ସକାଳୁ ଉଠି ମହିଳାଙ୍କର ଏହି ଦୁଇଟି ଜିନିଷ ଦେଖି ନିଅନ୍ତୁ । ସବୁ କାମ ହୋଇଯିବ ସଫଳ :-

ଆମ ପ୍ରାଚୀନ ବେଦ ପୁରାଣରେ ସ୍ତ୍ରୀଙ୍କୁ ନେଇ କିଛି ଏପରି କଥା କୁହାଯାଇଛି ଯାହା ପ୍ରୟୋଗ କଲେ ମନୁଷ୍ୟ ସହଜରେ ମାଲାମାଲ ହୋଇ ପାରିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସକାଳୁ ସ୍ତ୍ରୀର କେଉଁ ଦୁଇଟି ଜିନିଷ ଦେଖିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ବିନା ପତିଶ୍ରମରେହିଁ ସବୁ କାର୍ଯ୍ୟ ସଫଳ ହୋଇଯାଏ । ତେଣୁ ସକାଳୁ ସକାଳୁ ସେହି ଦୁଇଟି ଜିନିଷ ଦେଖିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିନେବା ।

୧ . ସକାଳୁ ଉଠିବା ମାତ୍ରେ ପୁରୁଷ ନିଜ ସ୍ତ୍ରୀର କାନର ପଛ ଭାଗକୁ ପ୍ରଥମେ ଦେଖିବା ଉଚିତ । କାରଣ ଏହି ଭାଗରେ ମାତା ଲକ୍ଷ୍ମୀ ଅସ୍ଥାୟୀ ଭାବରେ ବାସ କରନ୍ତି । ତେଣୁ ଯେଉଁ ପୁରୁଷ ସ୍ତ୍ରୀର ଏହି ଅଙ୍ଗକୁ ସକାଳୁ ଉଠିବା ମାତ୍ରେ ଦର୍ଶନ କରେ ସେହି ବ୍ୟକ୍ତିକୁ ଅମାପ ଧନ ପ୍ରାପ୍ତି ହୋଇଥାଏ । କାରଣ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ତେଣୁ ସକାଳୁ ଉଠିବା ମାତ୍ରେ ଏହି ଅଂଶକୁ ଦର୍ଶନ କରି ଚୁମ୍ବନ କରିବା ଉଚିତ । କିନ୍ତୁ ଯଦି ଏହି ସମୟରେ କୌଣସି ପୁରୁଷ ମନରେ ଖରାପ ଚିନ୍ତାଧାରା ଆଣନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ।

୨ . ସକାଳୁ ଉଠିବା ମାତ୍ରେ ଯେଉଁ ବ୍ୟକ୍ତି ବିବାହିତ ମହିଳାର ସିନ୍ଥିରେ ସିନ୍ଦୁର ଦେଖନ୍ତି ତେବେ ତାଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । କାରଣ ଆମ ଶାସ୍ତ୍ରରେ ରହିଛି ଯେ ବିବାହିତ ମହିଳାଙ୍କ ସିନ୍ଥିରେ ମାତା ଲକ୍ଷ୍ମୀ ଅସ୍ଥାୟୀ ଭାବରେ ରହନ୍ତି । ତେଣୁ ବିବାହିତା ମହିଳା ମାନେ ବିବାହ ପରେ ମାତା ଲକ୍ଷ୍ମୀଙ୍କୁ ସମ୍ମାନ ଦେବାପାଇଁ ସିନ୍ଥିରେ ସିନ୍ଦୁର ଲଗାନ୍ତି । ତେଣୁ ସକାଳୁ ଉଠିବା ମାତ୍ରେ ଯେଉଁ ବ୍ୟକ୍ତି ମହିଳାଙ୍କର ସିନ୍ଥିରେ ସିନ୍ଦୁର ଦର୍ଶନ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କେବେବ ଆର୍ଥିକ ଅଭାବ ହୁଏନାହିଁ ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୩ . ସକାଳୁ ଉଠିବା ମାତ୍ରେ ସ୍ତ୍ରୀର ଚରଣ ଦର୍ଶନ କରିବା ଉଚିତ । କାରଣ ସ୍ତ୍ରୀଙ୍କ ଚରଣରେ ସଂସାରର ସବୁ ସୁଖ ଏବଂ ସବୁ ପ୍ରକାରର ପାପକୁ କମ କରିବାର ଶକ୍ତି ରହିଛି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ସ୍ତ୍ରୀର ସମ୍ମାନ କରିଥାଏ ସେ ସର୍ବଦା ଭଗବାନଙ୍କ ପ୍ରିୟ ହୋଇଥାଏ।ତେଣୁ ପ୍ରତ୍ୟେକ ଦିନ ସକାଳୁ କେହି ଆଦରଣୀୟ ବ୍ୟକ୍ତିଙ୍କ ଚରମ ସ୍ପର୍ଶ କରିବା ଦ୍ୱାରା ସବୁ ସମସ୍ୟା ଦୁରେଇ ଯାଏ । ଛୋଟ ଝିଅଙ୍କ ପାଦ ଛୁଇଁଲେ ବ୍ୟକ୍ତିକୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋiଥାଏ ।

୪ . ସକାଳୁ ଉଠିବା ମାତ୍ରେ ସ୍ତ୍ରୀ ଙ୍କ ନାଭିର ମଧ୍ୟ ଦର୍ଶନ କରିବା ଉଚିତ । କାରଣ ସ୍ତ୍ରୀ ର ନାଭିରେ ମାତା ପାର୍ବତୀଙ୍କ ବାସ ହୋଇଥାଏ । ତେଣୁ ମାତା ପାର୍ବତୀଙ୍କର ସବୁ ଶକ୍ତି ନାଭିରେ ସମାହିତ ଅଛି । କାରଣ ସ୍ତ୍ରୀ ଦେବୀଙ୍କ ରୂପ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ସ୍ତ୍ରୀ ର ନାଭି ଦର୍ଶନ କରିବା ଉଚିତ ।

Leave a Reply

Your email address will not be published. Required fields are marked *