ଶନିବାର ଦିନ ଚୁପଚାପ ରଖିଦିଅନ୍ତୁ ଫିଟିକିରି ଏବଂ ସିନ୍ଦୁର , ଦୂରେଇ ଯିବ ଦାରିଦ୍ର୍ୟତା , ହେବ ଧନ ପ୍ରାପ୍ତି

ଘରେ ବିଭିନ୍ନ କାମରେ ବ୍ୟବହୃତ ହେଉଥିବା ଫିଟିକିରି ଅନେକ କାମରେ ବ୍ୟବହୃତ ହୋଇଥାଏ । ଏହା ବାସ୍ତୁକୁ ଠିକ କରିବା ପାଇଁ ବ୍ୟବହୃତ ହେଉଥିବା ସହିତ ଅନେକ ଉପାୟ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ଯାହାଦ୍ୱାରା ଘରେ ସମସ୍ୟା ଦୂରେଇ ଯିବା ସହିତ ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ । ଫିଟିକିରି ନକରାତ୍ମକ ଶକ୍ତିକୁ ଅବଶୋଷଣ କରି ସକାରାତ୍ମକ ଶକ୍ତିକୁ ପ୍ରସାରିତ କରିଥାଏ । ଫିଟିକିରି ଦ୍ୱାରା କରାଯାଉଥିବା ଉପାୟ ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ମନୁଷ୍ୟ ଜୀବନ ସବୁବେଳେ ସମାନ ରହେ ନାହିଁ । ସୁଖ ଦୁଃଖର ପରିପୂର୍ଣ୍ଣ ଏହି ଜୀବନରେ ମନୁଷ୍ୟକୁ ନିଜକୁ ସମୟ ସହିତ ତାଳ ଦେଇ ସବୁ ସମସ୍ୟାର ସମାଧାନ ବାହାର କରି ଚାଲିବାକୁ ପଡ଼ିଥାଏ । କିନ୍ତୁ ଯଦି ମନୁଷ୍ୟ ଫିଟିକିରିର ଏହି ଉପାୟକୁ କରେ ତେବେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।

୧ . ଏହି ଉପାୟକୁ କରିବା ପାଇଁ ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଏକ ନାଲି କପଡ଼ା ବିଛାନ୍ତୁ । ଏହାପରେ ସେଥିରେ ଚାଉଳ , ସିନ୍ଦୁର ଏବଂ ଏକ ଫିଟିକିରି ଦାନା ରଖନ୍ତୁ । ତାପରେ ଏକ ଧୂପ ଜଳାଇ ସେହିସବୁ ଜିନିଷକୁ ଶୁଦ୍ଧ କରନ୍ତୁ । ବର୍ତ୍ତମାନ ସେହି କପଡ଼ାକୁ ବାନ୍ଧି ସେଥିରେ ଏକ ମୋୖଲି ସୂତା ଗୁଡ଼ାଇ ଦିଅନ୍ତୁ । ଏହାପରେ ସେହି ପୁଟୁଳିକୁ ନେଇ ଘରର ସବୁ କୋଣରେ ବୁଲାନ୍ତୁ । ବୁଲାଇ ସାରିବା ପରେ ତାହାକୁ ଘରର ମୁଖ୍ୟଦ୍ୱାରର ପଛ ପଟେ ଏକ ଲୁହା କଣ୍ଟା ମାରି ଝୁଲାଇ ଦିଅନ୍ତୁ । ଦେଖିବେ ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଏହାସହିତ ସୁଖ ସମୃଦ୍ଧି ମଧ୍ୟ ଆସିବ ।

୨ . ଯଦି ଆପଣ ଅନେକ ଦିନ ହେବ କରଜରେ ବୁଡ଼ି ରହିଛନ୍ତି କିମ୍ବା ଅନେକ ପରିଶ୍ରମ ପରେବି ସଫଳତା ମିଳୁନାହିଁ ତେବେ ଏକ ପାନ ପତ୍ରରେ କିଛି ଫିଟିକିରି ଦାନା ନେଇ ସେଥିରେ ସିନ୍ଦୁର ସିଞ୍ଚି ତାହାକୁ ଏକ ମୋୖଲି ସୂତାରେ ଗୁଡ଼ାଇ ଦିଅନ୍ତୁ । ଏହାପରେ ବୁଧବାର ଦିନ କୌଣସି ଏକ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ପଥର ତଳେ ଦବାଇ ଦିଅନ୍ତୁ । ଏହାପରେ ନିଜର ମନସ୍କାମନା କରି ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଏହାଦ୍ବାରା ଆପଣଙ୍କର ଅତି ପୁରୁଣା କରଜ ରହିବ ନାହିଁ ଏବଂ ସବୁ ପ୍ରକାରର ସଫଳତା ପ୍ରାପ୍ତ ହେବ ।

୩ . ଯଦି ବୈବାହିକ ଜୀବନରେ ସମସ୍ୟା ଅଛି ତେବେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ପାଣି ଗ୍ଲାସରେ କିଛି ଫିଟିକିରି ଦାନା ପକାଇ ବେଡ଼ ତଳେ ରଖି ଦିଅନ୍ତୁ । ଏହାପରେ ଆଗାମୀ ଦିନ ସକାଳୁ ଉଠି ସେହି ପାଣିକୁ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ପରିବାରରେ ସୁଖ ଶାନ୍ତି ରହିବା ସହିତ ବୈବାହିକ ଜୀବନରେ ମଧ୍ୟ ସୁଖ ଶାନ୍ତି ରହିବ । ଏହି ଉପାୟ ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଏହାବ୍ୟତୀତ ଯଦି ଆପଣ କଳା କପଡ଼ାରେ ଫିଟିକିରି ବାନ୍ଧି ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଦିଅନ୍ତି ତେବେ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ ।

୪ . ସମସ୍ତେ ନିଜ ଘରେ ସୁଖ ଶାନ୍ତି ଚାହାଁନ୍ତି । କିନ୍ତୁ କୌଣସି ବାସ୍ତୁ ଦୋଷ କାରଣରୁ ଏହା ସମ୍ଭବ ହୋଇପାରେ ନାହିଁ । ତେଣୁ ଏମିତିରେ ଏକ ପାତ୍ରରେ ଫିଟିକିରି ନେଇ ଘରର ବାଥରୁମରେ ଏକ ପରିଷ୍କାର ସ୍ଥାନରେ ରଖି ଦିଅନ୍ତୁ । ପ୍ରତ୍ୟେକ ମାସ ଫିଟିକିରିକୁ ବଦଳାଇ ଦିଅନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି ସୌହାର୍ଦ୍ଦ୍ୟ ରହିବ ।

୫ . ପ୍ରତ୍ୟେକ ଦିନ ଯଦି ଶୋଇବା ଆଗରୁ ଫିଟିକିରିରେ ଦାନ୍ତ ସଫା କରନ୍ତି ତେବେ ଆପଣଙ୍କୁ ଧନ ଲାଭ ହେବ । ପ୍ରତିଦିନ ପାଣିରେ ଅଳ୍ପ ଫିଟିକିରି ଏବଂ ଲୁଣ ମିଶାଇ ପୋଛା ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତି ନଜର ଦୋଷରେ ପୀଡିତ ତେବେ ସେହି ବ୍ୟକ୍ତିକୁ ବିଛଣାରେ ଶୁଆଇ ଦିଅନ୍ତି ଏବଂ କିଛି ଫିଟିକିରିକୁ ହାତ ମୁଠାରେ ରଖି ପୀଡ଼ିତ ବ୍ୟକ୍ତିର ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ଦିଅନ୍ତୁ । ଶେଷରେ ପାଦରେ ସ୍ପର୍ଶ କରାନ୍ତୁ । ଏହାପରେ ତାହାକୁ ନିଆଁରେ ପକାଇ ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିବ । ଯଦି ଛୋଟ ପିଲାଙ୍କୁ ନଜର ଲାଗିଥାଏ ତେବେ ରାତିରେ ତକିଆ ତଳେ ଦୁଇଟି ଫିଟିକିରି ମଙ୍ଗଳବାର କିମ୍ବା ରବିବାର ଦିନ ରଖି ଦିଅନ୍ତୁ । ନଜର ଦୋଷ ଦୂର ହେବା ସହିତ ଖରାପ ସ୍ୱପ୍ନ ମଧ୍ୟ ଆସିବ ନାହିଁ ।

୬ . ଯଦି ପିଲାର ପାଠପଢ଼ାରେ ଆଗ୍ରହ ନଥାଏ ତେବେ ପଢ଼ା ଘରେ ଗୋଟିଏ ଗୋଲାପୀ ଏବଂ ଗୋଟିଏ ଧଳା ଫିଟିକିରି ଏକ କାଚ ପାତ୍ରରେ ରଖନ୍ତୁ । ଏହାଦ୍ବାରା କିଛିଦିନ ପରେ ପିଲାର ପାଠପଢ଼ାରେ ଆଗ୍ରହ ଆସିବ । ଯଦି ଆପଣଙ୍କ ବ୍ୟବସାୟ ଉପରେ ନଜର ଲାଗିଥାଏ ତେବେ କୌଣସି ଶନିବାର ଦିନ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ବ୍ୟବସାୟ କିମ୍ବା ଦୋକାନ ସାମ୍ନାରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ଏବଂ ଉନ୍ନତି ହେବ ।

Leave a Reply

Your email address will not be published. Required fields are marked *