ଶ୍ରାବଣ ମାସରେ ଏହି ଚାରୋଟି ଜିନିଷ କାହାକୁ ଦେଉଛନ୍ତି କି ତେବେ ହୋଇ ଯାଆନ୍ତୁ ସତର୍କ

ଶ୍ରାବଣ ମାସଟି ମହାଦେବଙ୍କ ପୂଜା ପାଇଁ ଉତ୍ତମ ଅଟେ । କାରଣ ଏହି ମାସରେ ମହାଦେବ ପୃଥିବୀ ପୃଷ୍ଠରେ ରହନ୍ତି । ତେଣୁ ଶିବାଳୟରେ ଭଗବାନ ଶିବଙ୍କୁ କେବଳ ଗୋଟିଏ ଲୋଟା ଜଳ ଏବଂ ବେଲପତ୍ର ଅର୍ପିତ କଲେ ଶିବ ସନ୍ତୁଷ୍ଟ ହୋଇ ଯାଆନ୍ତି ଏବଂ ପ୍ରସନ୍ନ ମଧ୍ୟ ହୁଅନ୍ତି । କିନ୍ତୁ ଆଜି ଆମେ କହିବୁ ଯେ କେଉଁ ଚାରୋଟି ଜିନିଷ ଯଦି ଆପଣ ଏହି ଶ୍ରାବଣ ମାସରେ କାହାକୁ ଦିଅନ୍ତି ତେବେ ଶିବ କ୍ରୋଧିତ ହୁଅନ୍ତି ଏବଂ କେବେବି ଆଶୀର୍ବାଦ କରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିନେବା ।

୧ . ଦହି ଏବଂ କ୍ଷୀର :-

ଦହି ଶୁକ୍ର ଗ୍ରହ ସହିତ ଜଡ଼ିତ ଅଟେ । ଏହାକୁ ଯଦି ଆପଣ କାହାକୁ ଦାନ କରନ୍ତି ତେବେ ଘରୁ ସୁଖ ସମୃଦ୍ଧି ଚାଲିଯାଏ ଏବଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି । ବିଶେଷ କରି ଯଦି ଆପଣ ଦହି କାହାକୁ ଦିଅନ୍ତି ତେବେ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏହି ଭୁଲ ଆପଣଙ୍କ ଦାରିଦ୍ର୍ୟତାର କାରଣ ମଧ୍ୟ ହୋଇପାରେ । ସେହିପରି କ୍ଷୀର ମଧ୍ୟ କୌଣସି ସମୟରେ ବି କାହାକୁ ଦାନ କରିବା ଉଚିତ ନୁହେଁ ।

୨ . ପିଆଜ :-

ସାଧରଣତଃ ଘରେ କୌଣସି ଛୋଟ ପିଲାକୁ ନଜର ଲାଗିଲେ ପିଆଜ କିମ୍ବା ରସୁଣ ଦ୍ୱାରା ନଜର ଦୋଷ ଦୂର କରାଯାଏ । ତେଣୁ ପିଆଜକୁ ଭୁଲରେବି କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ସମସ୍ୟା ଆସିଥାଏ ।

୩ . ଲୁଣ :-

ଲୁଣ ଆମ ଜୀବନରେ ଅନେକ ମହତ୍ତ୍ୱପୁର୍ଣ୍ଣ ଅଟେ । ଲୁଣକୁ ଭୁଲରେ ବି କାହାକୁ ଦେବା ଉଚିତ ନୁହେଁ । କିନ୍ତୁ ଯଦି ଅତି ଆବଶ୍ୟକ ପଡ଼େ ତେବେ ପଇସା ନେବା ପରେ ଦିଅନ୍ତୁ । ବିକ୍ରି କଲେ ତାହା କୌଣସି ଖରାପ ଫଳ ଦେଇ ନଥାଏ । ଏଥିପାଇଁ ଆପଣ ଏକ ଟଙ୍କା ବି ନେଇ ପାରିବେ । କିନ୍ତୁ ଲୁଣ ଦେବା ସମୟରେ ସିଧାସଳଖ ହାତରୁ ହାତକୁ ଦିଅନ୍ତୁ ନାହିଁ ।

୪ . ଟଙ୍କା :-

ଅମାବାସ୍ୟା ଦିନ ଯେତେ ଜରୁରୀ ହେଲେବି କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ । ନଚେତ ତାହା ଆଉ ଫେରି ଆସିବ ନାହିଁ । ଏହାବ୍ୟତୀତ ଆପଣ ନିଜର ବିବାହ କିମ୍ବା ନିର୍ବନ୍ଧର କୌଣସି ପୋଷାକ କିମ୍ବା ଜିନିଷ କାହାକୁବି ଦିଅନ୍ତୁ ନାହିଁ । ଏପରି କରିବା ଅଶୁଭ ହୋଇଥାଏ । ବିଶେଷ କରି ମଙ୍ଗଳବାର , ବୁଧବାର ଏବଂ ସନ୍ଧ୍ୟା ସମୟରେ କାହାକୁବି କରଜ ଦିଅନ୍ତୁ ନାହିଁ ।

୫ . ପାଉଁଜି :-

ବିବାହିତା ମହିଳା ମାନେ ଭୁଲରେବି ନିଜର ପାଦର ପାଉଁଜି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ ନୁହେଁ । କାରଣ ଏହା ବିନାଶକାରୀ ପ୍ରମାଣିତ ହୋଇପାରେ । ଏହାବ୍ୟତୀତ ଅନ୍ୟ କୌଣସି ମହିଳାଙ୍କ ସିନ୍ଦୁର ଫରୁଆ ସହିତ ମହିଳାଙ୍କୁ ସେୟାର କରିବା ଉଚିତ ନୁହେଁ । ଏହାଦ୍ବାରା ବୈବାହିକ ଜୀବନରେ ସମସ୍ୟା ଆସିଥାଏ ।

୬ . ପେନ ଏବଂ ଘଡ଼ି :-

କେବେବି ଆପଣ ନିଜର ବ୍ୟବହାର କରୁଥିବା ପେନକୁ ଦିଅନ୍ତୁ ନାହିଁ । ନଚେତ ଆର୍ଥିକ ସମସ୍ୟା ଦେଖା ଦେବ । ଏହାବ୍ୟତୀତ ଯଦି ଆପଣ ଘଡ଼ି ପିନ୍ଧୁଛନ୍ତି ନିଜର ହିଁ ପିନ୍ଧନ୍ତୁ । ଅନ୍ୟ କାହାରି ପିନ୍ଧିବା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇ ଥାଏ ।

୭ . ଅନେକ ଲୋକ ବିବାହ ଭଳି କାର୍ଯ୍ୟ ଟଙ୍କା ଅଭାବରୁ କରଜରେ କରିଥାନ୍ତି । କିନ୍ତୁ ଭୁଲରେବି ନିର୍ବନ୍ଧ ମୁଦି କରଜ ଟଙ୍କାରେ କିଣିବା ଉଚିତ ନୁହେଁ ।

୮ . ଅନ୍ୟ କାହାରି ସାବୁନ ବ୍ୟବହାର କରିବା ଦ୍ୱାରା ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ । ଏହାବ୍ୟତୀତ ଅନ୍ୟ କାହାରି ରୁମାଲ କିମ୍ବା ତଉଲିଆ ମଧ୍ୟ ବ୍ୟାବହାର କରିବା ଉଚିତ ନୁହେଁ । ରେଜର ମଧ୍ୟ ଅନ୍ୟ କାହାର ବ୍ୟବହାର କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ହାନୀ କରିଥାଏ । ଲିପ ବାମ କିମ୍ବା ଲିପଷ୍ଟିକକୁ ଯଦି ଆପଣ ସିଧାସଳଖ ଓଠରେ ଲଗାଉଛନ୍ତି ତେବେ ତାହାକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ।

୯ . ଶନିବାର ରୂପାର ଆଭୂଷଣ କାହାକୁବି ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣ କରଜରେ ବୁଡ଼ି ପାରନ୍ତି ।

Leave a Reply

Your email address will not be published. Required fields are marked *