ଶ୍ରାବଣ ମାସରେ ଏହି ତେଲରେ ଦୀପ ଜଳାଇଲେ ଜୀବନର ସବୁ ଦୁଃଖ ସମସ୍ୟା ହୋଇଯାଏ ଦୂର

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଏବଂ ମନୁଷ୍ୟର ଭବିଷ୍ୟତ ଏବଂ ଜୀବନ ବିଷୟରେ ଅନେକ କିଛି ବର୍ଣ୍ଣିତ ହୋଇଛି । ଅନେକ ଉପାୟ ଦ୍ୱାରା ମନୁଷ୍ୟର ଜୀବନ ସହଜ ହୋଇପାରେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ତେଲରେ ଦୀପ ଜଳାଇବା ଦ୍ୱାରା ମନୁଷ୍ୟର ସବୁ ଦୁଃଖ କଷ୍ଟ ଦୂରେଇ ଯାଏ । ଏମିତିରେ ତ ଆପଣ ସୋରିଷ କିମ୍ବା ଅନ୍ୟ ତେଲରେ ଦୀପ ଜଳାଇ ପାରିବେ କିନ୍ତୁ ଆଜି ଆମେ ଏହି ବିଷୟରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦେବୁ ଯାହା ଜ୍ୟୋତିଷ ଶାସ୍ତ୍ର ସହିତ ଜଡ଼ିତ ଅଟେ ।

ଦୀପ ଅନେକ ପ୍ରକାରର ରହିଛି ଯେପରିକି ପିତ୍ତଳ , ମାଟି , ତମ୍ବା , ଅଟା ଇତ୍ୟାଦି । ତେବେ କେଉଁ ତେଲରେ ଦୀପ ଜଳାଇବେ ତାହା ଆପଣଙ୍କ ଦୀପ ଜଳାଇବାର ଉଦ୍ଦେଶ୍ୟ ଉପରେ ନିର୍ଭର କରିଥାଏ । ସବୁଠାରୁ ମାଟିର ଦୀପ ଅଧିକ ପବିତ୍ର ହୋଇଥାଏ ବୋଲି କୁହାଯାଏ । ଯଦି ଆପଣ ଅଟାର ଦୀପ ଜାଳୁଛନ୍ତି ତେବେ ତାହା କୌଣସି ତେଲରେ ନୁହେଁ ବରଂ ଘିଅରେ ଜାଳନ୍ତୁ । ଘିଅ ଦୀପ ସାଧରଣତଃ କୌଣସି ମନସ୍କାମନା ପୂରଣ ପାଇଁ କିମ୍ବା ଅଟକି ରହିଥିବା କାମକୁ ପୁଣିଥରେ କରିବା ପାଇଁ ଜଳା ଯାଇଥାଏ ।

ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏକ ଅଟା ଦୀପରେ ଘିଅ ଏବଂ ନାଲି ବତୀ ଜଳାନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯିବ । ଆପଣ ଚାହିଁଲେ ଅନ୍ୟ ଦୀପ ମଧ୍ୟ ବ୍ୟବହାର କରି ପାରିବେ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଯେଉଁ ଦେବଦେବୀଙ୍କ ଉଦ୍ଦେଶ୍ୟରେ ପୂଜା କରୁଛନ୍ତି ସମସ୍ତଙ୍କର ଆଶୀର୍ବାଦ ମିଳୁ ତେବେ ଏକ ଯେକୌଣସି ଦୀପରେ ଘିଅ କିମ୍ବା ତିଳ ଦ୍ୱାରା ଦୀପ ଜାଳନ୍ତୁ । ଏଥିରେ ଏକ ଲବଙ୍ଗ ମଧ୍ୟ ପକାନ୍ତୁ । ଏହାଦ୍ବାରା ଚାକିରୀରେ ଉନ୍ନତି ହେବା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି ଶତ୍ରୁ ଆପଣଙ୍କୁ ଅଧିକ ହଇରାଣ କରୁଛି ତେବେ ସୋରିଷ ତେଲରେ ଦୀପ ଜଳନ୍ତୁ । ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ସୋରିଷ ତେଲରେ ଦୀପ ଜଳାନ୍ତୁ ।

ଯଦି ଘରେ ସମସ୍ୟା ଅଧିକ ହୋଇଯାଏ ତେବେ ତିଳ ତେଲରେ ଦୀପ ଜାଳନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏହାଦ୍ବାରା ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଯଦି ଆପଣ ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ପାଇଁ ମନସ୍କାମନା କରିବାକୁ ଚାହୁଁଛନ୍ତି ତେବେ ମହୁଲ ତେଲରେ ଦୀପ ଜାଳିଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ନିଜର ସବୁ ମନସ୍କାମନା ପୂରଣ ହେଉ ତେବେ ମାଟିର ଦୀପରେ ଚମେଲି ତେଲରେ ତିନୋଟି ମୁଖ୍ୟ ଦୀପ ଅର୍ଥାତ ତିନୋଟି ବତୀ ଥିବା ଦୀପ ହନୁମାନଙ୍କ ସମ୍ମୁଖରେ ଜାଳନ୍ତୁ । ଗଣେଶଙ୍କ ଆଶୀର୍ବାଦ ପାଇଁ ମଧ୍ୟ ତିନୋଟି ଦୀପ ଜଳା ଯାଏ ମାତ୍ର ତାହା ଘିଅରେ ଜଳା ଯାଇଥାଏ ।ଏହାଦ୍ବାରା ଜୀବନର ସବୁ ପ୍ରକାରର ଦୁଃଖ କଷ୍ଟ ଦୂରେଇ ଯାଏ ।

ଚାରି ମୁଖ ଥିବା ଦୀପରେ ସୋରିଷ ତେଲ ଦେଇ ଆପଣ ଜାଳି ପାରିବେ । ଯାହାଦ୍ୱାରା ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ । ଏହି ଉପାୟ ଭଗବାନ ଭୈରବଙ୍କ ଆଶୀର୍ବାଦ ପାଇଁ କରନ୍ତୁ । କୌଣସି କୋର୍ଟ କଚେରୀ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ କାର୍ତ୍ତିକଙ୍କୁ ପଞ୍ଚ ମୁଖୀ ଦୀପ ଜଳା ଯାଇଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇଁ ଘରେ ସାତ ମୁଖା ଦୀପ ଜଳାଇବା ସାତୋଟି ସୂତାରେ ଗୋଟିଏ ବତୀ ପ୍ରସ୍ତୁତ କରନ୍ତୁ ଏବଂ ଘିଅରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ସେଥିରେ ଏକ ଲବଙ୍ଗ ନିଶ୍ଚୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *