ଜୁଲାଇ ୧୩ ଆଷାଢ଼ ପୂର୍ଣ୍ଣିମା ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଦବାଇ ଦିଅନ୍ତୁ ଏହି ଜିନିଷ , ଆସିବ ଅମାପ ଧନ

ଆମ ହିନ୍ଦୁ ଧର୍ମରେ ଆଷାଢ଼ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି ଯାହାକି ଜୁଲାଇ ୧୩ ରୁ ଆରମ୍ଭ ହେବ । ଏହିଦିନ ଲକ୍ଷ୍ମୀନାରାୟଣ ଯୋଗ ହେଉଛି । ଏହିଦିନ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ । ଏହିଦିନ ଦାନ ପୁଣ୍ୟ ଖୁବ ଭଲ ଫଳ ଦେଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଝାଡୁକୁ ବ୍ୟବହାର କରି କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହା ଖୁବ ଭଲ ଫଳ ଦେବ । ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଝାଡୁର ବିଶେଷ ମହତ୍ତ୍ୱ ଅଛି । ଏହା ଆମ ଜୀବନରେ ସ୍ୱଚ୍ଛତା ଆଣିଥାଏ । ରୋଗ ଦୂର କରୁଥିବା ମାତା ଶୀତଳତା ମଧ୍ୟ ନିଜ ହାତରେ ଝାଡ଼ୁ ଧରିଥାନ୍ତି ।

୧ . ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ମାରିବା ଉଚିତ ନୁହେଁ । ଏମିତିକି ପୋଛା ମାରିବା ମଧ୍ୟ ଉଚିତ ନୁହେଁ । ଯଦି ଅଧିକ ଆବଶ୍ୟକ ପଡ଼େ ତେବେ ତେବେ ଝାଡୁ ମାରି ଅଳିଆ ବାହାରେ ପକାନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ମଧ୍ୟ ଘର ବାହାରକୁ ଚାଲିଯାଆନ୍ତି ।

୨ . ଝାଡୁକୁ ସର୍ବଦା ଗୋଟିଏ ସ୍ଥାନରେ ରଖିବା ଉଚିତ । କାରଣ ଯଦି ଆପଣ ଏହାକୁ ଏଣେତେଣେ ରଖନ୍ତି ତେବେ ଆର୍ଥିକ ସମସ୍ୟା ସହ୍ୟ କରିବାକୁ ପଡ଼ିପାରେ ।

୩ . ଯଦି ଆପଣ ସ୍ୱପ୍ନରେ ଝାଡୁ ଦେଖନ୍ତି ତେବେ ଏହା ଆର୍ଥିକ ସଙ୍କେତ ଦିଗରେ ଇଙ୍ଗିତ କରିଥାଏ । ତେବେ ଏପରି ହେଲେ ଏହି କଥାକୁ କୌଣସି ଗାଈକୁ କିମ୍ବା କୌଣସି ଗଛକୁ ଶୁଣାଇ କ୍ଷମା ମାଗି ନିଅନ୍ତୁ । ଦେଖିବେ ଏହି ସମସ୍ୟା ଦୂରେଇ ଯିବ ।

୪ . ଅଧିକ ଦିନ ପୁରୁଣା ଝାଡୁ ହୋଇଗଲେ ତାହାକୁ ଆଉ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ ନକରାତ୍ମକତା ଅଧିକ ହୋଇ ଯାଇଥାଏ । ଯାହାଦ୍ୱାରା ଝାଡୁ ମାରିବା ସମୟରେ ଯଦି ତାହା ଛିଡ଼ି ତଳେ ପଡ଼େ ତେବେ ଆର୍ଥିକ କ୍ଷତି ହୋଇଥାଏ । ତେଣୁ ଏମିତିରେ ଯଦି ଆପଣ ନୂଆ ଝାଡୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ହିଁ ବ୍ୟବହାର କରିବା ଆରମ୍ଭ କରନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ।

୫ . ଝାଡୁକୁ ସର୍ବଦା ସମସ୍ତଙ୍କ ନଜର ଠାରୁ ହଟାଇ ଲୁଚାଇ ରଖନ୍ତୁ ଯେଉଁଭଳି ଭାବରେ ଟଙ୍କା ଗହଣା ଲୁଚାଇ ରଖନ୍ତି । ଏହାବ୍ୟତୀତ ଝାଡୁକୁ ଖୋଲା ଆକାଶ ତଳେ ମଧ୍ୟ ରଖିବା ଉଚିତ ନୁହେଁ । ଏହାଦ୍ବାରା ଜୀବନରେ କଷ୍ଟ ବଢ଼ିଥାଏ । ଝାଡୁ ରଖିବାର ଉତ୍ତମ ଦିଗ ହେଉଛି ଉତ୍ତର ଏବଂ ପଶ୍ଚିମ ଦିଗ ।

୬ . ରୋଷେଇ ଘରେ ଝାଡୁ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଅଇଁଠାକୁ ଝାଡୁରେ ସଫା କରିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏପରି କ୍ଷେତ୍ରରେ ପ୍ରଥମେ ଅଇଁଠାକୁ କୌଣସି କପଡ଼ାରେ ଉଠାଇ ନିଅନ୍ତୁ ଏବଂ ତାପରେ ପାଣି ପକାଇ ଝାଡୁ ଲଗାନ୍ତୁ ।

୭ .ଝାଡୁରେ କେବେ ଗୋଡ଼ ବଜାଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହାସହିତ ଝାଡୁକୁ କେବେ ଛିଡ଼ା କରି ରଖିବା ଉଚିତ ନୁହେଁ ।

୮ . ଆପରିଷ୍କାର ଝାଡୁ ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ପରିବାରରେ କ୍ଳେଶ ଦେଖା ଦେଇଥାଏ । ଝାଡୁକୁ ସବୁବେଳେ ସଫାସୁତୁରା ରଖନ୍ତୁ । ଭୁଲରେବି ପଶୁ କିମ୍ବା ମଣିଷ କାହାକୁବି ଝାଡୁ ଯୋଗେ ମାରନ୍ତୁ ନାହିଁ ।

ଯଦି ଆପଣ କୌଣସି ନୂଆ ଘରକୁ ପ୍ରବେଶ କରୁଛନ୍ତି ତେବେ ନୂଆ ଝାଡୁ ସହିତ ହିଁ ପ୍ରବେଶ କରିବା ଉଚିତ । ଯଦି ଆପଣ ଭାବୁଛନ୍ତି ଯେ ଘରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ମନ୍ଦିରରେ ଗୁପ୍ତ ଭାବରେ ଝାଡୁ ଦାନ କରି ପାରିବେ ।

ରାତିରେ ମୁଖ୍ୟଦ୍ୱାର ଦିଗରେ ମୁହଁ କରି ଝାଡୁକୁ ଛିଡ଼ା କର ରଖନ୍ତୁ ଯେପରିକି କୌଣସି ନକରାତ୍ମକ ଶକ୍ତି ଆସିଲେ ତାହାକୁ ଝାଡୁ ଦୂରେଇ ଦେବ । କେବଳ ରାତିରେ ହିଁ ଏହି ଉପାୟ କରନ୍ତୁ । ଝାଡୁ ତଳେ ଦୁଇ ଚାରି ଦାନ ଜିରା ରଖନ୍ତୁ । ସକାଳ ସମୟରେ ସେହି ଜିରାକୁ ଝାଡୁ କରି ବାହାରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଜୀବନରେ ସମସ୍ୟା ଦୂର ହୋଇଯାଏ ।

କଣ୍ଟା ଯୁକ୍ତ ଝାଡୁର ବ୍ୟବହାର କରିବା ଉଚିତ ନୁହେଁ । ଏହାବ୍ୟତୀତ ଯଦି ଆପଣ ଝାଡୁ ଦାନ କରୁଛନ୍ତି ତେବେ ଆଯୁଗ୍ମ ସଂଖ୍ୟକ ଝାଡୁ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *