କରନ୍ତୁ ଶିବ ମହାପୁରାଣର ଏହି ଉପାୟ , ହେବ ଧନ ପ୍ରାପ୍ତି ଏବଂ ବଦଳିବ ଭାଗ୍ୟ :-

ଶିବ ମହାପୁରାଣରେ ବର୍ଣ୍ଣିତ କିଛି ଉପାୟ ଯାହା ମନୁଷ୍ୟର ଭାଗ୍ୟ ବଦଳାଇ ଦେଇଥାଏ । ଏହାଦ୍ବାରା ମୁଖ୍ୟତଃ ସନ୍ତାନ , ବିବାହ , ଚାକିରୀ , ଅର୍ଥ , ବ୍ୟବସାୟ , ଧନ ସମ୍ପତ୍ତି ପ୍ରାପ୍ତି ଆଦି ସମସ୍ୟା ଠିକ ହୋଇଯିବ । ତେଣୁ ଆଜିକାର ଏହି ଲେଖାରେ ଆମେ ସେହି ପାଞ୍ଚଟି ଉପାୟ ବିଷୟରେ କହିବୁ ।

୧ . ପ୍ରଥମ ଉପାୟ ଅନୁଯାୟୀ ଯଦି ଏକ ବେଲ ପତ୍ର ନେଇ ସେଥିରେ ନାଲି ଚନ୍ଦନ ଲଗାଇ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତି ତେବେ ଆପଣଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହେବ । ଯଦି ଏହି ସମାନ ଉପାୟରେ ଆପଣ ବେଲପତ୍ର ମହାଦେବ ଶିବଙ୍କୁ ଅର୍ପଣ କରନ୍ତି ତେବେ ଜୀବନରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖାଦେବ ନାହିଁ । ଏହାବ୍ୟତୀତ ବେଲପତ୍ରରେ ଅଷ୍ଟଗନ୍ଧ ଲଗାଇ ମହାଦେବଙ୍କୁ ଅର୍ପିତ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଯେ ମହାଦେବଙ୍କୁ ବେଲପତ୍ର ଓଲଟା ଅର୍ପିତ କରିବା ପରେ ଯାଇ ଜଳ ଅର୍ପଣ କରନ୍ତୁ । ବିନା ଜଳ ଅର୍ପଣରେ କୌଣସି ଫଳ ମିଳି ନଥାଏ ।

୨ . ଯଦି ଆପଣ ଜଳାଧାରିରେ ଛୋଟ ବେଲପତ୍ର ଅର୍ପଣ କରନ୍ତି ତେବେ ଧନ ପ୍ରାପ୍ତି ହୋଇଥାଏ ଏବଂ ନନ୍ଦୀର ପଛ ବାମ ଗୋଡ଼ ପାଖରେ ବେଲପତ୍ର ଅର୍ପିତ କଲେ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ମହାଦେବ ଶିବଙ୍କ ପ୍ରିୟ ଧୁତୁରା ଫୁଲ ଆଣି ଶିବଲିଙ୍ଗ ପାଖରେ ସାତ ଥର ବୁଲାଇ ଘରେ ରଖି ଦିଅନ୍ତି ଏବଂ ଆଗାମୀ ଦିନ ତାହାକୁ କୌଣସି ଧଳା କିମ୍ବା ନାଲି କପଡ଼ାରେ ବାନ୍ଧି ଦୋକାନ କିମ୍ବା ଘରର ଚଉକାଠରେ ବାନ୍ଧି ଦିଅନ୍ତି ତେବେ ନଜର ଲାଗିନଥାଏ ଏବଂ ଉନ୍ନତି ମଧ୍ୟ ହୋଇଥାଏ ।

୩ . ଯଦି କେହି ଶତ୍ରୁ ବିରୋଧୀ ଲୋକ ଆପଣଙ୍କ ଉପରେ ଇର୍ଷା କରୁଛନ୍ତି ତେବେ କୌଣସି ମାସର ଦଶମୀ ତିଥି କିମ୍ବା ବିଶେଷ କରି ଶ୍ରାବଣ ମାସ ଦଶମୀ ତିଥିରେ ଶିବଲିଙ୍ଗରେ ବେଲପତ୍ର ସହିତ କୌଣସି ଧଳା ଫୁଲ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ୱାପଣଙ୍କ ଶତ୍ରୁ ଶାନ୍ତ ହୋଇଯିବ । ଯଦି ଆପଣ ବେଲପତ୍ର କିମ୍ବା ବଟପତ୍ରରେ ପାଞ୍ଚଥର ଓଁ ଲେଖି ନଦୀରେ ପ୍ରବାହିତ କରି ଦିଅନ୍ତି ତେବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

୪ . ଶ୍ରାବଣ ମାସର ପ୍ରଥମ ସୋମବାରରେ ନଡ଼ିଆର ଉପର ଭାଗ କାଟି ତାମଧ୍ୟରେ ଭଗବାନଙ୍କ ପ୍ରସାଦ ଭରି ଅଶ୍ୱତ୍ଥ ଗଛ ତଳେ ମାଟିରେ ଦବାଇ ଦିଅନ୍ତୁ । ଏହାଦ୍ବାରା ଶୀଘ୍ର ବିବାହ ଯୋଗ ହୋଇଥାଏ । ସୋମବାର ଦିନ ଶିବଲିଙ୍ଗରେ ଚାଉଳ ଏବଂ ବେଲପତ୍ର ଅର୍ପିତ କଲେ ଘରେ ମାତା ଲକ୍ଷ୍ମୀ ସ୍ଥିର ରହନ୍ତି । ଯଦି ଆପଣଙ୍କ ଘରେ ଛୋଟ ପିଲା ଖୁବ ବଦମାସ ହୋଇ ଯାଇଛି ତେବେ ଦୁଇଟି ରୋଟି ତିଆରି ତାପରେ ଚାଉଳ ବେଲପତ୍ର ରଖି ଆଉ ଏକ ରୁଟିକୁ ରଖନ୍ତୁ ।ଏହାପରେ ନିଜ ସନ୍ତାନକୁ ସ୍ପର୍ଶ କରାଇ କୌଣସି ବଲଦକୁ ଖୁଖାଇ ଦିସନ୍ତୁ ।

Leave a Reply

Your email address will not be published. Required fields are marked *