ଶ୍ରାବଣ ମାସରେ ବେଲପତ୍ର ଉପରେ ଲେଖି ଦିଅନ୍ତୁ ଏହି ଦୁଇ ଶବ୍ଦ , ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ହିଁ ପୂରଣ ହେବ ମନସ୍କାମନା :-

ଶ୍ରାବଣ ମାସରେ ମହାଦେବଙ୍କ ପୂଜା ସ୍ୱତନ୍ତ୍ର ଭାବରେ କରାଯାଏ କାରଣ ଏହି ମାସରେ ମହାଦେବ ପୃଥିବୀକୁ ଭ୍ରମଣ ପାଇଁ ଆସନ୍ତି । ଏହି ମାସରେ ମହାଦେବଙ୍କୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ବ୍ରତ ଖୁବ ଫଳଦାୟୀ ହୋଇଥାଏ । ଏମିତିରେ ବି ଏହି ମାସ ମହାଦେବଙ୍କୁ ଏକ ଲୋଟା ଜଳ ଅର୍ପିତ କଲେ ମଧ୍ୟ ମହାଦେବ ପ୍ରସନ୍ନ ହୁଅନ୍ତି କିନ୍ତୁ ଭିନ୍ନ ଭିନ୍ନ ମନସ୍କାମନା ପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ରହିଛି । ମହାଦେବଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ । କିନ୍ତୁ ବେଲପତ୍ର ଅର୍ପିତ କରିବା ସମୟରେ ମଧ୍ୟ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ନଚେତ ପୂଜା ବ୍ୟର୍ଥ ହୋଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

ଭଗବାନ ଶିବଙ୍କୁ ବେଲପତ୍ର ଅର୍ପିତ କରିବା ସମୟରେ ମସୃଣ ଭାଗ ଥିବା ପାର୍ଶ୍ୱକୁ ଶିବଲିଙ୍ଗ ଉପରେ ଅର୍ପିତ କରନ୍ତୁ ଏବଂ ରୁକ୍ଷ ଭାଗକୁ ଉପରକୁ ରଖନ୍ତୁ । ବେଲପତ୍ର ଅର୍ପିତ କରି ସାରିବା ପରେ ଜଳ ଅର୍ପିତ କରନ୍ତୁ । ଆପଣ ଚାହିଁଲେ ଜଳରେ ବେଲପତ୍ର ମିଶାଇ ସାଥିରେ ଅର୍ପିତ କରି ପାରିବେ କିମ୍ବା ପ୍ରଥମେ ବେଲପତ୍ର ଅର୍ପିତ କରି ତାପରେ ଜଳ ଅର୍ପିତ କରି ପାରିବେ । ବେଲପତ୍ର ଅର୍ପିତ କରିବା ସମୟରେ ମଧ୍ୟମା ଆଙ୍ଗୁଠି ଏବଂ ତର୍ଜନୀର ବ୍ୟବହାର କରନ୍ତୁ । ସର୍ବଦା ତିନୋଟି ପତ୍ର ଥିବା ବେଲପତ୍ର ଅର୍ପିତ କରିବା ଉଚିତ । ତେଣୁ ଶ୍ରାବଣ ମାସରେ ବେଲପତ୍ର ଅର୍ପିତ କଲେ ସନ୍ତାନ ସୁଖର ପ୍ରାପ୍ତି ହୋଇଥାଏ , ବୈବାହିକ ଜୀବନ ସୁଖମୟ ହୋଇଥାଏ , ରୋଗ ଶୋକରୁ ମୁକ୍ତି ମିଳିଥାଏ , ଏହିପରି ଅନେକ ସମସ୍ୟାର ସମାଧାନ ହୋଇଯାଏ ।

ମହାଦେବଙ୍କୁ ବେଲପତ୍ର ଏବଂ ଜଳ ଅର୍ପିତ କରିବାର ଏକ କାରଣ ମଧ୍ୟ ରହିଛି । ବାସ୍ତବରେ ସମୁଦ୍ର ମନ୍ଥନ ସମୟରେ ଅନେକ ଜିନିଷ ବାହାରି ଥିଲା । ସେଥିରେ ବିଷ ମଧ୍ୟ ବାହାରି ସବୁଦିଗରେ ପ୍ରସାରିତ ହେବାକୁ ଲାଗିଲା । ଯାହାର ପ୍ରଭାବରୁ ସୃଷ୍ଟିକୁ ଉଦ୍ଧାର କରିବା ପାଇଁ ମହାଦେବ ସେହି ବିଷକୁ ପିଇଥିଲେ । ଯାହାକୁ ପିଇଥିବା କାରଣରୁ ତାଙ୍କ ଶରୀର ଉତ୍ତପ୍ତ ରହୁଥିଲା । ତେଣୁ ଜଣେ ବୈଦ୍ୟନାଥଙ୍କ ପରାମର୍ଶ କ୍ରମେ ଦେବତା ମାନେ ମହାଦେବଙ୍କୁ ବେଲପତ୍ର ଦେବା ସହିତ ଜଳରେ ସ୍ନାନ ମଧ୍ୟ କରାଇଲେ । ଏହି କାରଣରୁ ହିଁ ବେଲପତ୍ର ପରେ ଜଳ ଅର୍ପିତ କରିବାର ବିଧାନ ରହିଛି । ଏହାଦ୍ବାରା ଭଗବାନଙ୍କ କୃପା ମିଳିଥାଏ । ବେଲପତ୍ର ଅର୍ପିତ କରିବା ସମୟରେ ମହାଦେବଙ୍କ ମନ୍ତ୍ର ଜପ କରନ୍ତୁ ।

ଏମିତିରେ ବେଲପତ୍ରର ଅନେକ ମହତ୍ତ୍ୱ ରହିଛି । ମାତ୍ର ମହାଦେବ ଶିବଙ୍କ ଅନୁଯାୟୀ ବେଲପତ୍ର ତାଙ୍କ ଜଟ ସ୍ୱରୂପ ଯାହାର ତିନୋଟି ପତ୍ର ଯଥାକ୍ରମେ ରୁକ , ଶ୍ୟାମ ଏବଂ ଯଜୁର୍ବେଦ ଅଟେ । ଶିବଙ୍କ ଅନୁଯାୟୀ ମହାଲକ୍ଷ୍ମୀ ହିଁ ବେଲ ରୂପ ଧାରଣ କରିଛନ୍ତି । ଏହାର ମଧ୍ୟ କାରଣ ରହିଛି ଯାହାର ଉତ୍ତର ମହାଦେବ ପାର୍ବତୀଙ୍କୁ କହିଥିଲେ । ସତ୍ୟଯୁଗରେ ଜ୍ୟୋତି ରୂପରେ ମହାଦେବଙ୍କ ଅଂଶର ଏକ ରାମେଶ୍ୱର ଲିଙ୍ଗ ଥିଲା । ବ୍ରହ୍ମା ଏବଂ ଅନ୍ୟାନ୍ୟ ଦେବଦେବୀ ତାହାର ବିଧିବଦ୍ଧ ପୂଜା କରିଥିଲେ । ଯାହାର ପରିଣାମ ସ୍ୱରୂପ ବାକଦେବୀ ବିଷ୍ଣୁଙ୍କ ପ୍ରିୟା ହୋଇଗଲେ । ତେଣୁ ଏହି କାରଣରୁ ମହାଲକ୍ଷ୍ମୀ ମନ ଦୁଃଖରେ ଶ୍ରୀଶୈଳ ପର୍ବତ ଉପରକୁ ଯାଇ ଘୋର ତପ କରିବାକୁ ନିଷ୍ପତ୍ତି ନେଲେ । ତପସ୍ୟା କରିବା ସମୟରେ ହିଁ ସେ ମହାଦେବଙ୍କ ଲିଙ୍ଗ ଉପରେ ଏକ ଗଛ ଆକାର ଧାରଣ କରିଥିଲେ । ଯାହାକି ବେଲପତ୍ର ଅଟେ ।

କୋଟି କୋଟି ବର୍ଷର ତପସ୍ୟା ପରେ ମହାଦେବ ପ୍ରସନ୍ନ ହୋଇ ମହାଲକ୍ଷ୍ମୀଙ୍କୁ ବର ମାଗିବାକୁ କହିଲେ । ମହାଲକ୍ଷ୍ମୀଙ୍କ ବର ଏହା ଥିଲା ଯେ ବିଷ୍ଣୁଙ୍କ ମନରେ ବାକଦେବୀଙ୍କୁ ନେଇ ଯେଉଁ ପ୍ରେମ ରହିଛି ତାହା ଶେଷ ହୋଇଯାଉ । ଏହା ଶୁଣି ମହାଦେବ ଲକ୍ଷ୍ମୀଙ୍କୁ ବୁଝାଇ ଥିଲେ ଯେ ବିଷ୍ଣୁଙ୍କ ମନରେ ବାକଦେବୀଙ୍କୁ ନେଇ କୌଣସି ପ୍ରେମ ନାହିଁ ବରଂ ଶ୍ରଦ୍ଧା ଅଛି । ବିଷ୍ଣୁଙ୍କ ମନରେ କେବଳ ଲକ୍ଷ୍ମୀଙ୍କୁ ନେଇ ପ୍ରେମ ରହିଛି । ଏଥିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ପୁଣିଥରେ ବିଷ୍ଣୁଙ୍କ ସହିତ ରହିବାକୁ ଲାଗିଲେ । ତେଣୁ ହରିପ୍ରିୟା ସେହିଦିନ ଠାରୁ ବେଲପତ୍ର ଭାବରେ ମହାଦେବଙ୍କ ମୁଣ୍ଡରେ ଶୋଭା ପାଇ ଆସୁଛନ୍ତି । ବେଲପତ୍ରକୁ ଦେବତୁଲ୍ୟ ମଧ୍ୟ ମାନା ଯାଇଛି । ତେଣୁ ଯେଉଁ ବ୍ୟକ୍ତି ବେଲପତ୍ରରେ ମାହାଦେବଙ୍କ ନାମ ଚନ୍ଦନରେ ଅଙ୍କିତ କରି ଅର୍ପିତ କରିଥାଏ ସେହି ବ୍ୟକ୍ତିର ସବୁ ପାପ ଦୂରେଇ ଯାଏ । ଏହାବ୍ୟତୀତ ମହାଦେବଙ୍କ ବିଶେଷ କୃପା ବର୍ଷା ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *