ଅଶ୍ୱତ୍ଥ ବୃକ୍ଷରେ କେବଳ ଥରେ କରନ୍ତୁ ଏହି ଉପାୟ , ଦେଖିବେ ଜୀବନସାରା ପୂର୍ଣ୍ଣ ହେବ ମନସ୍କାମନା

ଅଶ୍ୱତ୍ଥ ଏକ ଏପରି ଚମତ୍କାରୀ ଗଛ ଅଟେ ଯାହାକୁ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ତେବେ ତାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେଉ , ଆର୍ଥିକ ସମସ୍ୟା ହେଉ କିମ୍ବା କରଜ ସମସ୍ୟା ହେଉ । ସବୁ ପ୍ରକାର ସମସ୍ୟା ଅଶ୍ୱତ୍ଥ ବୃକ୍ଷକୁ ପୂଜା କରି ମୂଳରେ ଦୀପ ଜାଳିବା ଦ୍ୱାରା ଏବଂ ପରିକ୍ରମା କରିବା ଦ୍ୱାରା ପୂରଣ ହୋଇଯାଏ । ଏହି କେବଳ ଗୋଟିଏ ଗଛକୁ ପୂଜା କରିବା ଦ୍ୱାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ମିଳିଥାଏ । କହିବାକୁ ଗଲେ ଅଶ୍ୱତ୍ଥ ଗଛ ହେଉଛନ୍ତି ଭଗବାନ ବିଷ୍ଣୁ ଏବଂ ଏହାରି ମଧ୍ୟରେ ଆମ ପିତୃ ଜନଙ୍କ ପବିତ୍ର ଆତ୍ମା ରହିବା ସହିତ ୩୫ କୋଟି ଦେବଦେବୀ ମଧ୍ୟ ଅଛନ୍ତି । ତେଣୁ ଏହି ଗଛକୁ ପୂଜା କଲେ ସବୁ ଦେବଦେବୀ ଏବଂ ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆଜି ଆମେ ଏହି ଅଶ୍ୱତ୍ଥ ଗଛକୁ ନେଇ କରାଯାଉଥିବା କିଛି ଉପାୟ ବିଷୟରେ କହିବୁ

ଶନିବାର ଦିନ ସନ୍ଧ୍ୟା ଅର୍ଥାତ ସୂର୍ଯ୍ୟାସ୍ତ ପରେ କୌଣସି ଏକ ଅଶ୍ୱତ୍ଥ ବୃକ୍ଷ ତଳକୁ ଯାଆନ୍ତୁ । ଗଛ ଯେତେ ପୁରୁଣା ହେବ ସେତେ ଅଧିକ ଲାଭ ହେବ । ତେବେ ଅଶ୍ୱତ୍ଥ ବୃକ୍ଷ ତଳକୁ ଏକ ରୋଲି ଏବଂ ଏକ ନାଲି କପଡ଼ା ଟୁକୁଡ଼ା ନେଇ ଯାଆନ୍ତୁ । ଏହାସହିତ ଏକ ମୋୖଲି ସୂତା ଏବଂ ଘିଅ ଏବଂ ଅଟାରେ ତିଆରି ଦୀପ । ଏହି ସାଧରଣତଃ ମନସ୍କାମନା ପୂରଣ କରିବା ପାଇଁ ବ୍ୟବହୃତ ହୋଇଥାଏ । ରାତି ୮ ପରେ କେବେବି ଅଶ୍ୱତ୍ଥ ବୃକ୍ଷ ମୂଳକୁ ଯାଆନ୍ତୁ ନାହିଁ । ତେବେ ଠିକ ସମୟରେ ପହଞ୍ଚି ପ୍ରଥମେ ଅଶ୍ୱତ୍ଥ ବୃକ୍ଷକୁ ଏବଂ ସବୁ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ । ଏହାପରେ ଶ୍ରୀହରି ଏବଂ ପିତୃ ଜନଙ୍କୁ ପ୍ରଣାମ କରନ୍ତୁ । ଶେଷରେ ହନୁମାନଙ୍କୁ ଏବଂ ଶନିଦେବଙ୍କୁ ମଧ୍ୟ ପ୍ରଣାମ କରନ୍ତୁ ।

ତାପରେ ଅଟା ଦୀପ ଅଶ୍ୱତ୍ଥ ଗଛ ମୂଳରେ ଜଳାଇ ଶ୍ରୀହନୁମାନ ଚାଳିଶାର ପାଠ କରନ୍ତୁ । ଏହାପରେ ଅଶ୍ୱତ୍ଥ ଗଛର ଏକ ବଡ଼ ପତ୍ରରେ ( ଛିଡାଇବେ ନାହିଁ ) ରୋଲିରେ ପାଣି ମିଶାଇ ନିଜର ଅନାମିକା ଆଙ୍ଗୁଠିରେ ନିଜର ସବୁ ମନସ୍କାମନା ଲେଖନ୍ତୁ । ନିଜର ଯେକୌଣସି ସମସ୍ୟା ଆପଣ ଲେଖି ପାରିବେ । ଏହାପରେ ସେହି ପତ୍ରକୁ ମୋୖଲି ସୂତାରେ ସାତ ଥର ଗୁଡ଼ାଇ ବାନ୍ଧି ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେପରି ପତ୍ର ଠିକ ରହିବ । ଏହାପରେ ବଳକା ସୂତାକୁ ଆପଣ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଯଦି ଆପଣଙ୍କ ସୁଲଭ ପାଖରେ ଯଥେଷ୍ଟ ମୋୖଲି ସୂତା ଅଛି ତେବେ ହାତରେ ସାତ ଥର ଗୁଡ଼ାନ୍ତୁ ନଚେତ ଆପଣଙ୍କ ପାଖରେ ଯେତିକି ମୋୖଲି ସୂତା ଅଛି ସେତିକି ହାତରେ ବାନ୍ଧି ଦିଅନ୍ତୁ ।

ଏହାପରେ ସେଠାରେ ବସି ‘ ଓଁ ହ୍ରୀଂ ଫଟ ସ୍ୱାହା ‘ ମନ୍ତ୍ରର ଜପ କରନ୍ତି । ଏହି ମନ୍ତ୍ର ଅଶ୍ୱତ୍ଥ ବୃକ୍ଷର ଛାୟା ତଳେ ବସି ଜପ କରନ୍ତୁ । ଯାହାଦ୍ୱାରା ଏହା ଖୁବଶୀଘ୍ର ପ୍ରଭାବୀ ହେବ । ଜପ ପୁରା ହୋଇଯିବା ପରେ ଅଶ୍ୱତ୍ଥ ଗଛକୁ ପ୍ରଣାମ କରନ୍ତୁ । ସବୁ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ । ସେତେବେଳେ ମଧ୍ୟ ନିଜର ମନସ୍କାମନା କୁହନ୍ତୁ । ଅଶ୍ୱତ୍ଥ ଗଛ ତଳେ କୁହାଯାଇଥିବା ସମସ୍ୟା ବହୁତ ଜଲଦି ପୂରଣ ହୋଇଯାଏ । ଏହାପରେ ଅଶ୍ୱତ୍ଥ ଗଛ ମୂଳରୁ ଟିକିଏ ମାଟି ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାପରେ ସେହି ମାଟିକୁ ଘରକୁ ନେଇ ଆସନ୍ତୁ ଏବଂ ଧନ ରଖାଯାଉଥିବା ସ୍ଥାନରେ ରଖିଦିଅନ୍ତୁ । ଅଗଡ଼ବ୍ଯଦି ଅନେକ ଦିନ ହେବ ଆପଣଙ୍କର ଆର୍ଥିକ ସମସ୍ୟା ରହିଛି , କରଜରେ ବୁଡ଼ି ରହିଛନ୍ତି କିମ୍ବା ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ କେବଳ ଗୋଟିଏ ଶନିବାର ସନ୍ଧ୍ୟାରେ ଏହି ଉପାୟ କରି ପାରିବେ ।

Leave a Reply

Your email address will not be published. Required fields are marked *