ମଙ୍ଗଳବାର ଶ୍ରୀହନୁମାନଙ୍କ ବାରରେ ଆଦୋୖ କରନ୍ତୁନି ଏହିସବୁ କାମ , ନଚେତ ହୋଇଯିବେ କାଙ୍ଗାଳ :-

ଆମ ହିନ୍ଦୁ ଧର୍ମ ଅନୁଯାୟୀ ମଙ୍ଗଳବାରକୁ ହନୁମାନଙ୍କ ବାର କୁହାଯାଏ । କାରଣ ଏହି ବାରରେ ହନୁମାନଙ୍କୁ ପୂଜା କରାଯାଏ । ତେବେ ଏହିଦିନ ଶ୍ରୀହନୁମାନଙ୍କ ପୂଜା ସହିତ ଉପବାସ କଲେ ବଜରଙ୍ଗବାଲିଙ୍କ କୃପା ପ୍ରାପ୍ତି ହୋଇଥାଏ । ଶ୍ରୀହନୁମାନ ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି । ତାଙ୍କୁ ପ୍ରସନ୍ନ କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିନଥାଏ । ତେବେ ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି । ଯେପରି ମଙ୍ଗଳବାର ମଙ୍ଗଳ ଗ୍ରହ ସହିତ ଜଡ଼ିତ ଅଟେ ।

ପ୍ରତ୍ୟେକ ବାର ଭିନ୍ନ ଭିନ୍ନ ଦେବଦେବୀଙ୍କ ସଜ ଜଡ଼ିତ । ସେହି ଅନୁସାରେ ହିଁ ସବୁ ପୂଜାପାଠର ଏକ ନିୟମ ରହିଛି । ଯଦି ଆପଣ ସେହି ସବୁ ନିୟମ ନମାନନ୍ତି ତେବେ ତାହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇପାରେ । ମଙ୍ଗଳବାର ଦିନ ମଧ୍ୟ କିଛି ଏପରି କାମ ଅଛି ଯାହା କରିବା ଆଦୋୖ ଉଚିତ ନୁହେଁ ନଚେତ ଜୀବନରେ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଏହାବ୍ୟତୀତ ମଙ୍ଗଳ ଦୋଷାର ସାମ୍ନା ମଧ୍ୟ କରିବାକୁ ପଡ଼ିପାରେ । ଏହାଦ୍ବାରା ମନୁଷ୍ୟର ଜାତକରେ ମଧ୍ୟ ବାଧା ଦେଖା ଦିଏ । ଆଜିକାର ଏହି ଲେଖାରେ ଆମେ ମଙ୍ଗଳବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ସେହି ବିଷୟରେ କହିବୁ ।

ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କୌଣସି ବ୍ୟକ୍ତିଙ୍କ ଠାରୁ କରଜ ଆଣିବା ଉଚିତ ନୁହେଁ କିମ୍ବା କରଜ ଦେବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ବ୍ୟକ୍ତିକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହାସହିତ ଅନେକ କ୍ଷତି ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳବାର ଦିନ ନଖ ଏବଂ କେଶ ଆଦୋୖ କାଟନ୍ତୁ ନାହିଁ । କାରଣ ଶାସ୍ତ୍ର ଅନୁଯାୟୀ ଏହିଦିନ ନଖ କେଶ କାଟିବା ଅନୁଚିତ ଅଟେ । ଯାହାଦ୍ୱାରା ଆପଣ ନିଜ ବୁଦ୍ଧି ଏବଂ ଅର୍ଥ ମଧ୍ୟ ହରାଇ ପାରନ୍ତି । ଏସବୁ ବ୍ୟତୀତ ବିବାହିତ ମହିଳା ମାନେ ମଙ୍ଗଳବାର ଦିନ ଶୃଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ଯେଉଁ କାମ ତାଙ୍କ ବୈବାହିକ ଜୀବନରେ ଦୁଃଖର କାରଣ ହୋଇଥାଏ ।

ମଙ୍ଗଳବାରଟି ଶ୍ରୀହନୁମାନଙ୍କୁ ଉତ୍ସର୍ଗ ଅଟେ । ତେଣୁ ଶ୍ରୀହନୁମାନଙ୍କ ପୂଜା ପାଇଁ ଏହିଦିନ ସମ୍ପୂର୍ଣ୍ଣ ଭାବରେ ସାତ୍ଵିକ ରହନ୍ତୁ । ମଙ୍ଗଳବାର ଦିନ ମଦ ଏବଂ ମାଂସ ଭଳି ଜିନିଷ ଖାଇବା ଆଦୋୖ ଉଚିତ ନୁହେଁ । ଏପରି କଲେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ମଙ୍ଗଳବାର ଦିନ ଏସବୁ ଜିନିଷକୁ ବର୍ଜିତ କରିବା ଉଚିତ । ମଙ୍ଗଳବାର ଦିନ କଳା ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହିଦିନ ନାଲି ପୋଷାକ ପିନ୍ଧିଲେ ମଙ୍ଗଳର ପ୍ରଭାବ କମିଥାଏ । ତେଣୁ ମଙ୍ଗଳବାର ଦିନ ଏସବୁ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *