ଶ୍ରାବଣ ମାସରେ ଭୁଲରେବି ଏହି କେତୋଟି ଭୁଲ ଆଦୋୖ କରନ୍ତୁ ନାହିଁ , ନଚେତ ହୋଇଯିବେ ଦରିଦ୍ର୍ୟ :-

ଶ୍ରାବଣ ମାସଟି ଭଗବାନ ଶିବଙ୍କର ଅତି ପ୍ରିୟ ମାସ ହୋଇଥାଏ । ମନୁଷ୍ୟ ପାଇଁ ମଧ୍ୟ ଏହି ମାସ ଭାଗ୍ୟ ଅଟେ । କାରଣ ଏହି ମାସରେ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ପ୍ରାର୍ଥନା ସଫଳ ହୋଇଥାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । କୁଆଁରୀ ଝିଅ ମାନେ ଭଲ ଜୀବନସାଥୀ ପାଇବା ପାଇଁ , ବିବାହିତା ସ୍ତ୍ରୀ ମାନେ ନିଜ ସ୍ୱାମୀର ଭଲ ଜୀବନ କାମନା କରି ଏବଂ ଅନ୍ୟାନ୍ୟ ସୁଖ ସମୃଦ୍ଧି ପାଇଁ ଲୋକେ ଭଗବାନ ଶିବଙ୍କୁ ଏହି ମାସରେ ଆରାଧନା କରନ୍ତି । ଏହି ମାସରେ ମାହାଦେବ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି । ଯଦି ଆପଣ ମହାଦେବଙ୍କୁ ଏହି ମାସରେ ଏକ ଲୋଟା ଜଳବି ଅର୍ପିତ କରନ୍ତି ତେବେ ମହାଦେବ ପ୍ରସନ୍ନ ହେବେ । ଆଜିକାର ଏହି ଲେଖାରେ ଆମେ କିଛି ଭୁଲ ବିଷୟରେ କହିବୁ । ଯାହାକୁ ଯଦି ଆପଣ ଏହି ଶ୍ରାବଣ ମାସରେ କରନ୍ତି ତେବେ ବ୍ରତ ନିରର୍ଥକ ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଗ୍ରାସ କରିବ । ତେବେ ଚାଲନ୍ତୁ ଜାଣିନେବା ।

ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ପାନ କରିବା ଦ୍ୱାରା ଶିବଙ୍କ ଶରୀର ଉତ୍ତପ୍ତ ହୋଇଥିଲା । ଯେଉଁ କାରଣରୁ ସେହିଦିନ ଠାରୁ ଶିବ ନିଜ ମସ୍ତକରେ ଚନ୍ଦ୍ର ଧାରଣ କରିଥିଲେ ଏବଂ ଅନ୍ୟାନ୍ୟ ଦେବତା ମାନେ ତାଙ୍କ ଉପରେ ବର୍ଷା କରିବାରେ ଲାଗିଲେ । ଏହି କାରଣରୁ ଶ୍ରାବଣ ମାସରେ ଅଧିକ ବର୍ଷା ହୋଇଥାଏ । ମହାଦେବଙ୍କୁ ରିଦ୍ରଭିଷେକ କରିବା ପାଇଁ ପ୍ରଥମେ ଜଳରେ ସ୍ନାନ କରାଯାଏ ଏହାପରେ ପଞ୍ଚାମୃତ ଏବଂ ତାପରେ ପୁଣିଥରେ ଜଳରେ ସ୍ନାନ କରାଇ ଶୁଦ୍ଧ କରାଯାଏ । ଏହାପରେ ଚନ୍ଦନ ଲେପ ଲଗାଯାଏ ।

ମହାଦେବଙ୍କ ଉପରେ ସିନ୍ଦୁର ଏବଂ ହଳଦୀ ଲେପ ଲଗାଯାଏ ନାହିଁ କାରଣ ଏହି ଦୁଇଟି ସ୍ତ୍ରୀ କାରକ ଅଟନ୍ତି ।ଏହାବ୍ୟତୀତ ଅବିର ଅର୍ପଣ କରାଯାଏ । ମହାଦେବଙ୍କୁ ଧୁତୁରା , ଅରଖ ଭଳି ଧଳା ଫୁଲ ଅର୍ପଣ କରାଯାଏ । ଏହାପରେ ମହାଦେବଙ୍କ ମନ୍ତ୍ର ଜପ କରି ବେଲପତ୍ର ଅର୍ପଣ କରାଯାଏ ।

ଶ୍ରାବଣ ମାସର ସୋମବାର ବ୍ରତରେ ମଧ୍ୟ ଅନେକ ନିୟମ ରହିଛି । ସକାଳୁ ଉଠି ସ୍ନାନ କରି ବ୍ରତର ସଂକଳ୍ପ ରଖିବା ପରେ ବେଲପତ୍ର , ଗଙ୍ଗାଜଳ , ସୁପାରି , ଧୁତୁରା ଏବଂ ଭାଙ୍ଗ ଦ୍ୱାରା ପୂଜା କରାଯାଏ । ଏପରି କୁହାଯାଏ ଯେ ଶ୍ରାବଣ ମାସର ସୋମବାର ବ୍ରତ କଲେ ପୁରା ବର୍ଷର ସୋମବାର ବ୍ରତର ଫଳ ମିଳିଯାଏ । ମହାଦେବଙ୍କ ସହିତ ଜଡ଼ିତ ବ୍ରତ ତିନୋଟି ପ୍ରହର ପର୍ଯ୍ୟନ୍ତ କରାଯାଏ ଏବଂ ଶେଷରେ ବ୍ରତ ପାଳନ କରାଯାଏ । ବ୍ରତ ସମୟରେ ଭୋଜନ କରିବା ଉଚିତ ନୁହେଁ । ବରଂ ଗୋଟିଏ ପ୍ରହରରେ କିମ୍ବା ଦୁଇ ସମୟ ଆପଣ ଭୋଜନ କରି ପାରିବେ ।

ଏହି ମାସରେ ବ୍ରତ କରିବା ପାଇଁ ପ୍ରଥମତଃ ଆଚରଣ ଭଲ ହେବା ଉଚିତ । ବ୍ରତ ଦିନ ସକାଳୁ ଜଲଦି ଉଠି ବ୍ରତ ସଂକଳ୍ପ କରିବା ଉଚିତ । ଏହିଦିନ ପରିବାରରେ ଅଶାନ୍ତି ଦେଖା ଦେଲେ କିମ୍ବା ସ୍ୱାମୀ ସ୍ତ୍ରୀ ସମ୍ଭୋଗ କଲେ ମହାଦେବ କ୍ରୋଧିତ ହୁଅନ୍ତି । ତେଣୁ ଏହି ମାସରେ ସ୍ୱାମୀ ସ୍ତ୍ରୀ ଦୂରେଇ ରହିବା ଉଚିତ । ଏହି ମାସରେ ଘରେ କନ୍ଦାକଟା , ଈର୍ଷା ଭାବ ଭଳି ଗୁଣ ଏବଂ କ୍ରୋଧ ରଖିବା ଉଚିତ ନୁହେଁ । ଏହି ମାସରେ ଖୁସି ରହିଲେ ଭଗବାନ ଶିବ ମଧ୍ୟ ଖୁସିରେ ରହନ୍ତି ଏବଂ କୃପା ବର୍ଷା କରନ୍ତି । ଶ୍ରାବଣ ମାସରେ ନଖ ଏବଂ କେଶ କାଟିବା ଉଚିତ ନୁହେଁ । ଏହି ମାସରେ ମଧୁର କହୁଥିବା ବ୍ୟକ୍ତି ଭଗବାନ ଶିବଙ୍କ କୃପା ପାଇଥାଏ । ଏହି ମାସରେ ଦାନ ଧର୍ମ କରିବା ଉଚିତ ଏବଂ ଘରକୁ ଆସିଥିବା ଦରିଦ୍ର୍ୟକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

ଭଗବାନ ଶିବଙ୍କ ବ୍ରତ ସମୟରେ କିଛି କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଶିବଙ୍କ ମୂର୍ତ୍ତି କିମ୍ବା ଶିବଲିଙ୍ଗ ଥିବା ସ୍ଥାନକୁ ଭୁଲରେବି ଜୋତା ପିନ୍ଧି ଯାଆନ୍ତୁ ନାହିଁ । କାରଣ ଚମଡ଼ା ଜୋତା ଦ୍ୱାରା ଦେବଶକ୍ତି ବିରକ୍ତ ହୁଅନ୍ତି । ମାସିକ ଧର୍ମ ଥିବା ମହିଳା ମାନେ ଘରର ମନ୍ଦିର କିମ୍ବା ବାହାର ମନ୍ଦିରକୁ ପ୍ରବେଶ କରନ୍ତୁ ନାହିଁ । ମାସିକ ଧର୍ମରେ ମହିଳା ମାନେ ବ୍ରତ ଏବଂ ଉପବାସ କରି ପାରିବେ । କିନ୍ତୁ ପୂଜାପାଠ କରି ପାରିବେ ନାହିଁ । ଏହି ସମୟରେ ତୁଳସୀରେ ମଧ୍ୟ ପାଣି ଦିଅନ୍ତୁ ନାହିଁ । ନଚେତ ତୁଳସୀ ଗଛ ଶୁଖିଯିବ । ଏହି ମାସରେ ଗଛ କାଟିବା ମଧ୍ୟ ଉଚିତ ନୁହେଁ । ଯଦି ଆପଣ ଘରେ ଶିବଲିଙ୍ଗ ରଖୁଛନ୍ତି ତେବେ ପ୍ରତ୍ୟେକଦିନ ଜଳାଭିଷେକ କରନ୍ତୁ କିମ୍ୱା ଜଳ ପ୍ରବାହ କରନ୍ତୁ । କାରଣ ଶିବଲିଙ୍ଗରୁ ସବୁବେଳେ ଶକ୍ତି ବାହାରିଥାଏ ଯାହା ଅତ୍ୟନ୍ତ ଉତ୍ତପ୍ତ ହୋଇଥାଏ ।

ମହାଦେବ ଏବଂ ଗଣେଶଙ୍କ ପୂଜା ସମୟରେ ତୁଳସୀ ବର୍ଜିତ ଅଟେ । ଏହାବ୍ୟତୀତ ମାତା ପାର୍ବତୀଙ୍କ ଆରାଧନା ସମୟରେ ମନ୍ଦାର କିମ୍ବା ଅଁଳା ଅର୍ପଣ କରିବା ଉଚିତ ନୁହେଁ । ଏହି ମାସରେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରିବା ଉଚିତ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ମାସରେ ମାଛ ମାଂସ ଖାଇଲେ ସ୍ୱାସ୍ଥ୍ୟ ହାନୀ ହୋଇଥାଏ । ଏହାବ୍ୟତୀତ ଏହି ସମୟରେ ସବୁ ଜୀବ ଗର୍ଭଧାରଣ କରନ୍ତି । ତେଣୁ ମାଂସ ବର୍ଜିତ ମାନା ଯାଇଥାଏ । ସୋମବାରର କୌଣସି ବ୍ରତରେ ନାସପାତି ଖାଇବା ଉଚିତ ନୁହେଁ । ଅନ୍ୟ ଦିନରେ ଆପଣ ଏହାକୁ ଖାଇ ପାରିବେ ।

Leave a Reply

Your email address will not be published. Required fields are marked *