନ୍ତୁ ନାହିଁ । କଳା ସୂତା ଅନ୍ୟକୁ ଦେଖାଯିବା ଆବଶ୍ୟକ । ଯାହାଦ୍ୱାରା ଏହା ଭଲ ଫଳ ଦେବ । କଳା ସୂତାକୁ ବେକରେ ବାନ୍ଧିବା ଅଧିକ ପ୍ରଭାବଶାଳୀ ଅଟେ । କାରଣ ଲୋକଙ୍କ ନଜର ସର୍ବଦା ବେକରେ ପିନ୍ଧିଥିବା ଆଭୂଷଣ ଉପରେ ପଡ଼ିଥାଏ । ଏହାଦ୍ବାରା ଲୋକଙ୍କ ଖରାପ ନଜର ପଡ଼େନାହିଁ ।

ମହିଳାଙ୍କୁ ନିଜ କମରରେ କଳା ସୂତା ବାନ୍ଧିବା ଉଚିତ । ମାତ୍ର ପୁରୁଷ ମାନେ କଳା ସୂତା ବାନ୍ଧିବା ଉଚିତ ନୁହେଁ । କାରଣ ପୁରୁଷଙ୍କର ଏହି ଭାଗ ସର୍ବଦା ଆବଦ୍ଧ ରହିଥାଏ । ଏହି କାରଣରୁ ସେମାନଙ୍କୁ ଏହାର ଫଳ ପ୍ରାପ୍ତ ହୋଇ ନଥାଏ । ଛୋଟ ପିଲାଙ୍କ ଗୋଡ଼ , ହାତ ଏବଂ ଗଳାରେ କଳା ସୂତା ବାନ୍ଧିବା ଉଚିତ । କାରଣ ଛୋଟ ପିଲାମାନେ ବହୁତ ଜଲଦି ଖରାପ ନଜରର ଶିକାର ହୋଇ ଯାଆନ୍ତି । ଯେଉଁ କାରଣରୁ ସେମାନେ ସବୁବେଳେ ଅସୁସ୍ଥ ରହନ୍ତି । ତେଣୁ ସେମାନଙ୍କୁ ଏହି କଳା ସୂତା ସର୍ବଦା ବାନ୍ଧିବା ଉଚିତ । ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ କଳା ସୂତାକୁ ହନୁମାନଙ୍କ ଚରଣରେ ରଖି ଧାରଣ କରିବା ଦ୍ୱାରା ତାହା ଅଧିକ ଶକ୍ତିଶାଳୀ ସିଦ୍ଧ ହୋଇଥାଏ । ଯଦି ଆପଣ କଳା ସୂତା ବାନ୍ଧୁଛନ୍ତି ତେବେ ଆପଣଙ୍କୁ ଅନ୍ୟ କୌଣସି ରଙ୍ଗର ସୂତା ବାନ୍ଧିବା ଉଚିତ ନୁହେଁ । ଖାସକରି ନାଲି ରଙ୍ଗର ସୂତା ଭୁଲରେବି ଧାରଣ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *