ଶ୍ରାବଣ ମାସରେ ବିବାହିତା ମହିଳା ନିଜର କେଶ ଆଦୋୖ ଧୋଇବା ନୁହେଁ । ଜାଣି ନିଅନ୍ତୁ କାରଣ

ଶ୍ରାବଣ ମାସଟି ଖୁବ ସୁନ୍ଦର ଏବଂ ପବିତ୍ର ମାସ ହୋଇଥାଏ । ଏହି ମାସରେ ମହାଦେବଙ୍କୁ ଅରାଧାନ କରୁଥିବା ବ୍ୟକ୍ତିଙ୍କ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ସୋମବାର ବ୍ରତ କରିବା ଖୁବ ଉତ୍ତମ ଫଳ ଦେଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ମହିଳାଙ୍କୁ ଏପରି କେଶ ଧୋଇବା ଆଦୋୖ ଉଚିତ ନୁହେଁ । ନଚେତ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇପାରେ କିମ୍ବା ଉନ୍ନତିରେ ବାଧା ଆସିଥାଏ । ଏହାବ୍ୟତୀତ ସନ୍ତାନକୁ ମଧ୍ୟ କଷ୍ଟ ମିଳିଥାଏ ।

୧ . ଶାସ୍ତ୍ର ଅନୁଯାୟୀ ଅମାବାସ୍ୟା , ପୂର୍ଣ୍ଣିମା କିମ୍ବା ଏକାଦଶୀ ଦିନ ମହିଳା ମାନେ କେଶ ଧୋଇବା ଉଚିତ ନୁହେଁ । କାରଣ ଏହି ଦିନରେ ଚନ୍ଦ୍ର ଉଚ୍ଚ କିମ୍ବା ନିଚ୍ଚ ସ୍ଥାନରେ ରହନ୍ତି ଯାହା ମସ୍ତକ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଏହି ଦିନ ମାନଙ୍କରେ କେଶ ଧୋଇବା ଆଦୋୖ ଉଚିତ ନୁହେଁ । ଏହାବ୍ୟତୀତ ବ୍ରତ ରଖିବା ଦିନ କେଶ ଧୁଅନ୍ତୁ ନାହିଁ ବରଂ ତାହାର ଠିକ ପୂର୍ବ ଦିନ ଧୁଅନ୍ତୁ ।

ଯଦି ଆପଣ କୌଣସି ବାରରେ ସେହି ବାରର ବ୍ରତ ରଖୁଛନ୍ତ ତେବେ ସେଦିନ କେଶ ଧୁଅନ୍ତୁ ନାହିଁ । ଯଦି ଆପଣ ରବିବାର ଦିନ ରବିବାର ବ୍ରତ କରୁଛନ୍ତି ତେବେ କେଶ ଧୁଅନ୍ତୁ ନାହିଁ । କିନ୍ତୁ ଯଦି ଅତି ଜରୁରୀ ଥାଏ ତେବେ ମନ୍ଦାର ଫୁଲକୁ ହାତରେ ଦଳି କେଶରେ ଲଗାଇ ସାରିବା ପରେ କେଶକୁ ଧୋଇ ଦିଅନ୍ତୁ ।

ସୋମବାର ଦିନ ସୋମବାର ବ୍ରତ କରୁଥିଲେ ଏହି ଦିନ କେଶ ଧୁଅନ୍ତୁ ନାହିଁ । କିନ୍ତୁ ଯଦି ଅତି ଅନିର୍ବାର୍ଯ୍ୟ କାରଣ ଥାଏ ତେବେ ପଳାଶ ଫୁଲକୁ ହାତରେ ଦଳି କେଶରେ ଲଗାଇବା ପରେ ହିଁ କେଶ ଧୁଅନ୍ତୁ । ଏହାଦ୍ବାରା ଅଶୁଭ ଶୁଭରେ ପରିଣତ ହୋଇଯିବ ଏବଂ ଭଗବାନ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ ନାହିଁ ।

ମଙ୍ଗଳବାର ଦିନ ବିବାହିତା ମହିଳା ମାନେ କେଶ ଧୋଇବା ଆଦୋୖ ଉଚିତ ନୁହେଁ । କାରଣ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖାଯିବା ସହିତ ବୈବାହିକ ଜୀବନରେ ସମସ୍ୟା ଆସିଥାଏ ।
ତଥାପି ଯଦି ଅତି ଜରୁରୀ ହୁଏ ତେବେ ଅଁଳାର ରସ ବାହାର କରି କିମ୍ବା ପେଷ୍ଟ କରି କେଶରେ ଲଗାନ୍ତୁ ଏବଂ କେଶ ଧୋଇ ଦିଅନ୍ତୁ ।

ବୁଧବାର ଦିନ ବିବାହିତା ମହିଳା କେଶ ଧୋଇ ପାରିବେ । କିନ୍ତୁ ଯଦି କୌଣସି ମହିଳାଙ୍କର ସାନ ଭାଇ ଥାଏ ତେବେ ସେଦିନ କେଶ ଧୋଇବା ଉଚିତ ନୁହେଁ । କିନ୍ତୁ ଯଦି ଅତି ଜରୁରୀ ଥାଏ ତେବେ ବରୁଣ ଏବଂ ଗଣେଶଙ୍କୁ ପ୍ରାର୍ଥନା କରି ବଡ଼ ଭାଇ ବନାଇ ନିଅନ୍ତୁ । ଏହାବ୍ୟତୀତ ଆପଣ ତୁଳସୀ ପତ୍ରକୁ ହାତରେ ଦଳି ମୁଣ୍ଡରେ ଲଗାଇବା ପରେ କେଶ ଧୋଇ ପାରିବେ । ଏହାଦ୍ବାରା ସମସ୍ତ ପ୍ରକାରର ସମସ୍ୟା ଦୂରେଇ ଯିବ ।

ଗୁରୁବାର ଦିନ ପୁରୁଷ କିମ୍ବା ମହିଳା କେହିବି କେଶ ଧୋଇବା ଉଚିତ ନୁହେଁ । କାରଣ ଏହିଦିନ ଗୁରୁଗ୍ରହ କ୍ରୋଧିତ ହୁଅନ୍ତି ଏବଂ ମାତା ଲକ୍ଷ୍ମୀ ମଧ୍ୟ ରୁସ୍ଟ ହୁଅନ୍ତି । କିନ୍ତୁ ଯଦି ଅନିର୍ବାର୍ଯ୍ୟ କାରଣ ଥାଏ ତେବେ ହଳଦୀ ଏବଂ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ପ୍ରଥମେ ତାହାକୁ କେଶରେ ଲଗାନ୍ତୁ ଏବଂ ତାପରେ କେଶକୁ ଧୋଇ ଦିଅନ୍ତୁ । ଏହାଦ୍ବାରା ସମସ୍ୟା ସମସ୍ୟା ଟଳିଯିବ ।

ଶୁକ୍ରବାର ଦିନ ମହିଳା ମାନେ କେଶ ଧୋଇ ପାରିବେ । କିନ୍ତୁ ଯଦି କୌଣସି ବିବାହିତା ମହିଳାଙ୍କର ସନ୍ତାନ ଥାଏ କିମ୍ବା ସନ୍ତାନ ପ୍ରାପ୍ତିର କାମନା ଥାଏ ତେବେ ସେମାନେ ଶୁକ୍ରବାର ଦିନ କେଶ ଧୋଇବା ଉଚିତ ନୁହେଁ । କିନ୍ତୁ ଯଦି ଅନିର୍ବାର୍ଯ୍ୟ କାରଣ ଥାଏ ତେବେ କେଶରେ ପ୍ରଥମେ ଦହି ଲଗାଇ କେଶକୁ ଧୋଇ ଦିଅନ୍ତୁ । ଏହାଦ୍ବାରା ସମସ୍ତ ଦୋଷ ଦୂରେଇ ଯିବ ।

ଶନିବାର ଶନିଦେବଙ୍କ ଦିନ ଅଟେ । ଏହି ଦିନ କେଶ ଧୋଇଲେ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ଯଦି କୌଣସି ଅନିର୍ବାର୍ଯ୍ୟ କାରଣରୁ କେଶ ଧୁଅନ୍ତି ତେବେ କେଶରେ ପ୍ରଥମେ କ୍ଷୀର ଲଗାନ୍ତୁ । ତାପରେ ହିଁ କେଶକୁ ଧୁଅନ୍ତୁ ।

ଯେଉଁ ମହିଳା ସକାଳୁ ବିନା ସ୍ନାନରେ ମଥାରେ ସିନ୍ଦୁର ଭରିଥାଏ । ସେହି ମହିଳା ବିନା ସ୍ନାନରେ ମଧ୍ୟ ପୂଜାପାଠରେ ସାମିଲ ହୋଇପାରିବେ । କାରଣ ବାବହିତ ମହିଳାଙ୍କ ସିନ୍ଥିକୁ ଗଙ୍ଗା ସ୍ଥାନ କୁହାଯାଏ ଯାହା ଅତ୍ୟନ୍ତ ପବିତ୍ର ପବିତ୍ର ହୋଇଥାଏ । କିନ୍ତୁ ପୁରୁଷ ଲୋକଙ୍କୁ କୌଣସି ପୂଜାପାଠରେ ସାମିଲ ହେବାକୁ ହେଲେ ନିଶ୍ଚିତ ଭାବରେ ସ୍ନାନ କରିବା ଉଚିତ ।

Leave a Reply

Your email address will not be published. Required fields are marked *