ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଚଢ଼ାଉ ଥିବା ଲୋଟାରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଭଗବାନ ଶିବ କରିଦେବେ ମାଲାମାଲ :-

ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ ହେବାକୁ ଯାଉଛି । ଯେଉଁ ମାସରେ ମହାଦେବ ଶିବଙ୍କୁ ପ୍ରସନ୍ନ କରିବାକୁ ଅଧିକ କଷ୍ଟ କରିବାକୁ ପଡ଼ି ନଥାଏ ।ଏହି ମାସରେ ଭଗବାନଙ୍କୁ ଆରାଧନା କଲେ ମଧ୍ୟ ଅନେକ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଏହି ଶ୍ରାବଣ ମାସରେ ଏକ ଲୋଟା ଜଳରେ କେଉଁ ଜିନିଷ ମିଶାଇ ଅର୍ପିତ କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଶିବଲିଙ୍ଗରେ ଭୁଲରେ ବି ହଳଦୀ ଅର୍ପିତ କରିବା ଉଚିତ ନୁହେଁ । କାରଣ ହଳଦୀ ସ୍ତ୍ରୀ କାରକ ହୋଇଥାଏ । ସେହିପରି ଶିବଲିଙ୍ଗରେ ତୁଳସୀ ଅର୍ପିତ କଲେ ମହାଦେବ କ୍ରୋଧିତ ହୁଅନ୍ତି ।

କିନ୍ତୁ ଶିବଲିଙ୍ଗରେ ଚାଉଳ ନିଶ୍ଚୟ ଅର୍ପିତ କରବା ଉଚିତ । ଆପଣ ଚାହିଁଲେ ଭାତ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ । ଏହାବ୍ୟତୀତ ପାନ ପତ୍ର ପୂଜା ଦେଶରେ ଅର୍ପିତ କରି ପାରିବେ । ଯାହାଦ୍ୱାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ମାହାଦେବଙ୍କୁ ସିନ୍ଦୁର ମଧ୍ୟ ଅର୍ପିତ କରିବା ଉଚିତ ନୁହେଁ କାରଣ ଏହା ମଧ୍ୟ ସ୍ତ୍ରୀ କାରକ ଅଟେ । ଏହାକୁ ଆପଣ ମାତା ପାର୍ବତୀଙ୍କୁ ଅର୍ପିତ କରି ପାରିବେ । ଭଗବାନ ଶିବଙ୍କୁ ଯଦି ଆପଣ ଗୋଲାପ ଫୁଲ ଅର୍ପଣ କରନ୍ତି ତେବେ ସେ ଖୁବଶୀଘ୍ର ପ୍ରସନ୍ନ ହୋଇଯିବେ । ଆଉ ଯଦି ଆପଣ ପଦ୍ମ ଫୁଲ ଅର୍ପିତ କରାନ୍ତ ତେବେ ଆଉ କୌଣସି ପୂଜା ବିଧିର ଆବଶ୍ୟକତା ନାହିଁ । କିନ୍ତୁ ଯଦି ଆପଣଙ୍କ ପାଖରେ ପଦ୍ମ ଫୁଲ ନାହିଁ ତେବେ ହାତ ଯୋଡ଼ି ପଦ୍ମ ଫୁଲକୁ ଅନୁଭବ କରି ଅର୍ପଣ କରନ୍ତୁ ।

ଦେଖିବେ ଏହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ । ଏସବୁ ବ୍ୟତୀତ ନାଲି ମନ୍ଦାର ଏବଂ ହଳଦିଆ କନିଅର ଫୁଲ ଶିବଙ୍କୁ ଅର୍ପିତ କଲେ ଯିବାର ତମାମ ସମସ୍ୟା ଦୂରେଇ ଯିବ ଏବଂ ଶତ୍ରୁ ଆପଣଙ୍କର କୌଣସି କ୍ଷତି କରି ପାରିବ ନାହିଁ । ଭୁଲରେବି ଶିବଲିଙ୍ଗରେ ଶଙ୍ଖ ଯୋଗେ ପାଣି ଚଢ଼ାନ୍ତୁ ନାହିଁ ନଚେତ ମହାଦେବ କ୍ରୋଧିତ ହେବେ । ଏହାବ୍ୟତୀତ ଶଙ୍ଖ ମହାଦେବଙ୍କ ପୂଜା ସମୟରେ ବଜାଇବା ମଧ୍ୟ ଉଚିତ ନୁହେଁ । ମନେ ରଖନ୍ତୁ ସର୍ବଦା ମହାଦେବଙ୍କ ଅଧା ପରିକ୍ରମା କରିବା ଉଚିତ । ଗଙ୍ଗଶିଉଳି ଫୁଲ ମଧ୍ୟ ଆପଣ ଅର୍ପିତ କରି ପାରିବେ । ଏହି ଫୁଲକୁ ପାଣିରେ ମିଶାଇ ମହାଦେବନ୍କୟ ଅଭିଷେକ କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ ।

ମହାଦେବଙ୍କୁ ଯଦି ଆପଣ ଅଁଳା ଅର୍ପିତ କରନ୍ତି ତେବେ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ହେବ ନାହିଁ । ମହାଦେବଙ୍କୁ ଧୁତୁରା ଫୁଲ ଅର୍ପଣ କଲେ ସନ୍ତାନ ମାନଙ୍କର କୌଣସି ସମସ୍ୟା ହୁଏନାହିଁ ଏବଂ ଏସବୁ ସହିତ ଯଦି ଆପଣ ମୌଲି ସୂତା ଅର୍ପିତ କରନ୍ତି ତେବେ ଜୀବନରେ ସୁଖ ବୃଦ୍ଧି ହେବ । ଯଦି ଆପଣ ନିଜର ମନସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି ତେବେ ନନ୍ଦୀ କାନରେ ନିଜର ମନସ୍କାମନା ନିଶ୍ଚୟ କୁହନ୍ତୁ । ଏହାଦ୍ବାରା ନନ୍ଦୀ ଆପଣଙ୍କ ମନସ୍କାମନାକୁ ଯଥାଶୀଘ୍ର ଶିବଙ୍କ ପାଖରେ ପହଞ୍ଚାଇ ଦିଅନ୍ତି । ପୂଜା ଶେଷରେ ପାନ ପତ୍ର ଅର୍ପିତ କରିବା ସମୟରେ ଦୁଇଟି ଲବଙ୍ଗ , ଗୋଟିଏ ଇଲାଇଚି , ମିଠା ବସ୍ତୁ , ମୋୖଲି ସୂତା ରଖନ୍ତୁ ଏବଂ ଗୋଟିଏ ମୁଦ୍ରା ରଖନ୍ତୁ । ମନେ ରଖନ୍ତୁ ଏହି ପୂଜା ସମୟରେ ବିନା ଦକ୍ଷିଣାରେ ମହାଦେବଙ୍କ ପୂଜା ସମ୍ପୂର୍ଣ୍ଣ ହୋଇପାରେ ନାହିଁ ।

ମହାଦେବଙ୍କ ପୂଜା ସମୟରେ ଦୀପ ଜଳାଇବା ନିହାତି ଆବଶ୍ୟକ । ଭୋଗ ଆକାରରେ ଆପଣ କଦଳୀ , ସେଓ ଏବଂ ଅନ୍ୟାନ୍ୟ ଫଳ ଯୁଗ୍ମ ସଂଖ୍ୟକ ହିଁ ଅର୍ପିତ କରନ୍ତୁ । କେବଳ ନଡ଼ିଆ ପାଣି ହିଁ ମହାଦେବଙ୍କୁ ଅର୍ପିତ କରିବା ଉଚିତ ନୁହେଁ । ସେହି ଭୋଗକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ ତେବେ ଅନ୍ୟ କେହି ବ୍ୟବହାର କରିଥିବା ବେଲ ପତ୍ରକୁ ଆଣି ତାହାକୁ ଭଲଭାବରେ ଧୋଇ ଶିବଲିଙ୍ଗ ଉପରେ ଓଲଟା କରି ଦିଅନ୍ତୁ ।

ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ବାଇଗଣ ଖାଇବା ବର୍ଜିତ ମାନା ଯାଇଛି କାରଣ ଏହା ଦୂଷିତ ହୋଇଥାଏ । କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ଜୈନ ଧର୍ମରେ ମଧ୍ୟ ଲୋକେ ବାଇଗଣ ଖାଆନ୍ତି ନାହିଁ । ଶ୍ରାବଣ ମାସରେ କ୍ଷୀରର ସେବନ ମଧ୍ୟ କମ କରିବା ଉଚିତ । ଏସବୁ ବ୍ୟତୀତ ଶାଗ , ରସୁଣ ଏବଂ ପିଆଜ ମଧ୍ୟ ଖାଇବା ଉଚିତ ନୁହେଁ । କିନ୍ତୁ ଭୁଲରେବି ଏହି ଶ୍ରାବଣ ମାସରେ ମାଂସ ଖାଇବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *