ପବିତ୍ର ଶ୍ରାବଣ ମାସରେ ଭୁଲରେବି କରନ୍ତୁ ନାହିଁ ଏହି କାମ । ନଚେତ ସବୁ ପୂଜାପାଠ ହୋଇଯିବ ବେକାର :-

ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ମାସ ଅଟେ । ଏହି ମାସରେ ଭଗବାନ ଶିବଙ୍କ ପୂଜାର ସବୁଠାରୁ ଅଧିକ ମହତ୍ତ୍ୱ ରହିଛି । ଏହି ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ । ଏହି ମାସରେ ସୋମବାର ବ୍ରତ କଲେ ମହାଦେବ ଶିବ ପ୍ରସନ୍ନ ହେବା ସହିତ ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ କରନ୍ତି । କୁଆଁରୀ କନ୍ୟା ମାନେ ଭଲ ବର ପାଇବା ପାଇଁ ସୋମବାର ବ୍ରତ କରନ୍ତି । ଅତି ନିଷ୍ଠାର ସହିତ ଏହି ବ୍ରତ କଲେ ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଏବଂ ସବୁ ପ୍ରକାରର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ ।

ଚଳିତ ବର୍ଷ ୨୦୨୨ ରେ ଜୁଲାଇ ୧୪ ଗୁରୁବାର ଦିନ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇ ଅଗଷ୍ଟ ୧୨ ରେ ସମାପ୍ତ ହେବ । ତେଣୁ ଜୁଲାଇ ୧୮ରେ ପ୍ରଥମ ସୋମବାର , ଦ୍ୱିତୀୟ ସୋମବାର ୨୫ ଜୁଲାଇରେ , ତୃତୀୟ ସୋମବାର ଅଗଷ୍ଟ ୧ରେ ଏବଂ ଚତୁର୍ଥ ସୋମବାର ଅଗଷ୍ଟ ୮ରେ ପଡ଼ୁଛି । ଶ୍ରାବଣ ମାସ ଶେଷ ହେବାର ଦିନେ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୨ ର ଗୋଟିଏ ଦିନ ପୂର୍ବରୁ ଅଗଷ୍ଟ ୧୧ ରେ ରକ୍ଷାବନ୍ଧନ ପଡ଼ୁଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶ୍ରାବଣ ମାସରେ ସୋମବାର ବ୍ରତ ସମ୍ବନ୍ଧିତ କିଛି ନିୟମ ବିଷୟରେ କହିବୁ ଏବଂ ଯଦି ଆପଣ କୌଣସିବି ଭୁଲ କରନ୍ତି ତେବେ ଆପଣଙ୍କର ସବୁ ପୂଜାପାଠ ନିରର୍ଥକ ହୋଇଯିବ । ତେବେ ଚାଲନ୍ତୁ ଜାଣିନେବା ।

୧ . ଶ୍ରାବଣ ମାସରେ ସବୁଜ ପନିପରିବା ଖାଇବାରୁ ବଞ୍ଚିତ ରହିବା ଉଚିତ । କାରଣ ଏହି ସମୟରେ ପନିପରିବାରେ ପୋକ ହୋଇଯାଏ ଯାହା ଆମ ଖାଇବା ସମୟରେ ପେଟକୁ ଯାଇପାରେ । ତେଣୁ ପନିପରିବା ଖାଇବାକୁ ବର୍ଜିତ କରାଯାଇଛି । ଏହାଛଡ଼ା ବିଶେଷ କରି ଶ୍ରାବଣ ମାସରେ ବାଇଗଣ ଖାଇବା ଉଚିତ ନୁହେଁ । ଏହି ମାସରେ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ବନାଇବାରୁ ବଞ୍ଚିତ ରହିବା ଆବଶ୍ୟକ ନଚେତ ମହାଦେବ ଶିବ କ୍ରୋଧିତ ହେବେ । ଏହାବ୍ୟତୀତ ଏହି ମାସରେ ଘରେ କାନ୍ଦିବା କିମ୍ବା କ୍ରୋଧିତ ହେବା ଭଳି କାମ କରିବା ଉଚିତ ନୁହେଁ ।

୨ . ଏହି ମାସରେ ସକାଳୁ ଶୀଘ୍ର ଉଠିଲେ ମହାଦେବ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ । ବିଳମ୍ବରେ ଉଠୁଥିବା ଲୋକ ଉପରେ ମହାଦେବ କ୍ରୋଧିତ ହୁଅନ୍ତି । ଏହି ମାସରେ ମାଂସ , ମଦ , ପିଆଜ ରସୁଣ ଆଦି ଖାଇବା ଉଚିତ ନୁହେଁ । ଏହାବ୍ୟତୀତ ଘରକୁ ପରିଷ୍କାର ଏବଂ ଶାନ୍ତିର ବାତାବରଣ ରଖିବା ଉଚିତ । ଶ୍ରାବଣ ମାସରେ ମଧୁର କହୁଥିବା ବ୍ୟକ୍ତି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରନ୍ତି । ସେହି ବ୍ୟକ୍ତି ବହୁତ ଜଲଦି କୋଟିପତି ହୋଇ ଯାଆନ୍ତି । ଏହି ମାସରେ ଗରିବଙ୍କୁ ଭୋଜନ ଏବଂ ବସ୍ତ୍ର ଦାନ କରୁଥିବା ବ୍ୟକ୍ତି ମହାଦେବଙ୍କର ବିଶେଷ କୃପା ପ୍ରାପ୍ତ କରିଥାଏ । ଏହାବ୍ୟତୀତ ଏହି ମାସରେ ଘରକୁ ଆସୁଥିବା ଭିକାରୀ କିମ୍ବା ଗରିବ ଲୋକଙ୍କୁ ଖାଲି ହାତ ନକରି କିଛିନାକିଛି ଦାନ କରନ୍ତୁ ।ଏହି ମାସରେ କିଛି ଏପରି ଭୁଲ ଅଛି ଯାହା ଆଦୋୖ କରିବା ଉଚିତ ନୁହେଁ ।

୧ . ଭୁଲରେ ବି ଘରର ମନ୍ଦିର କିମ୍ବା ଅନ୍ୟ କୌଣସି ମନ୍ଦିରକୁ ଜୋତା କିମ୍ବା ଚାପଲ ପିନ୍ଧି ଯାଆନ୍ତୁ ନାହିଁ । ଏହାଦ୍ବାରା ମହାଦେବ ଶିବ କ୍ରୋଧିତ ହେବେ । ଏମିତିରେ ଜୋତା ଚମଡ଼ାରେ ତିଆରି ହୋଇଥାଏ ଯାହା ଅଶୁଦ୍ଧ ଅଟେ ।

୨ . ମହିଳା ମାନେ ମାସିକ ଧର୍ମ ସମୟରେ ମନ୍ଦିରରେ ପ୍ରବେଶ କରିବା ଉଚିତ ନୁହେଁ କିମ୍ବା ପୂଜାପାଠ କରିବା ମଧ୍ୟ ଉଚିତ ନୁହେଁ । ମାସିକ ଧର୍ମ ସମୟରେ ଶିବଲିଙ୍ଗକୁ ମଧ୍ୟ ଛୁଇଁବା ଉଚିତ ନୁହେଁ । ନଚେତ ଏହାଦ୍ବାରା ପୂଜାପାଠ ବେକାର ହୋଇଯାଏ ଏବଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି । ଯେଉଁ କାରଣରୁ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୩ . ଯଦି ଘରେ ଶିବଲିଙ୍ଗ ସ୍ଥାପନ କରୁଛନ୍ତି ତେବେ ପ୍ରତ୍ୟେକ ଦିନ ଜଳ ଧାରା କରିବା ନିତାନ୍ତ ଜରୁରୀ । କାରଣ ଶାସ୍ତ୍ର ଅନୁସାରେ ଶିବଲିଙ୍ଗରୁ ଅନବରତ ଶକ୍ତି ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ତାହା ସବୁବେଳେ ଗରମ ରହେ । ଯଦି ଆପଣ ପ୍ରତ୍ୟେକ ଦିନ ଏହି କାମ କରିବାକୁ ସକ୍ଷମ ନୁହଁନ୍ତି ତେବେ ଘରେ ଶିବଲିଙ୍ଗ ରଖନ୍ତୁ ନାହିଁ ।

୪ . ଶିବଲିଙ୍ଗରେ ତୁଳସୀ ଚଢାଇବା ଉଚିତ ନୁହେଁ । ଏହାଦ୍ବାରା ମହାଶକ୍ତି କ୍ରୋଧିତ ହୋଇ ଯାଆନ୍ତି । ଶିବଲିଙ୍ଗ ଏବଂ ତୁଳସୀ ମଧ୍ୟରେ ନିଶ୍ଚିତ ଦୂରତା ରଖିବା ଉଚିତ ନଚେତ ଘରକୁ ବର୍ବାଦୀ ଆସିବାକୁ କେହି ଅଟକାଇ ପାରିବେ ନାହିଁ ।

୫ . ଆମିଷ ଭୋଜନ କରି କିମ୍ବା ସଂଭୋଗ ପରେ ମନ୍ଦିରକୁ ପ୍ରବେଶ କରିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହେବେ । ଶାସ୍ତ୍ରରେ ଆଗକୁ ଘୋର ପାପ ବୋଲି ମାନାଯାଇଛି । ଈଶ୍ୱରଙ୍କ ସାମ୍ନାକୁ ସବୁବେଳେ ଗାଧୋଇ ସାରି କିମ୍ବା ଗୋଡ଼ ହାତ ଧୋଇ ଯିବା ଉଚିତ ।

୬ . ଶ୍ରାବଣ ମାସରେ ବ୍ରତଧାରୀକୁ ଧାର କରି ଫଳ କିଣି ଖାଇବା ଉଚିତ ନୁହେଁ । ଏହାଦ୍ବାରା ପାପ ଲାଗିଥାଏ ଏବଂ ବ୍ରତର ସୁଫଳ ମିଳେନାହିଁ ଏବଂ ବ୍ରତ ଅଧାରେ ରହିଯାଏ । ଏହାବ୍ୟତୀତ ମିଛ କହିବା ଉଚିତ ନୁହେଁ କିମ୍ବା କାହାରି ବିଷୟରେ ଏଣୁତେଣୁ କହିବା ଉଚିତ ନୁହେଁ । ଏହିଦିନ ଯଦି ଆପଣଙ୍କୁ କେହି କିଛି ଖାଇବାକୁ ଦେଉଛନ୍ତି ତେବେ ଖାଇ ପାରିବେ । କିନ୍ତୁ ଧାର କରି ଖାଇବା ଉଚିତ ନୁହେଁ । ଏହାଦ୍ବାରା ବ୍ୟକ୍ତିର ପବିତ୍ରତା ନଷ୍ଟ ହୋଇଯାଏ ।

୭ . ବ୍ରତ ଦିନରେ ନାସପାତି ଖାଇବା ଉଚିତ ନୁହେଁ କିମ୍ବା ଭଗବାନଙ୍କୁ ମଧ୍ୟ ଚଢ଼ାଇବା ଉଚିତ ନୁହେଁ । ଏହାଦ୍ବାରା ଭଗବାନ କ୍ରୋଧିତ ହୁଅନ୍ତି ଏବଂ ବ୍ରତର ଫଳ ମିଳେନାହିଁ । ଅନ୍ୟ ଦିନ ମାନଙ୍କରେ ଆପଣ ଚାହିଁଲେ ନାସପାତି ଖାଇ ପାରିବେ ।

୮ .ବ୍ରତ କରିବା ସମୟରେ ତାଜା ଅଟା ଖାଇବା ଆବଶ୍ୟକ । ଅତି ପୁରୁଣା ଅଟାରେ ଏହି ସମୟରେ ପୋକ ହୋଇଯାଏ ଯାହା ମଣିଷର ପାଟିକୁ ଯାଇପାରେ । ତେଣୁ ଅନେକ ଦିନ ହେବ ରଖା ଯାଇଥିବା ପୁରୁଣା ଅଟା ଆଦୋୖ ଖାଆନ୍ତୁ ନାହିଁ ।

୯ . ଯଦି ଆପଣଙ୍କ ମନରେ ବିଚାର ଆସେ କିମ୍ବା ଅନ୍ୟ କାହା ପ୍ରତି ଆପଣଙ୍କର ଖରାପ ଚିନ୍ତାଧାରା ଅଛି ତେବେ ବ୍ରତ ରଖନ୍ତୁନାହିଁ । ମହାଦେବ ଶିବ ଏପରି ବ୍ୟକ୍ତିଙ୍କ ଉପରେ ସବୁବେଳେ କ୍ରୋଧିତ ହୁଅନ୍ତି ଏବଂ ପୂଜା ମଧ୍ୟ ଗ୍ରହଣ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *