ଦେବଶୟନୀ ଏକାଦଶୀରେ ପାଣିରେ ଚୁପଚାପ ଢ଼ାଳି ଦିଅନ୍ତୁ ଏହି ଜିନିଷ , ପ୍ରାପ୍ତ ହେବ ସୌଭାଗ୍ୟ :-

ବ୍ରହ୍ମବର୍ତ୍ତ ପୁରାଣ ଅନୁଯାୟୀ ଥରେ ଯୋଗନିଦ୍ରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ କଠିନ ତପସ୍ୟା କଲେ । ଯେଉଁଥିରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଲେ । ତେଣୁ ସେ ବିଷ୍ଣୁଙ୍କୁ ତାଙ୍କ ଅଙ୍ଗରେ ନିଜକୁ ସ୍ଥାନ ଦେବାକୁ କହିଲେ । ତେଣୁ ଭଗବାନ ବିଷ୍ଣୁ ଯୋଗନିଦ୍ରାକୁ ନିଜ ଆଖିରେ ସ୍ଥାନ ଦେଇଥିଲେ । ଯେଉଁ ଅନୁଯାୟୀ ବର୍ଷର ଚାରି ମାସ ଯୋଗନିଦ୍ରା ବିଷ୍ଣୁଙ୍କ ଆଖିରେ ରହନ୍ତି । ଯେଉଁ ଚାରି ମାସ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହନ୍ତି ସେହି ଚାରି ମାସ ମହାଦେବ ଶିବ ସୃଷ୍ଟିର ପରିଚାଳନା କରନ୍ତି ।

ତେଣୁ ଚଳିତ ବର୍ଷ ଦେବଶୟନୀ ଏକାଦଶୀରେ ଦୁର୍ଲଭ ସଂଯୋଗ ହେଉଛି । ଏହିଦିନ ରବି ଯୋଗ ମଧ୍ୟ ବନୁଛି । ତେଣୁ ଏହିଦିନ କିଛି ମହାପ୍ରୟୋଗ କରାଯାଏ । ଏହି ଦେଶୟନୀ ଏକାଦଶୀ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସବୁଠାରୁ ବଡ଼ ଦିନ ଅଟେ । ତେଣୁ ଏହିଦିନ ସକାଳୁ ସ୍ନାନ କରିବା ସମୟରେ ଚେଷ୍ଟା କରନ୍ତୁ ଯେପରି ପବିତ୍ର ଗଙ୍ଗା ନଦୀ କିମ୍ବା ଅନ୍ୟ କୌଣସି ନଦୀ କିମ୍ବା ସରୋବରରେ ସ୍ନାନ କରନ୍ତୁ । କିନ୍ତୁ ଯଦି ଆପଣ ଏହା ମଧ୍ୟରୁ କୌଣସି ସ୍ଥାନରେ ସ୍ନାନ କରିବା ସମ୍ଭବ ନୁହେଁ ତେବେ କିଛି ବିଶେଷ ଉପାୟ ଦ୍ୱାରା ଘରେ ହିଁ ସ୍ନାନ କରନ୍ତୁ ଯାହାଦ୍ୱାରା ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ହେବ ।

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଯଦି ଆପଣ ଜଳରେ କିଛି ଖାସ ଜିନିଷ ମିଶାଇ ଦିଅନ୍ତି ତେବେ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ । ସାଧରଣତଃ ଏହି ଚାରି ମାସ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହନ୍ତି ଏବଂ ତାଙ୍କ ପୂଜା ଅର୍ଚ୍ଚନା ହେଲେବି ମହାଦେବ ଶିବ ସୃଷ୍ଟିର ପରିଚାଳନା କରନ୍ତି । ତେଣୁ ଏହିଦିନ ଯଦି ଆପଣ ସକାଳୁ ଘରେ ସ୍ନାନ କରୁଛନ୍ତି ତେବେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ । କିନ୍ତୁ ଯଦି ଗଙ୍ଗା ଜଳ ନାହିଁ ତେବେ ତେବେ ତୁଳସୀ ପତ୍ର ପକାଇ ସ୍ନାନ କରନ୍ତୁ ଏବଂ ସ୍ନାନ ପରେ ତୁଳସୀ ପତ୍ରକୁ ଘର ଅଗଣାରେ ମାଟି ତଳେ ପୋତି ଦିଅନ୍ତୁ ।

ତୁଳସୀ ନଥିଲେ ଏକ ଚିମୁଟା ହଳଦୀ ପକାଇ ମଧ୍ୟ ସ୍ନାନ କରି ପାରିବେ । ଏହାଦ୍ବାରା ଶୁଭ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହେଲେବି ସୁଦ୍ଧା ଆପଣଙ୍କ ଜୀବନର ସୁଖରେ ଭରିଯିବ ।ଏସବୁ ମଧ୍ୟରୁ ଗଙ୍ଗା ଜଳର ପ୍ରୟୋଗ ଅଧିକ ଲାଭ ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *