ଧର୍ମ ଶାସ୍ତ୍ର ଅନୁସାରେ ଏହି ତିନିଜଣ ମହିଳା କେବେବି ଏକାଦଶୀ ବ୍ରତ ରଖିବା ଉଚିତ ନୁହେଁ । ନଚେତ ହୋଇଯିବ ଅନର୍ଥ

ଏକାଦଶୀ ବ୍ରତ କରିବାର ଅନେକ ମହତ୍ତ୍ୱ ରହିଛି । କିନ୍ତୁ ଆମ ଶାସ୍ତ୍ର ଅନୁଯାୟୀ ତିନି ଜଣ ମହିଳା ଏକାଦଶୀ ବ୍ରତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମିଳିବା ବଦଳରେ ଅଭିଶାପ ମିଳିଥାଏ । ଏମିତିରେ ଏକାଦଶୀ ବ୍ରତ କରିବା ଜରୁରୀ ଅଟେ । କିନ୍ତୁ ଯଦି ଆପଣ ନିୟମ ମାନିବାରୁ ବଞ୍ଚିତ ହେଉଛନ୍ତି କିମ୍ବା ନିଷ୍ଠାର ସହିତ ବ୍ରତ ପାଳନ କରିପାରୁ ନାହାଁନ୍ତି ତେବେ ଏହି ବ୍ରତ ପାଳନ କରନ୍ତୁ ନାହିଁ । ନଚେତ ଭଗବାନ କ୍ରୋଧିତ ହେବେ ଏବଂ ଘରକୁ ଦାରିଦ୍ର୍ୟତା ସହିତ ଭିନ୍ନ ଭିନ୍ନ ସମସ୍ୟା ମଧ୍ୟ ଆସିବ । ତେଣୁ ଆଜିକାର ଏହି ଲେଖାରେ ଆମେ ସେହି ତିନି ଜଣ ମହିଳାଙ୍କ ବିଷୟରେ କହିବୁ ଏବଂ ଏହାବ୍ୟତୀତ ଏକାଦଶୀ ବ୍ରତର ନିୟମ ବିଷୟରେ ମଧ୍ୟ କହିବୁ ।

୧ . ଛାଡ଼ପତ୍ର ପ୍ରାପ୍ତ ମହିଳା :-

ଏହି ବ୍ରତକୁ ଉଭୟ ସ୍ୱାମୀ ସ୍ତ୍ରୀ ନିଷ୍ଠାର ସହିତ ମିଳିତ ହୋଇ ପୂରଣ କରିବା ଉଚିତ ଯାହାଦ୍ୱାରା ଅନେକ ଶକ୍ତି ମିଳିତ ହୋଇଯାଏ ଏବଂ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ ଯଦି କେହି ମହିଳା ନିଜ ସ୍ୱାମୀ ଠାରୁ ଦୂରେଇ ଯାଇଛନ୍ତି , ଛାଡ଼ପତ୍ର ହୋଇ ଯାଇଛି କିମ୍ୱା କୌଣସି ପ୍ରକାରର ମତାନ୍ତର ହୋଇଛି ତେବେ ଏହି ବ୍ରତ କରନ୍ତୁ ନାହିଁ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଯଦି ଆପଣ ନିଜ ସ୍ୱାମୀଙ୍କ ସହିତ ପ୍ରେମର ସହିତ ରହୁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ବ୍ରତ କରନ୍ତୁ ଏବଂ ପାଳନ ମଧ୍ୟ କରନ୍ତୁ ।

୨ . ମାସିକ ଧର୍ମ :-

ବୈଦିକ ରୀତିନୀତି ଅନୁଯାୟୀ ମାସିକ ଧର୍ମ ସମୟରେ ମହିଳା ମାନେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିକୁ ଛୁଇଁବା ଉଚିତ ନୁହେଁ ଏବଂ ଏହି ସମୟରେ ପୂଜାପାଠ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । କିନ୍ତୁ ଯଦି ପୂଜାପାଠ ସମୟରେ ହିଁ ମାସିକ ଧର୍ମ ହୁଏ ତେବେ ବ୍ରତ ଭାଙ୍ଗିବାର ଆବଶ୍ୟକତା ନାହିଁ । ଆପଣ ନିଜେ ବ୍ରତ ପାଳନ କରି ଅନ୍ୟ କେହି ବ୍ୟକ୍ତି ଦ୍ୱାରା ପୂଜାପାଠ କରି ପାରିବେ । ଏଥିରେ ସମାନ ଫଳ ହିଁ ପ୍ରାପ୍ତ ହେବ ।

୩ . କୋର୍ଟ ମ୍ୟାରେଜ କରିଥିବା ଦମ୍ପତ୍ତି :-

ଏହି ବ୍ରତ କରିବା ପାଇଁ ସ୍ୱାମୀ ସ୍ତ୍ରୀଙ୍କୁ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇ ବିବାହ କରିବା ଉଚିତ । ଯଦି କୌଣସି ମହିଳା ଏବଂ ପୁରୁଷ କୋର୍ଟ ମ୍ୟାରେଜ କରିଛନ୍ତି ତେବେ ସେମାନେ ବ୍ରତ ପାଳନ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ରତର ଫଳ ପାପ୍ତ ହୁଏନାହିଁ । ଯଦି ଆପଣ କୋର୍ଟ ମ୍ୟାରେଜ କରିଛନ୍ତି ତେବେ ହିନ୍ଦୁ ଧର୍ମ ଅନୁସାରେ ବିବାହ କରି ଏକାଦଶୀ ବ୍ରତ ରଖି ପାରିବେ । ଏହାବ୍ୟତୀତ ଅନ୍ୟ ଧାର୍ମିକ କାର୍ଯ୍ୟରେ ମଧ୍ୟ ସାମିଲ ହୋଇ ପାରିବେ । କିନ୍ତୁ ଯଦି ଆପଣ ଶାସ୍ତ୍ର ବିରୋଧରେ ଯାଇ ଏପରି କରନ୍ତି ତେବେ ଘୋର ଅନର୍ଥ ଏବଂ ପାପ ହୋଇଥାଏ । ସେହିପରି କୁଆଁରୀ ମହିଳା କିମ୍ବା ପୁରୁଷ ଏହି ବ୍ରତ କରିପାରିବେ । କିନ୍ତୁ ବିବାହ ଅଧା ହୋଇଥିଲେ ଏହି ବ୍ରତ କରିବା ଅନୁଚିତ ।

ଏକାଦଶୀ ବ୍ରତ କରିବା ସମୟରେ ଏହି ଭୁଲ ଆଦୋୖ କରନ୍ତୁ ନାହିଁ ।

୧ . ଏକାଦଶୀ ବ୍ରତ କରୁଥିବା ସମୟରେ କ୍ରୋଧିତ ହେଲେ ପାପ ହୋଇଥାଏ ତେଣୁ ଏହି ସମୟରେ ମଧୁର ବଚନ କହିବା ଉଚିତ ।

୨ . ଏକାଦଶୀ ବ୍ରତ ପାଳନ କରୁଥିଲେ ମାଂସ , ମଦ ଏବଂ ଅନ୍ୟାନ୍ୟ ଆମିଷ ଭୋଜନ କରିବା ଉଚିତ ନୁହେଁ ।

୩ . ଏହିଦିନ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ ଏବଂ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ନଚେତ ନର୍କରେବି ସ୍ଥାନ ମିଳିବ ନାହିଁ ।

୪ . ଏହିଦିନ ବ୍ରସ କରିବା ଉଚିତ ନୁହେଁ । ଏହିଦିନ ନିତ୍ୟକର୍ମ ସାରି ସ୍ନାନ କରି ମନ୍ଦିର ଯାଇ ଗୀତା ପାଠ କରନ୍ତୁ ।

୫ . ଏକାଦଶୀ ଦିନ ଚୋର , ତସ୍କର ଏବଂ ଖରାପ ଲୋକଙ୍କ ସହ କଥା ହେବା ଉଚିତ ନୁହେଁ । ଏହାସହ କାହାରି ମନରେ ଦୁଃଖ ଦେବା ମଧ୍ୟ ଠିକ ନୁହେଁ । ରାତିରେ ଜାଗରଣ ଏବଂ କୀର୍ତ୍ତନ କରିବା ଉଚିତ ।

୬ . ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରନ୍ତୁ ।

୭ . ଏକାଦଶୀ ଦିନ ଭୁଲରେବି ଘରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଛୋଟ ଜୀବର ମୃତ୍ୟୁ ହୋଇପାରେ ।

୮ . ଏକାଦଶୀ ଦିନ କେଶ କିମ୍ବା ନଖ କାଟିବା ବର୍ଜିତ ଅଟେ । ନଚେତ ଏହାଦ୍ବାରା ଘୋର ପାପ ହୋଇଥାଏ ।

Leave a Reply

Your email address will not be published. Required fields are marked *