ଜୁଲାଇ ୧୦ ଦେବଶୟନୀ ଏକାଦଶୀରେ ଗାଈକୁ ଖୁଆଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ , ଜୀବନସାରା ପ୍ରାପ୍ତ ହେବ ଧନ

ଏମିତିରେ ତ ପ୍ରତିମାସ ଏକାଦଶୀର ଅନେକ ମହତ୍ତ୍ୱ ରହିଛି । ଏହିଦିନ ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମିଳିତ ଭାବରେ ଲାଭ କରିବା ପାଇଁ ବ୍ରତ ପାଳନ କରାଯାଏ । କିନ୍ତୁ ଏହା ବ୍ୟତୀତ ଏହିଦିନ ଯଦି ଆପଣ ଗାଈକୁ ଖୁଆନ୍ତି ତେବେ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି । ଯଦି ମନୁଷ୍ୟ ବିନା ଲୋଭରେ ଗାଈର ସେବା କରଥାଏ ଏବଂ ଗାଈକୁ ଖୁଆଇ ଥାଏ ତେବେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ସହିତ ସୁଖ ମଧ୍ୟ ପ୍ରାପ୍ତି ହୋଇଥାଏ । ଗାଈକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏକାଦଶୀ ଦିନ ଗାଈକୁ କିଛି ଜିନିଷ ଭୁଲରେ ବି ଖୁଆଇବା ଉଚିତ ନୁହେଁ । ନଚେତ ଆସିଥାଏ ବର୍ବାଦି । ଆଜିକାର ଲେଖାରେ ଆମେ ସେହି ବିଷୟରେ କହିବାକୁ ଯାଉଛୁ ।

ଗାଈ ଦେହରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଘରେ ତିଆରି ହେଉଥିବା ପ୍ରଥମ ରୋଟି ନିଶ୍ଚିତ ଭାବରେ ଗାଈକୁ ଖୁଆନ୍ତୁ । ଏହାଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ । ଗାଈକୁ ଗୁରୁ ବୋଲି ମାନା ଯାଏ । ତେଣୁ ଗୁରୁବାର ଦିନ ରୋଟିରେ ହଳଦୀ ମିଶାଇ ଗାଈକୁ ଖୁଆଇଲେ ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ମାନସିକ ଭାବରେ ଚିନ୍ତିତ ରହୁଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ । ଏହାଦ୍ବାରା ଗ୍ରହ ଶାନ୍ତ ରହିବା ସହିତ ଶରୀର ଏବଂ ମନ ସୁସ୍ଥ ରହେ ଏବଂ ସକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରିଥାଏ । ଯଦି ଘରେ ଅନେକ ଦିନରୁ କୌଣସିବି ମଙ୍ଗଳ କାର୍ଯ୍ୟ ହୋଇପାରୁ ନାହିଁ ତେବେ ଗାଈକୁ ପ୍ରତ୍ୟେକ ଦିନ ରୁଟି ଖୁଆଇ ଗାଈର ମସ୍ତକ ଛୁଇଁ ନିଜର ମନର ସବୁ ସମସ୍ୟା ଜଣାନ୍ତୁ ଏହାବ୍ୟତୀତ ଗାଈର ପାଦ ଛୁଇଁଲେ ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ ।

କିନ୍ତୁ ଭୁଲରେବି ଗାଈକୁ ବାସୀ ରୁଟି ଖୁଆନ୍ତୁ ନାହିଁ । ଏହାଦ୍ବାରା ଗୋମାତାଙ୍କ ଅପମାନ ହୋଇଥାଏ । ଏହାବ୍ୟତୀତ କୌଣସି ଆବର୍ଜନା ଥିବା ଖାଦ୍ୟ ଏବଂ ଘରକୁ ଆଣୁଥିବା ପରିବାରୁ ଭଲ ବାଛି ଖରାପ ଖାଇବାକୁ ଦେଉଥିଲେ ତାହା ଆଦୋୖ କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି । ଏସବୁ ବ୍ୟତୀତ ଗାଈକୁ କ୍ଷୀର ମଧ୍ୟ ଖୁଆଇବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁ ଥାଆନ୍ତି ତେବେ ସେହି ସ୍ଥାନରେ ୧୫ ଦିନ ପର୍ଯ୍ୟନ୍ତ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନ ପବିତ୍ର ହୋଇଯିବ । ଏହାଦ୍ବାରା ସେହି ସ୍ଥାନରେ ସମସ୍ତ ପ୍ରକାରର ଆସୁରିକ ଏବଂ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ।

ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ ରାସ୍ତାରେ ଗାଈ ଘେରିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ଅଟେ ପଖା । ଯଦି ଆପଣ ମିଳିତ ଭାବରେ ଗାଈ ଏବଂ ବାଛୁରୀର ଦର୍ଶନ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ସଫଳ ହେବେ । ପୁଣି ଯଦି ଆପଣଙ୍କ ଘର ଚାରି ପାଖରେ ଗାଈ ବାରମ୍ବାର ବୁଲିବାର ଦେଖନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରକୁ କିଛି ଖୁସି ଖବର ଆସିବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବାକୁ ଯାଉଛି । ଯଦି ମନୁଷ୍ୟ ଗାଈ ସମ୍ମୁଖରେ ଅଧିକ ସମୟ ରହେ ତେବେ ଥଣ୍ଡା , ସର୍ଦ୍ଦି ଭଳି ସମସ୍ୟା ଭଲ ହୋଇଯାଏ । ଗାଈ ଠାରୁ ମିଳୁଥିବା ପଞ୍ଚଗାବ୍ୟ ଦ୍ୱାରା ସବୁ ପ୍ରକାରର ରୋଗର ନିରାକରଣ ହୋଇଥାଏ ।

ଯଦି ଆପଣ ଗାଈ ରଖିବାକୁ ଅସମର୍ଥ ତେବେ ଗାଈକୁ ନିଶ୍ଚିତ ଭାବରେ କେବଳ ରୁଟି ଖୁଆନ୍ତୁ । ଯଦି ଆପଣ ଭାରତ ବାହାରେ ରହନ୍ତି ଏବଂ ସେଠାରେ ଗାଈ ନଥାଏ ତେବେ ଗାଈ ନାମରେ ଟଙ୍କା ସଞ୍ଚୟ କରି ରଖନ୍ତୁ ଏବଂ ଶେଷରେ କୌଣସି ମନ୍ଦିର କିମ୍ବା ବୃଦ୍ଧାଶ୍ରମ କିମ୍ବା ଅନାଥ ଆଶ୍ରମରେ ଦାନ କରନ୍ତୁ ନଚେତ ଗାଈ ନାମରେ କୌଣସି ଗରିବ ଲୋକକୁ ଭୋଜନ ଦାନ କରନ୍ତୁ । ଏହାବ୍ୟତୀତ ଅନ୍ୟ କୌଣସି ଧଳା ରଙ୍ଗର ଜୀବକୁ ମଧ୍ୟ ଚାହିଁଲେ ରୋଟି ଖୁଆଇ ପାରିବେ ।

Leave a Reply

Your email address will not be published. Required fields are marked *