ଶ୍ରାବଣ ମାସରେ ଏହି କିଛି ଜିନିଷ କାହାକୁ ଦାନ କରନ୍ତୁ ନାହିଁ , ନଚେତ ହୋଇଯିବେ ବର୍ବାଦ

ଭଗବାନ ଶିବଙ୍କ ଅନୁଯାୟୀ ଶ୍ରାବଣ ମାସରେ କିଛି ଏପରି ଜିନିଷ ଅଛି ଯାହାକୁ ଆଦୋୖ ଦାନ କରିବା ଉଚିତ ନୁହେଁ । ନଚେତ ପାପ ଲାଗିଥାଏ । ମଣିଷ ଜୀବନରେ ଦାନ କରିବା ଖୁବ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଏହାଦ୍ବାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ । ମନୁଷ୍ୟକୁ ନିଜ ଜୀବନରେ ନିଶ୍ଚୟ ଦୁଇଥର ଗୁପ୍ତଦାନ କରିବା ଉଚିତ । ଯାହାଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ । କିନ୍ତୁ ଶିବ ମହାପୁରାଣ ଅନୁସାରେ ଏପରି ୬ ଟି ଜିନିଷ ଅଛି ଯାହାକୁ ଶ୍ରାବଣ ମାସରେ ଭୁଲରେବି କାହାକୁ ଦାନ କରିବା ଉଚିତ ନୁହେଁ ।

୧ . ଲୁଣ :-

ଲୁଣ ଦାନ ସବୁ ଦାନ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ । ଯଦି ଆପଣ ଦାରିଦ୍ର୍ୟତାର ଶିକାର ହୋଇଛନ୍ତି ତେବେ ସୋମବାର ଦିନ ଲୁଣ ଦାନ କଲେ ଦାରିଦ୍ର୍ୟତା ଦୂରେଇ ଯାଏ ଏବଂ ଏହାସହିତ ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ । ଯଦି ଆପଣ ବଡ଼ ଲୁଣ ଦାନ କରନ୍ତି ତେବେ ତାହା ଅଧିକ ଉତ୍ତମ ଅଟେ । ଆପଣ ଚାହିଁଲେ ପ୍ୟାକେଟ ଲୁଣ ମଧ୍ୟ ଦାନ କରି ପାରିବେ । ଏହାଦ୍ବାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୁଏ ଏବଂ ସବୁ ପ୍ରକାରର ସମସ୍ୟା ମଧ୍ୟ ଦୂରେଇ ଯାଏ ।

୨ . ଗୁଡ଼ :-

କୌଣସି ସମ୍ପର୍କରେ ମଧୁରତା ଆଣିବା ପାଇଁ ପ୍ରତି ସୋମବାର ଗୁଡ଼ ଦାନ କରିବା ଉଚିତ । ତେବେ ସମ୍ପର୍କ ଯେଉଁଭଳି ହୋଇଥାଉ ନା କାହିଁକି । ତାବା ସ୍ୱାମୀ ସ୍ତ୍ରୀ ସମ୍ପର୍କ କିମ୍ବା ମା ଝିଅ କିମ୍ବା ଅନ୍ୟକିଛି ହେଉ , ଯଦି ସମ୍ପର୍କରେ ତିକ୍ତତା ଥାଏ ତେବେ ସୋମବାର ଦିନ ନିଶ୍ଚୟ ଗୁଡ଼ ଦାନ କରନ୍ତୁ କିମ୍ବା ଗାଈକୁ ଗୁଡ଼ ଏବଂ ରୋଟି ଖୁଆନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ ।

୩ . ତିଳ :-

ଅନେକ ସମୟରେ ବ୍ୟକ୍ତିର ଜ୍ଞାନ ଥିଲେ ବି ସୁଦ୍ଧା ନିଜର ଆତ୍ମବିଶ୍ୱାସ ହରାଇ ବସେ । ଚାକିରୀ କ୍ଷେତ୍ରରେ ମନୁଷ୍ୟ ଅନେକ ସମୟରେ ଇଣ୍ଟରଭିଉରେ ଅସଫଳ ହୁଏ । କାରଣ ନିଜ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ଥାଏ । ଏହାବ୍ୟତୀତ ଜୀବନରେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏହି ପରିସ୍ଥିତିରେ ସୋମବାର ଦିନ ତିଳ ନିଶ୍ଚୟ ଦାନ କରିବା ଉଚିତ । ଯାହାଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ ।

୪ . ଅନ୍ନ :-

ମାତା ଲକ୍ଷ୍ମୀ ଅନ୍ନପୂର୍ଣ୍ଣା ଅର୍ଥାତ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି । ଯାହାଙ୍କୁ ଧନର ଦେବୀ କୁହାଯାଏ । ଯେଉଁ ବ୍ୟକ୍ତି ଅନ୍ନର ଆଦର କରଥାଏ ସେହି ବ୍ୟକ୍ତିର ଜୀବନରେ କେବେ ଅଭାବ ଦେଖାଦିଏ ନାହିଁ ଏବଂ ସବୁବେଳେ ସମୃଦ୍ଧି ବଜାୟ ରହେ । ତେଣୁ ଏଥିପାଇଁ ପ୍ରତି ସୋମବାର ନିଶ୍ଚିତ ଭାବରେ ଚାଉଳ କିମ୍ବା ଗହମ ଦାନ କରିବା ଉଚିତ । ଯାହାଦ୍ୱାରା ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ସବୁବେଳେ ରହିବ ଏବଂ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘରେ ସ୍ଥାୟୀ ରହିବେ । ଗାଈକୁ ସୋମବାର ଦିନ ଗୁଡ଼ ସହିତ ରୁଟି ଖୁଆଇଲେ ଅନେକ ଗୁଣା ପୁଣ୍ୟ ପ୍ରାପ୍ତି ହୋଇଥାଏ ।

୫ . ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ କୌଣସି ରବିବାର ଦିନ କୌଣସି ଗରିବକୁ ଶହେ ଗ୍ରାମ ଗୁଡ଼ ଦାନ କରିବା ଉଚିତ । ଏହା ପୁଣ୍ୟ ଅର୍ଜନରେ ସାହାଯ୍ୟ କରିଥାଏ । ମଙ୍ଗଳବାର ଦିନ ଚଣା ଦାନ କଲେ ମହବଳୀ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଶୁଭ ଫଳ ମଧ୍ୟ ମିଳିଥାଏ । କ୍ୟାରିଅରରେ ସଫଳତା ପାଇବା ପାଇଁ ବୁଧବାର ଦିନ ମୁଗ ଡାଲି , ବିବାହିତ ମହିଳାଙ୍କୁ ଚୁଡ଼ି ଏବଂ ସବୁଜ ବସ୍ତ୍ର ଦାନ କରିବା ଉଚିତ ।

ଗୁରୁବାର ଦିନ ହଳଦିଆ ବସ୍ତୁର ଦାନ କଲେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଗୁରୁଗ୍ରହ ମଜବୁତ ହୁଏ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ବାର ଅଟେ । ଏହିଦିନ ଦରିଦ୍ର୍ୟ କିମ୍ବା ଗରିବ ଲୋକଙ୍କୁ ଭୋଜନ ଦାନ କରିବା ଉଚିତ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କୁ ଫଳ ଫୁଲ ଅର୍ପଣ କରିବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଶନିବାର ଦିନଟି ଶନିଦେବଙ୍କୁ ଅର୍ପିତ ଅଟେ । ଏହିଦିନ କଳା ତିଳ ଦାନ କଲେ ଶନିଦେବଙ୍କ କୃପା ବର୍ଷା ହୋଇଥାଏ । ଏହିଦିନ ଗରିବକୁ ଚାଉଳ ଦାନ କରିବା ସର୍ବଶ୍ରେଷ୍ଠ ଅଟେ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ଗରିବ ଲୋକଙ୍କୁ ବସ୍ତ୍ର ଦାନ କରିଥାଏ ସେହି ବ୍ୟକ୍ତିର ଜୀବନରେ ସବୁ ମାର୍ଗ ଖୋଲିଯାଏ ।

Leave a Reply

Your email address will not be published. Required fields are marked *