ଏହି ପାଞ୍ଚ ଜଣ ମହିଳା ଭୁଲରେବି ଶିବ ପୂଜା କରିବା ଉଚିତ ନୁହେଁ , ନଚେତ ହୋଇଥାଏ ସମସ୍ୟା :-

ଶ୍ରାବଣ ମାସଟି ଶିବ ଭକ୍ତ ମାନଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ନେଇ ଆସିଥାଏ । ଶ୍ରାବଣ ମାସରେ ଭାଗବନ ଶିବ ନିଜ ଭକ୍ତଙ୍କ ଘରକୁ ଆସି ବାସ କରନ୍ତି । ଏହା ଅତ୍ୟନ୍ତ ପବିତ୍ର ମାସ ଅଟେ । ଏବଂ ଏହି ମାସରେ ଶିବ ନିଜ ଭକ୍ତଙ୍କ ପୂଜାରେ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ଏହି ମାସରେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କ ପୂଜା କରାଯାଏ । କିନ୍ତୁ ସୋମବାର ବ୍ରତ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ବର୍ଷ ଶ୍ରାବଣ ମାସ ୨୦୨୨ ଜୁଲାଇ ୧୪ ରୁ ଆରମ୍ଭ ହେଉଛି । ଶ୍ରାବଣର ସମାପ୍ତି ଅଗଷ୍ଟ ୧୨ ରେ । ଏହାର ଗୋଟିଏ ଦିନ ପୂର୍ବରୁ ରକ୍ଷା ବନ୍ଧନ ପାଳିତ ହେବ । ଏହି ମାସରେ ୪ ଟି ସୋମବାର ପଡ଼ିବ । ପ୍ରଥମ ସୋମବାର ୧୮ ଜୁଲାଇ , ଦ୍ୱିତୀୟ ୨୫ ଜୁଲାଇ , ତୃତୀୟ ୧ ଅଗଷ୍ଟ ଏବଂ ଚତୁର୍ଥ ୮ ଅଗଷ୍ଟରେ ପଡ଼ିବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ଏହି ମାସରେ କେଉଁ ଭୁଲ କରିବା ଉଚିତ ନୁହେଁ ଏବଂ କେଉଁ ଫଳ ଖାଇବା ଉଚିତ ନୁହେଁ ।

୧ . ଖାସକରି ଶ୍ରାବଣ ମାସର ସୋମବାର ବ୍ରତକୁ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ରଖିବା ଉଚିତ । ଏହାଦ୍ବାରା ଭଗବାନ ଶିବଙ୍କ ସହିତ ପାର୍ବତୀ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥାଏ ଏବଂ ସେମାନେ ଅଲଗା ରହିବା ସତ୍ତ୍ୱେବି ବ୍ରତ ରଖୁଥାନ୍ତି ତେବେ ଏହାଦ୍ବାରା ବ୍ରତର ଫଳ ମିଳିବ ନାହିଁ । ଏହାବ୍ୟତୀତ ଛାଡ଼ପତ୍ର ପ୍ରାପ୍ତ ମହିଳା ପୁରୁଷ ମଧ୍ୟ ଏହି ବ୍ରତ କରିବା ଉଚିତ ନୁହେଁ । ଯଦି କୌଣସି ଦମ୍ପତ୍ତିଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇନାହିଁ ସେମାନେ ମଧ୍ୟ ଏହି ବ୍ରତକୁ ରଖିବା ଉଚିତ ନୁହେଁ । ଏହାଦ୍ବାରା ବ୍ରତର ଫଳ ମିଳେ ନାହିଁ ଏବଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି । ତଥାପି ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଥାଏ ତେବେ ନିଜ କଳହକୁ ସମାପ୍ତ କରି ବ୍ରତ ପାଳନ କରିବା ଉଚିତ ।

୨ . ମାସିକ ଧର୍ମ ହୋଇଥିବା ମହିଳା ମାନେ ବ୍ରତ ପାଳନ କରିପାରିବେ କିନ୍ତୁ ମହାଦେବଙ୍କ ପୂଜାପାଠ ବର୍ଜିତ ଅଟେ । କାରଣ ଏହି ସମୟରେ ମହିଳା ଅଶୁଦ୍ଧ ହୋଇ ଯାଆନ୍ତି । ଅନେକ ମହିଳା ଅଛନ୍ତି ଯେଉଁମାନେ ମିଛ କହି ପୂଜାପାଠ ମଧ୍ୟ କରିଥାନ୍ତି । କିନ୍ତୁ ଏହାଦ୍ବାରା ପାପ ଲାଗିଥାଏ । ଏହି ସମୟରେ ସେମାନେ ବ୍ରତ ଏବଂ ଜପ କରିପାରିବେ ମାତ୍ର ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ।

୩ . ବେଶ୍ୟା ମାନେ ସୋମବାର ବ୍ରତ ରଖିବା ଉଚିତ ନୁହେଁ । କାରଣ ଏହି ମହିଳା ବ୍ରତ ରଖିଲେ କିମ୍ବା ମହାଦେବଙ୍କ ପୂଜାପାଠ କଲେ ଉଭୟ ମହାଦେବ ଏବଂ ପାର୍ବତୀ ରୁସ୍ଟ ହୋଇଥାନ୍ତି ।

୪ . ଯେଉଁ ବ୍ୟକ୍ତି ମନରେ ସର୍ବଦା ଖରାପ ଚିନ୍ତାଧାରା ରଖିଥାନ୍ତି ଏବଂ ଅନ୍ୟ ବ୍ୟକ୍ତି ପ୍ରତି ଇର୍ଷା , ହିଂସା ମନୋଭାବ ରଖନ୍ତି ସେହି ବ୍ୟକ୍ତି ମଧ୍ୟ ଶ୍ରାବଣ ମାସ ବ୍ରତ ପାଳନ କରିବା ଉଚିତ ନୁହେଁ ।

୫ . ଶାସ୍ତ୍ର ଅନୁସାରେ କୁଆଁରୀ କନ୍ୟା ଶିବଲିଙ୍ଗକୁ ସ୍ପର୍ଶ କରିବା ଉଚିତ ନୁହେଁ । ଏହାକୁ ପାପ ମାନା ଯାଇଥାଏ । ଯେଉଁ ବ୍ୟକ୍ତି ସ୍ତ୍ରୀ ପ୍ରତି ଖରାପ ଭାବନା ରଖିଥାଏ ସେହି ବ୍ୟକ୍ତିକୁ ଭଗବାନ କେବେ ଆଶୀର୍ବାଦ କରନ୍ତି ନାହିଁ ।

୬ . ମହାଦେବଙ୍କ ମନ୍ଦିର କିମ୍ବା ଘରର ମନ୍ଦିର ମଧ୍ୟକୁ ଭୁଲରେ ବି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ । ନଚେତ ଏହାଦ୍ବାରା ଦେବଶକ୍ତି ରୁଷ୍ଟ ହୁଅନ୍ତି । ଏମିତିରେ ଚମଡ଼ା ଚପଲ ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *