ମହା ଗୁରୁ ପୂର୍ଣ୍ଣିମାରେ ହେଉଛି ଶୁଭ ସଂଯୋଗ । ଏହି ସ୍ଥାନରେ ଫିଙ୍ଗି ଦିଅନ୍ତୁ ଗୋଟିଏ ଲବଙ୍ଗ । ହୋଇଯିବ ସବୁ ସମସ୍ୟାର ସମାଧାନ :-

ଭାରତର ଜଣେ ମହାନ ଏବଂ ବିଦ୍ୱାନ ଗୁରୁ ହେଉଛନ୍ତି ମହର୍ଷି ବେଦବ୍ୟାସ ଯିଏକି ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରେ ଜନ୍ମ ହୋଇଥିଲା । ତେବେ ସେ ଚାରି ବେଦ ଏବଂ ଉପନିଷଦର ରଚୟିତା ଅଟନ୍ତି । ଏହାବ୍ୟତୀତ ମହାଭାରତ , ଅଠର ପୁରାଣ ମଧ୍ୟ ରଚନା କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଥାଏ । ଏହିଦିନ ଗୁରୁ ପୂଜନ କରାଯାଇଥାଏ । ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ଭାବରେ ମଧ୍ୟ ମାନା ଯାଇଥାଏ । ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମା ଜୁଲାଇ ୧୪ ବୁଧବାର ରେ ପଡ଼ୁଛି । ନିୟମ ଅନୁଯାୟୀ ଏହିଦିନ ବ୍ୟକ୍ତିଙ୍କୁ ହଳଦିଆ ବସ୍ତ୍ର ଧାରଣ କରି ଚାଉଳ ଏବଂ ଗହମ ଦାନ କରିବା ଉଚିତ । ଏହାବ୍ୟତୀତ ଅଶ୍ୱତ୍ଥ ବୃକ୍ଷର ପୂଜା କରିବା ଦ୍ୱାରା ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁ ମାତା ପିତା ହୋଇଥାନ୍ତି । ତେଣୁ ଏହିଦିନ ମାତା ପିତାଙ୍କୁ ପୂଜା କରି ତାଙ୍କ ପରିକ୍ରମା କରିବା ଉଚିତ । ଯାହାଦ୍ୱାରା ଜୀବନରେ ଖୁସି ଲାଭ ହୋଇଥାଏ ।

ଏହିଦିନ ବେଦବ୍ୟାସଙ୍କୁ ପୂଜା କରିବା ପରେ ହିଁ ଗୁରୁ ପୂଜା ପୁର୍ଣ୍ଣ ହୋଇଥାଏ । ତେଣୁ ଏଥିପାଇଁ ଗୀତା କିମ୍ବା କୌଣସି ପୁରାଣ ପାଠ କରି ପାରିବେ । ଏହିଦିନ ଗୁରୁଙ୍କ ଚରଣ ଧୋଇ ହଳଦିଆ ଫୁଲ ଅର୍ପିତ କରିବା ଉଚିତ । ଏହାପରେ ଗୁରୁଙ୍କୁ ବସ୍ତ୍ର ଦେବା ଉଚିତ । ଏହାବ୍ୟତୀତ ଏହିଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କଲେ ଜୀବନରେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ଅନେକ ଭଲ ସଂଯୋଗ ହେଉଛି । ତେଣୁ ଏହିଦିନ କିଛି ଏପରି ଉପାୟ କଲେ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ତେବେ ଚାଲନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଏହି ଉପାୟକୁ ରାତି ସମୟରେ କରନ୍ତୁ । ରାତି ସମୟରେ ସ୍ନାନ କରି କିମ୍ୱା ହାତ ମୁଁହ ଧୋଇ ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଗୋଟା ଲବଙ୍ଗ ନେଇ ଘରର ମନ୍ଦିର ଆଗରେ ଆସନରେ ବସନ୍ତୁ । ଏକ ଫୁଲ ପାଖୁଡ଼ା ରଖିଥିବା ଥାଳିରେ ଘିଅ ଦୀପ ଜଳାନ୍ତୁ । ତାପରେ ଧୂପ ଜଳାଇ ପ୍ରଣାମ କରି ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ଚରଣରେ ସେହି ଲବଙ୍ଗକୁ ରଖି ଦିଅନ୍ତୁ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ହଳଦିଆ ସିନ୍ଦୁରରେ ତିଳକ କରନ୍ତୁ । ଓଁ ନମଃ ଭଗବତେ ବସୁଦେବାୟ ମନ୍ତ୍ରକୁ ଏକ ତୁଳସୀ ମାଳର ଗୋଟିଏ ଆବର୍ତ୍ତନ ପର୍ଯ୍ୟନ୍ତ ଜପ କରନ୍ତୁ । ଆପଣ ଚାହିଁଲେ ଅନ୍ୟ ମାଳା ଦ୍ୱାରା ମଧ୍ୟ ଜପ କରି ପାରିବେ ।

ବର୍ତ୍ତମାନ ସେହି ଲବଙ୍ଗକୁ ନେଇ ଦୁଇ ହାତ ମଝିରେ ରଖି ଭଗବାନଙ୍କୁ ନିଜର ସବୁ ମନସ୍କାମନା ଏବଂ ପୂର୍ତ୍ତି କୁହନ୍ତୁ । ଏହାପରେ ସେହି ଲବଙ୍ଗକୁ ଡାହାଣ ହାତରେ ରଖି ଘର ବାହାରେ କୌଣସି ଏକ ନିଛାଟିଆ ସ୍ଥାନକୁ ଯାଆନ୍ତୁ । ଆପଣ ଚାହିଁଲେ ଛାତକୁ ମଧ୍ୟ ଯାଇ ପାରିବେ । ମନରେ ବିଷ୍ଣୁଙ୍କ ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ଜପ କରି ଦକ୍ଷିଣ ଦିଗକୁ ମୁଁହ କରି ଛିଡ଼ା ମୁଣ୍ଡରେ ସାତ ଥର ସ୍ପର୍ଶ କରନ୍ତୁ । ତାପରେ ଲବଙ୍ଗକୁ ପଛକୁ ଫିଙ୍ଗି ଦିଅନ୍ତୁ । ଏହାପରେ ବିନା ପଛକୁ ବୁଲି ଘରକୁ ଚାଲି ଆସନ୍ତୁ । ମନେ ରଖନ୍ତୁ ଏହି ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହିବି ନଦେଖନ୍ତି କିମ୍ବା କେହି କିଛି ନପଚାରନ୍ତି ।

ଆଗାମୀ ଦିନ ଯାଇ ସେହି ଲବଙ୍ଗକୁ ଉଠାଇ କୌଣସି ଏକ କାଗଜରେ ରଖନ୍ତୁ ଏବଂ ପରେ ତାହାକୁ ମାଟିରେ ପୋତି ଦିଅନ୍ତୁ । ଏହି ଉପାୟ କରି ସାରିବା ପରେ ଘରକୁ ଆସି ହାତ ଧୁଅନ୍ତୁ ଏବଂ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉପରୁ ସବୁ ପ୍ରକାରର ଦୋଷ ଏବଂ ସମସ୍ୟା ଟଳିଯିବ ଏବଂ ଜୀବନରେ ଦାରିଦ୍ର୍ୟତା ଦୂରେଇ ଯିବା ସହିତ ଧନ ମଧ୍ୟ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *