ଜୁଲାଇ ୧୩ ମହା ଗୁରୁ ପୂର୍ଣ୍ଣିମା ଦିନ ତୁଳସୀରେ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ଦୂର ହୋଇଯିବ ଦାରିଦ୍ର୍ୟତା :-

ଜୁଲାଇ ୧୩ ଗୁରୁ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । ଯେଉଁଦିନ ଗୁରୁ ମାନଙ୍କୁ ସମ୍ମାନ ଦେବା ଅର୍ଥରେ ପାଳନ କରାଯାଇଥାଏ । ଆମ ହିନ୍ଦୁ ଧର୍ମ ଅନୁସାରେ ସମାଜରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ । ଏମିତିକି ପ୍ରଥମ ଗୁରୁ ପିତା ମାତା ହେଲେ ଦ୍ଵିତୀୟ ଗୁରୁ ଶିକ୍ଷକ ହୋଇଥାନ୍ତି । ଯେଉଁମାନେ କି ନିଜ ଶିଷ୍ୟର ମାର୍ଗଦର୍ଶନ କରିଥାନ୍ତି । ମହର୍ଷି ବେଦବ୍ୟାସଙ୍କୁ ପ୍ରଥମ ଗୁରୁର ଆଖ୍ୟା ଦିଆଯାଇଛି ଜେଏକି ବେଦ ରଚନା କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧୩ ରେ ମହା ଗୁରୁ ପୂର୍ଣ୍ଣିମା ପଡ଼ୁଛି । ତେଣୁ ବେଦବ୍ୟାସଙ୍କ ଜନ୍ମ ଦିନରେ ହିଁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଥାଏ । ତେଣୁ ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଏହି ଶୁଭତିଥିରେ ଗୁରୁପୂଜନ ଦ୍ୱାରା ଅନେକ ଲାଭ ହୋଇଥାଏ । ଯେଉଁ ଜାତକରେ ଗୁରୁ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଥାଏ ତାହା ମଧ୍ୟ ଦୂର ହୋଇଯାଏ । ଏହାସହିତ ପିତୃ ଦୋଷ ମଧ୍ୟ ଶେଷ ହୋଇଯାଏ । ଗୁରୁ ପୂଜନ ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।ଏହାଦ୍ବାରା ଚାକିରୀ ଏବଂ କ୍ୟାରିଅରରେ ଉନ୍ନତି ହୋଇଥାଏ ।ତେଣୁ ଏହି ଦିନ ଗୁରୁ ଗ୍ରହର କୃପା ଲାଭ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରନ୍ତୁ । ଚଳିତ ବର୍ଷ ଗୁରୁ ପୂଜାର ନିୟମ ଅନୁଯାୟୀ ସୂର୍ଯ୍ୟ ଉଦୟ ପରେ ହିଁ ଗୁରୁ ପୂଜନ କରନ୍ତୁ । ଆଜିକାର ଏହି ଲେଖାରେ ଆମେ ତୁଳସୀରେ କେଉଁ ଗୋଟିଏ ଜିନିଷ ଚଢାଇବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ବର୍ଷା ହେବ ଏବଂ ଘରକୁ ଧନ ସମ୍ପତ୍ତିର ଆଗମନ ହେବ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଏହିଦିନ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ଯଦି ନଦୀ ସ୍ନାନ ସମ୍ଭବ ନୁହେଁ ତେବେ ଗଙ୍ଗା ଜଳ ମିଶା ପାଣିରେ ସ୍ନାନ କରନ୍ତୁ ଏବଂ ଏହାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ମନ୍ତ୍ର ଜପ କରନ୍ତୁ । ଏହାପରେ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଆପଣ କୌଣସି ରଙ୍ଗର ବସ୍ତ୍ର ବି ଧାରଣ କରି ପାରିବେ । ମାତ୍ର କଳା ଏବଂ ଅନ୍ୟାନ୍ୟ ଅଶୁଭ ରଙ୍ଗକୁ ଛାଡ଼ି କୌଣସି ବି ରଙ୍ଗର ପୋଷାକ ପାରିବେ । ଏହାପରେ ଘରର ଐଶାନ୍ୟ କୋଣରେ ଏକ ଚୌକି ରଖି ନାଲି କପଡ଼ା ବିଛାଇ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସଜାଇ ରଖନ୍ତୁ ।

ତୁଳସୀ ଅର୍ପଣ କରନ୍ତୁ । ଏହାପରେ ଉପାୟ କରିବା ପାଇଁ ଏକ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ଗଙ୍ଗା ଜଳ ମିଶାନ୍ତୁ । ସେଥିରେ ଅଳ୍ପ ଚିନି ଏବଂ ତିଳ ମିଶାନ୍ତୁ । ସେହି ପାଣିକୁ ତୁଳସୀରେ ଅର୍ପିତ କରି ଦିଅନ୍ତୁ । ଶାସ୍ତ୍ର ଅନୁଯାୟୀ ଏପରି କୁହାଯାଇଛି ଯେ ତୁଳସୀ ପୂଜନ ଦ୍ୱାରା ଭଗବାନ ବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ତୁଳସୀ ବିଷ୍ଣୁଙ୍କର ବେଶ ପ୍ରିୟ ତେଣୁ ତାଙ୍କୁ ହରପ୍ରିୟା ମଧ୍ୟ କୁହାଯାଏ । ଏହି ତୁଳସୀ ପୂଜନ ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ ।

ଏହି ତୁଳସୀ ପୂଜନ ସମୟରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ । ଏପରି କୁହାଯାଏ ଯେ ଅହି ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ କଳା ତିଳ ଅର୍ପଣ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ଏବଂ ଧଳା ତିଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଏହିଦିନ ତିଳ ଏବଂ ଚିନି ଅର୍ପଣ କରିବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଥାଏ । ଏହିଦିନ ହଳଦିଆ ଶସ୍ୟ ଏବଂ ମିଠା ଦାନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନ ସମ୍ପତ୍ତିର କେବେ ଅଭାବ ହୁଏନାହିଁ ।

ଏହିଦିନ ତୁଳସୀ ପୂଜନ ସମୟରେ ତୁଳସୀର ପରିକ୍ରମା ମଧ୍ୟ କରିବା ଉଚିତ ଏବଂ ଏହି ପରିକ୍ରମା ସମୟରେ ହିଁ ନିଜର ସମସ୍ତ ମନସ୍କାମନା ପ୍ରାର୍ଥନା ମାଧ୍ୟମରେ କୁହନ୍ତୁ । ଏହି ଉପାୟ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କରନ୍ତୁ ।

Leave a Reply

Your email address will not be published. Required fields are marked *