ଶ୍ରାବଣ ମାସରେ ଏହି ଜିନିଷକୁ ଭୁଲରେବି ଦାନ କରନ୍ତୁ ନାହିଁ ନଚେତ ଆସିବ ଦାରିଦ୍ର୍ୟତା :-

ଶ୍ରାବଣ ମାସକୁ ମହାଦେବ ଶିବଙ୍କ ମାସ କୁହାଯାଏ । ଯେଉଁ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ଭଗବାନ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ଭକ୍ତଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ସାଧାରଣତଃ ଲୋକେ କାହାକୁ ଧାର ଦେଇଥାନ୍ତି କିମ୍ବା କାହାଠାରୁ ନେଇଥାନ୍ତି । କିନ୍ତୁ ଶ୍ରାବଣ ମାସରେ ଏହି କିଛି ଜିନିଷ ଅଛି ଯାହାକୁ ଅର୍ପଣ କରିବା ଦ୍ୱାରା ଜୀବନରେ ଦୁଃଖ ସମସ୍ୟା ଆସିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ଆଜିକାର ଲେଖାରେ ଆମେ ସେହି ବିଷୟରେ କହିବୁ ।

୧ . ପ୍ରଥମତଃ ଶ୍ରାବଣ ମାସରେ ମହାଦେବ ଶିବଙ୍କ ସହିତ ଜଡ଼ିତ କୌଣସି ଜିନିଷର ଦାନ କରନ୍ତୁ ନାହିଁ । ବିଶେଷ କରି ଭଗବାନ ଶିବଙ୍କ ସହିତ ଜଡ଼ିତ ଫଳ , ବସ୍ତ୍ର ଏବଂ ପୂଜା ସାମଗ୍ରୀ ଆପଣ କାହାକୁ ଧାର କିମ୍ବା ଦାନ ସ୍ୱରୂପ ଦିଅନ୍ତୁ ନାହିଁ । ଏହାଦ୍ବାରା ମହାଦେବ ଆପଣଙ୍କ ଘର ଛାଡ଼ି ଅନ୍ୟ ଘରକୁ ଚାଲି ଯାଆନ୍ତି । ଯେଉଁ କାରଣରୁ ଭଗବାନ ଶିବଙ୍କର ଯେଉଁ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବାର ଥିଲା ତାହା ଆଉ ପ୍ରାପ୍ତ ହୋଇପାରେ ନାହିଁ ।

୨ . ଏହିଭଳି ଭାବରେ ଶ୍ରାବଣ ମାସକୁ ଧନପ୍ରାପ୍ତିର ମାସ ବୋଲି ମାନା ଯାଇଛି । ତେଣୁ ଏହିଦିନ ଯଦି ଆପଣଙ୍କୁ କେହି ଧାର ମାଗୁଛନ୍ତି ତେବେ ତାଙ୍କୁ ଭୁଲରେବି ଧାର ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ଧାର ମଧ୍ୟ ନିଅନ୍ତୁ ନାହିଁ । ନଚେତ ମହାଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ ଏବଂ ମହାଦେବଙ୍କ ଆଶୀର୍ବାଦ ଆଉ ପ୍ରାପ୍ତ ହେବ ନାହିଁ ।

୩ . ଭଗବାନ ଶିବଙ୍କର କ୍ଷୀର , ଦହି ଏବଂ ଅନ୍ୟ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଯଦି ଆପଣଙ୍କ ଘରକୁ ଶ୍ରାବଣ ମାସରେ କେହି ବ୍ୟକ୍ତି କ୍ଷୀର କିମ୍ବା ଦହି ମାଗୁଛନ୍ତି କିମ୍ବା ସନ୍ଧ୍ୟା ସମୟରେ କେହି କ୍ଷୀର ଦହି ମାଗୁଛନ୍ତି ତେବେ ଆଦୋୖ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ସଦୈବ ଆପଣଙ୍କ ଘରୁ ଚାଲିଯିବେ । ଏହାବ୍ୟତୀତ ସାକ୍ଷାତ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ ।

୪ . ଯଦି ଆପଣ କାହାକୁ ନିଜର ପିନ୍ଧା ଘଡ଼ି କିମ୍ବା ବଜାରରୁ ନୂଆ ଘଡ଼ି କିଣି ଦେବାକୁ ଚାହୁଁଛନ୍ତି ତେବେ ଏହି କାମ ଶ୍ରାବଣ ମାସରେ ଆଦୋୖ କରନ୍ତୁ ନାହିଁ । କିମ୍ବା କାହାଠାରୁ ଘଡ଼ି ନିଅନ୍ତୁ ନାହିଁ । କାରଣ ପ୍ରତ୍ୟେକ ବ୍ୟକ୍ତିର ଭଲ ଏବଂ ଖରାଲ ସମୟ ଚାଲିଥାଏ । ଆପଣଙ୍କ ସମୟ ମଧ୍ୟ ଭଲ ଚଳୁଥିଲେ ଯଦି ଆପଣ ନିଜ ସମୟ ଆଉ କାହାକୁ ଦେଇ ଦିଅନ୍ତି ତେବେ ଘଡ଼ି ସହିତ ଭଲ ସମୟ ମଧ୍ୟ ଆପଣଙ୍କ ପାଖରୁ ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯାଏ ।

୫ . ଯଦି ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ ଆପଣଙ୍କୁ କେହି ପିଆଜ ରସୁଣ ଏବଂ କ୍ଷୀର ଦହି ମାଗିବାକୁ ଆସନ୍ତି ତେବେ ଭୁଲରେବି ଦିଅନ୍ତୁ ନାହିଁ । କାରଣ ଏହିସବୁ ଜିନିଷ ଘରର ସମୃଦ୍ଧି ସହିତ ଜଡ଼ିତ ଥାଏ । ତେଣୁ ସକାଳୁ କିମ୍ବା ସନ୍ଧ୍ୟାରେ ଏହିସବୁ ଜିନିଷ ଦେବା ଉଚିତ ନୁହେଁ । ଏପରି କଲେ ଆପଣଙ୍କ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ ।

୬ . ଶ୍ରାବଣ ମାସରେ କଳା ଏବଂ ଧଳା ରଙ୍ଗର ବସ୍ତ୍ର କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ । ଧ୍ୟାନ ଦିଅନ୍ତୁ ଯେ କୌଣସି ବିବାହିତ ମହିଳାଙ୍କୁ ଧଳା ବସ୍ତ୍ର ଦାନ ଆକାରରେ କିମ୍ବା ଗିଫ୍ଟ ଆକାରରେ ମଧ୍ୟ ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଏହା ତାଙ୍କ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ । ସେହିପରି କଳା ବସ୍ତ୍ର କାହାକୁ ଦାନ କଲେ କିମ୍ବା କାହାଠାରୁ ନେଲେ ଦାରିଦ୍ର୍ୟତା ଆସିଥାଏ । ଦାନ ଦେଉଥିବା ବ୍ୟକ୍ତି ଉପରେ ରାହୁ ଦୋଷ ଲାଗିଯାଏ । ଏହାଦ୍ବାରା ସାକ୍ଷାତ ମହାଦେବ ଦାନ ଦେଉଥିବା ବ୍ୟକ୍ତି ଉପରେ କ୍ରୋଧିତ ହୁଅନ୍ତି ।

୭ . ବିବାହିତା ମହିଳା ମାନେ ଶ୍ରାବଣ ମାସରେ ରୋଷେଇ ଘରର କୌଣସି ଜିନିଷ ଯଦି କାହାକୁ ଦିଅନ୍ତି ତେବେ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ । ସାଧରଣତଃ ତେଲ , ଘିଅ , ହଳଦୀ ଏହି ତିନୋଟି ଘରକୁ ସମୃଦ୍ଧ କରୁଥିବା ଜିନିଷକୁ କାହାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଘରକୁ ଦୁଃଖ ଗ୍ରାସ କରିଥାଏ ।

Leave a Reply

Your email address will not be published. Required fields are marked *